ଭଦ୍ରକ ନାହାକାଣୀଢିହି ଥାନାରେ ବଢ଼ୁଛି ଅସାମାଜିକଙ୍କ ରାଜ
ଭଦ୍ରକ(ଏନ୍.ଏମ୍.): ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏବେ ଅସାମାଜିକ ବ୍ୟକ୍ତିଙ୍କ ରାଜୁତି ବଢ଼ିବାରେ ଲାଗିଛି । ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢ଼ିବା ସହ ଜନସାଧାରଣ ଅସୁରକ୍ଷିତ ମଣୁଛନ୍ତି । ଏପରିକି ନାୟକାଣୀଢିହି ଥାନା ମଧ୍ୟ ଦଲାଲଙ୍କ କବ୍ଜାରେ ରହିଥିବା ଚର୍ଚ୍ଚାର ବିଷୟ ହୋଇଛି । ଥାନା ଭିତରେ ଚାଲୁଛି ଦଲାଲଙ୍କ ରାଜୁତି । ଏପରିକି ଥାନାରେ ରାତି ପାହିଲେ ଲାଗୁଛି ଦଲାଲଙ୍କ ଭିଡ, କିଛି ଦିନ ଭିତରେ ମଦ ମାଫିଆ, ଚୋରା କୋଇଲା ମାଫିଆଙ୍କ ଦୌରାତ୍ମ ସାଙ୍ଗକୁ ଜୁଆ ଆଡ୍ଡା ବୃଦ୍ଧି ପାଇଛି । ଏପରିକି କୌଣସି ସମସ୍ୟା ହେଲେ ଦଲାଲଙ୍କ ଫୋନରେ ଥାନାବାବୁ କାମ କରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏପରିକି ମୋଟା ଅଙ୍କର ଟଙ୍କା ନେଇ ଚୋରା କୋଇଲା, ଚୋରା ମଦ, ଜୁଆ ଚାଲୁଥିବାର ଅଭିଯୋଗ ହୋଇଛି । ତେଣୁ ଏହି ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତିର ସୁଧାର ପାଇଁ ଭଦ୍ରକ ଏସପିଙ୍କ ସ୍ୱତନ୍ତ୍ର ହସ୍ତକ୍ଷେପର ଆବଶ୍ୟକତା ଅଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।