ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ପକ୍ଷରୁ ବିଶେଷ ସ୍ୱଛତା ଅଭିଯାନ

ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ପକ୍ଷରୁ ବିଶେଷ ସ୍ୱଛତା ଅଭିଯାନ

ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ପକ୍ଷରୁ ବିଶେଷ ସ୍ୱଛତା ଅଭିଯାନ

 

ନିମାପଡ଼ା(ଏନ୍‌.ଏମ୍‌.): ନିମାପଡା ବ୍ଲକ ଅଧୀନ ହଂସପଡାଗ୍ରାମରେ ବିଶେଷ ସ୍ୱଛତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି| ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫୦ ଜଣ କୃଷକ ଓ ମହିଳା ଅଂଶ ଗ୍ରହଣ କରିଥିଲେ| ଗ୍ରାମବାସୀ ସ୍ୱଛତା ପାଇଁ ଶପଥ ଗ୍ରହଣ କରିବା ସହ ଶ୍ରମଦାନ କରି ନିଜ ଘର ଏବଂ ଗ୍ରାମ ତଥା ଆଖପାଖର ପରିବେଶକୁ ପରିଷ୍କାର କରିବା ପାଇଁ ପ୍ରତିଶୃତିବଦ୍ଧ ହୋଇଥିଲେ| ଏଥିରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ପ୍ରଧାନ ବୈଜ୍ଞାନିକ ଡ଼. ହେମନ୍ତ କୁମାର ଦାଶ ଯୋଗଦେଇଥିଲେ| ସଂସ୍ଥାନର ବୈଜ୍ଞାନିକ ଡ଼.ସନାତନ ପ୍ରଧାନ, ଡ଼.ଦେବବ୍ରତ ସେଠୀ ଏବଂ ଶ୍ରୀ ବିଶ୍ୱରଂଜନ ବେହେରା ପ୍ରମୁଖ ବର୍ଜ୍ୟବସ୍ତୁରୁ ଧନ ସନ୍ଦର୍ଭରେ ଅଭିଭାଷଣ ପ୍ରଦାନ କରିଥିଲେ| ଗ୍ରାମବାସୀ ମାନକୁଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ୱାରା ବିକଶିତ ଏକସେଲ (EKCEL) ନାମକ ଜୈବ ଔଷଧ ବିଷୟରେ ଅବଗତ କରାଯାଇଥିଲା ଯାହାକି ଜୈବବସ୍ତୁକୁ ଶୀଘ୍ର କ୍ଷୟ କରିବାରେ ସହାୟକ ହୁଏ|ଡ଼. ରୁମେଶ କୁମାର ଜେନା, ବୈଜ୍ଞାନିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ| ସଂସ୍ଥାନ ପକ୍ଷରୁ ଗ୍ରାମବାସୀକୁଁ ଚଳନଶୀଳ ଡଷ୍ଟବିନ, ଫେସ୍ ମାସ୍କ, ଗ୍ଲୋଭସ୍ ଏବଂ ହ୍ୟାଣ୍ଡ ସାନିଟାଇଜର ଆଦିଯୋଗାଇ ଦିଆଯାଇଥିଲା|

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ