ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର


କୁଏତ(ଏଜେନ୍ସି): ଭାରତୀୟ ପ୍ରଭାସୀ ପରିଷଦ (ବିପିପି) ସଙ୍ଘ ଓ ବାଦର ଅଲ ସାମା ମେଡିକାଲରେ, ଏକ ମାଗଣା ଚିକିତ୍ସା ଶିବିର ଆୟୋଜନ ହୋଇଯାଇଛି । ଏହି ପ୍ୟାକେଜରେ ରକ୍ତଚାପ ପରୀକ୍ଷା, ରକ୍ତ ଶର୍କରା ପରୀକ୍ଷା, କୋଲେଷ୍ଟ୍ରଲ ପରୀକ୍ଷା, ଯକୃତ ସ୍କ୍ରିନିଂ(ଏସଜିପିଟି), କିଡନୀ ସ୍କ୍ରିନିଂ (କ୍ରିଏଟିନାଇନ୍‌) ଏବଂ ସାଧାରଣ ଡାକ୍ତରଙ୍କ ପରାମର୍ଶ ବିନା ମୂଲ୍ୟରେ ଚିକିତ୍ସା କରାଯାଇଛି । ଏହି ଶିବିର ସକାଳ ୧ ଟାରୁ ଅପରାହ୍ନ ୭ଟା ପର୍ଯ୍ୟନ୍ତ ପରିଚାଳିତ ହୋଇଥିଲା । ବ୍ଲଡ ସୁଗାର ପରୀକ୍ଷା ପାଇଁ ଉପବାସରେ ଆସିବାକୁ, ଏରିଆ ସଭାପତି, ବିଶ୍ୱରଞ୍ଜନ ସାହୁ କୁଏତରେ ଥିବା ସମସ୍ତ ପ୍ରବାସୀ ଭାରତୀୟଙ୍କୁ ଅନୁରୋଧ କରିଛନ୍ତି । ଅଧିକ ସୂଚନା ପାଇଁ, ସଙ୍ଗ ତରଫରୁ ସମସ୍ତ ସ୍ୱେଛାସେବୀ ଓ କେନ୍ଦ୍ରୀୟ କମିଟିର ସଭ୍ୟଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି । ପ୍ରବାସୀ ଓଡ଼ିଆ ବିଶ୍ୱରଞ୍ଜନ ସାହୁ, ପ୍ରତେକ୍ଷ୍ୟ ଭାବରେ ଭାରତ ସେବା ଦର୍ଶନର ଅଧ୍ୟକ୍ଷ, ୱାର୍ଲଡ ହ୍ୟୁମାନ ରାଇଟ କମିଶନ ସ୍ୱେଛାସେବୀ ସଂସ୍ଥାର ସଭାପତି, ମୋ ସହାୟ – କୁଏତ, ଇଣ୍ଡିଆନ କଲଚରାଲ ସୋସାଇଟି – କୁଏତ, ରାଇଟର ଫୋରମ ଅଫ କୁଏତ, ଜଗନ୍ନାଥ ସମିତି, ନେରଲ, ନିୟୁ ଦିଲ୍ଲୀ, ବସୁଧା – ଓଡିଶାର ବିଭିନ୍ନ ସାମାଜିକ ସଙ୍ଘଠନ ସହିତ ନିସ୍ୱାର୍ଥପର ସେବାର ଲକ୍ଷ୍ୟ ନେଇ ସେବା କରିଆସୁଛନ୍ତି । ବିଶ୍ୱରଞ୍ଜନ ନିଜର ବକ୍ତ୍ୟବରେ କହିଛନ୍ତି ଯେ, “ମାନବ ସେବା ହିଁ ଈଶ୍ୱର ସେବା’, । ଏହି ମାଗଣା ଚିକତ୍ସା ଶିବିରରେ ସହଯୋଗ କରିଥିବା ସମସ୍ତ ସ୍ୱେଛାସେବୀ, ଭାରତୀୟ ପ୍ରବାସୀ ପରିଷଦ ଓଡିଶା ସଂଘର କାର୍ଯକାରିଣୀ କମିଟି ସଭ୍ୟ ଘନଶ୍ୟାମ ପଲାଇ, ଜିତେନ୍ଦ୍ର କୁମାର ଜେନା, ଅଶୋକ କୁମାର ସ୍ୱାଇଁ, ସରୋଜ କୁମାର ଓ ଭାରତୀୟ ପ୍ରବାସୀ ପରିଷଦର ସମସ୍ତ କେନ୍ଦ୍ରୀୟ କମିଟିର ସଭ୍ୟ ଓ ସମ୍ପୂର୍ଣ ନିସ୍ୱାର୍ଥପର ସେବାରେ ନିୟୋଜିତ ଓ ପରିଚାଳନା କରିଥିବା ବାଦର ଅଲ ସାମା ମେଡିକାଲ କୁଏତର ସମସ୍ତ କର୍ମକର୍ତ୍ତାଙ୍କୁ ଶ୍ରୀ ସାହୁ ନିଜର ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ