ଭାରତର ବୃହତ ଫ୍ଲିଟ ଇଲେକ୍ଟ୍ରିକ ଲିଥିୟମ-ଆଇଅନ ଫର୍କଲିଫ୍ଟର ପରିଚାଳନା ଶୁଭାରମ୍ଭ କଲା ବେଦାନ୍ତ ଆଲୁମିନିୟମ ;
ନୂଆଦିଲ୍ଲୀ(ଏଜେନ୍ସି): ବେଦାନ୍ତ ଆଲୁମିନିୟମ ଭାରତର ବୃହତମ ଆଲୁମିନିୟମ ସାମଗ୍ରୀ ଉତ୍ପାଦକ ଗିୟର (ଜେମିନି ଇକ୍ୟୁପମେଣ୍ଟ ଆଣ୍ଡ ରେଣ୍ଟାଲସ ପ୍ରା.ଲି) ଭାରତ ସହ ଅନ୍ୟତମ ବୃହତ ଲିଥିୟମ ଆଇଅନ ବ୍ୟାଟେରି ପାୱାରଯୁକ୍ତ ଇଲେକ୍ଟ୍ରିକ ୨୭ଟି ଫର୍କଲିଫ୍ଟ ପରିଚାଳନା ଆରମ୍ଭ କରିଛି । ଏହା ବେଦାନ୍ତ ଆଲୁମିନିୟମରେ ଯାନବାହାନ ଚଳାଚଳକୁ ଡିକାର୍ବୋନାଇଜଡ କରିବ । ଓଡ଼ିଶାର ଝାରସୁଗୁଡ଼ାର କମ୍ପାନିରେ ଗତ ମାସ ଠାରୁ ଏହିପରି ୨୭ ଟି ଫର୍କଲିଫ୍ଟକୁ କାର୍ଯ୍ୟକାରୀ କରାଯାଉଛି, ଯାହା ଏକ୍ସ ଚାଇନାରେ ବିଶ୍ୱର ବୃହତ ଏକକ ସ୍ଥାନ ବିଶିଷ୍ଟ ଆଲୁମିନିୟମ ସ୍ମେଲଟର ଅଟେ । ଅଧିକନ୍ତୁ ମୂଳ ଉତ୍ପାଦନ କାର୍ଯ୍ୟରେ ଲିଙ୍ଗଗତ ବିବିଧତା ବୃଦ୍ଧି କ୍ଷେତ୍ରରେ ଏହାର ପ୍ରୟାସ ପ୍ରମାଣ ଭାବରେ ବେଦାନ୍ତ ଆଲୁମିନିୟମ ମହିଳାମାନଙ୍କୁ ଏହି ଟପ ଅଫ ଦି ଲାଇନ ଫର୍କଲିଫ୍ଟ ଚଳାଇବା ଲାଗି ନିଯୁକ୍ତି ଦେଇଛି । ଛତିଶଗଡ଼ର ବାଲେକୋଠାରେ ଏହାର ଆଲୁମିନିୟମ ପରିଚାଳନାରେ କମ୍ପାନୀ ଟ୍ରାନସ ଜେଣ୍ଡରମାନଙ୍କୁ ନିଯୁକ୍ତି ଦେଇଛି । ଏହି ବିଦ୍ୟୁତ ଚାଳିତ ଫର୍କଲିଫ୍ଟ ଗୁଡ଼ିକ ସର୍ବୋଚ୍ଚସ୍ତରୀୟ ସୁରକ୍ଷାକୁ ନିଶ୍ଚିତ କରିବାରେ ସାହାଯ୍ୟ କରିବା ଲାଗି ଅତ୍ୟାଧୁନିକ ସ୍ମାର୍ଟ ଫ୍ଲିଟ ମ୍ୟାନେଜମେଣ୍ଟ ସିଷ୍ଟମକୁ ବ୍ୟବହାର କରୁଛି । ସ୍ମାର୍ଟ ଫ୍ଲିଟ ମ୍ୟାନେଜମେଣ୍ଟ ସିଷ୍ଟମ ପଦ୍ଧତି ଯୋଗୁ ଟର୍ମିନାଲ ଦ୍ୱାରା ସଂଗଠିତ ତଥ୍ୟକୁ ଏକତ୍ରିତ କରାଯାଇ ପାରୁଛି ଓ ଫର୍କଲିଫ୍ଟର ସ୍ପିଡ, ପରିଚାଳନା ଉପଯୋଗୀ ବ୍ୟବସ୍ଥା, କାର୍ଯ୍ୟ ଦକ୍ଷତାର ବିଶ୍ଲେଷଣ ସହ ରିୟଲ ଟାଇମ ଡାଟା ରଖାଯାଇ ପାରୁଛି । ଏହା ବ୍ୟତୀତ ଉପକରଣର ରକ୍ଷଣାବେକ୍ଷଣ ବୈଦ୍ୟୁତିକ ଫର୍କଲିଫ୍ଟ ଗୁଡ଼ିକର ଫରୱାଡ଼ ଓ ରିଭର୍ସ କ୍ୟାମେରାରେ ସଜ୍ଜିତ ହୋଇ ଥିବାରୁ ଲିଫ୍ଟ ଚାରିପାଖରେ ଏକ ସୁରକ୍ଷା ବଳୟ ସୃଷ୍ଟି ହେଉଛି । ଗ୍ରୀନ ଫ୍ଲିଟରେ ରହିଥିବା କେତେକ ସୁବିଧା ଗୁଡ଼ିକ ମଧ୍ୟରେ ଏହି ସବୁଜ ଫ୍ଲିଟ ଦ୍ୱାରା ଡିଜେଲ ବ୍ୟବହାର ବର୍ଷକୁ ୨.୫ ଲକ୍ଷ ଲିଟରରୁ ଅଧିକ ହ୍ରାସ ପାଇବ । ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ସଞ୍ଚୟ ପ୍ରାୟ ୬୯୦ ଟନ ଅର୍ଥାତ ସିଓ୨ ସହ ସମାନ ହୋଇପାରିବ । ଦ୍ରୁତ ଚାର୍ଜିଂ ହେତୁ ଦୀର୍ଘସ୍ଥାୟୀ ଭାବରେ ଉତ୍ପାଦନ ବୃଦ୍ଧି ପାଇବ । ବ୍ୟାଟେରି ବଦଳାଇବାରେ କୌଣସି ସମସ୍ୟା ହେବ ନାହିଁ, ପାରମ୍ପାରିକ ଲିଡ ବ୍ୟାଟେରି ତୁଳନାରେ ଏହା ଅଧିକ ସମୟ କାର୍ଯ୍ୟ କରିବ, ବିଶେଷତଃ ଏହା ରକ୍ଷଣାବେକ୍ଷଣ ମୁକ୍ତ ଅଟେ । ଭାରତର ବୃହତ ଲିଥିୟମ ଆୟନ ବ୍ୟାଟେରି ସମ୍ପର୍କରେ ଆଲୁମିନିୟମ ବିଜିନେସ, ବେଦାନ୍ତ ଲିମିଟେଡ ସିଇଓ ରାହୁଲ ଶର୍ମା କହିଛନ୍ତି ଯେ, ବେଦାନ୍ତ ଲିମିଟେଡ ଆଲୁମିନିୟମର ସର୍ବୋଚ୍ଚ ଉତ୍ପାଦକ ଭାବରେ ଆମେ ଗ୍ରାହକମାନଙ୍କ ପାଇଁ ସର୍ବୋତମ ଉତ୍ପାଦ ପ୍ରସ୍ତୁତ କରିବା ଲାଗି ପ୍ରତିଶ୍ରୁତିବଦ୍ଧ । ଆମ ବ୍ୟବସାୟର ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରିବା ଲାଗି ଆମେ ନିଜର ବ୍ୟବସାୟିକ ଯୋଜନା ଗୁଡ଼ିକୁ ବିକଶିତ କରିଛୁ । ୨୦୫୦ ସୁଦ୍ଧା ଶୂନ୍ୟ କାର୍ବନ ନିର୍ଗମନ ପ୍ରତିଶ୍ରୁତି ଅନୁସାରେ ଆମର କାର୍ଯ୍ୟକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଲାଗି ନବ ସୃଜନ ଓ ପ୍ରଯୁକ୍ତି ଶକ୍ତିର ଉପଯୋଗ କରିବା ପ୍ରୟାସ ଜାରି ରଖିଛୁ । ଏହାକୁ ଚଳାଇବା ପାଇଁ ମହିଳା ଡ୍ରାଇଭରମାନଙ୍କୁ ତାଲିମ ଦେଇ କୋର ଅପରେଶନରେ ମହିଳାଙ୍କ ଅଂଶ ଗ୍ରହଣକୁ ବୃଦ୍ଧି କରିବା ପାଇଁ ଆମେ ମଧ୍ୟ ଏହି ଉପାୟ ଅବଲମ୍ବନ କରିଛୁ ବୋଲି କହିଛନ୍ତି । ସେହିଭଳି ଗିୟର ଇଣ୍ଡିଆ ଏକଜିକ୍ୟୁଟିଭ ଚେୟାରମ୍ୟାନ ବରୁଣ ଚୋପ୍ରା କହିଥିଲେ ଯେ, ବୈଷୟିକ ଜ୍ଞାନ କୌଶଳରେ ଉନ୍ନତ ଫର୍କଲିଫ୍ଟ ଭାରତରେ ବୃହତ ଫ୍ଲିଟ ଟେକନୋଲୋଜି ଅଧାରିତ ଏହା ନିଶ୍ଚିତ ଭାବରେ ଭାରତୀୟ ଶିଳ୍ପ ପାଇଁ ନିରନ୍ତର ବିକାଶ ଓ ନିଟ ଜିରୋ ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ଓ ସମସ୍ତଙ୍କ ପାଇଁ ଏକ ପ୍ରେରଣା ଅଟେ । ଭାରତର ଅଗ୍ରଣୀ ସଂସ୍ଥା ଗିୟର ବେଦାନ୍ତର ଏହି ଡିକାର୍ବନାଇଜେସନ ଯାତ୍ରାରେ ଭାଗିଦାର ହୋଇ ପାରିଥିବାରୁ ଗର୍ବିତ ।