ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ଚଢ଼ାଉ

ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ଚଢ଼ାଉ

ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ଚଢ଼ାଉ


#ଭଦ୍ରକ(ଏନ୍‌.ଏମ୍‌.): ଇଡିର ସ୍କାନରରେ ଏବେ ରାଜନେତା । ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ସରଗରମ ଆରମ୍ଭ ହୋଇଥିବାବେଳେ ରାଜନେତାଙ୍କ ଘରେ ଏଭଳି ଚଢ଼ାଉକୁ ନେଇ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଏହାର ଫଳାଫଳକୁ ଜନତା ଚାହିଁ ରହିଛନ୍ତି । ଜମି କାରବାରରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଆଜି ଭଦ୍ରକ ଭଣ୍ଡାରିପୋଖରୀ ବିଧାୟକ ତଥା ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି । ଭୁବନେଶ୍ୱରର ୪ଟି ସ୍ଥାନ ସାଙ୍ଗକୁ ଭଦ୍ରକର ୬ଟି ସ୍ଥାନରେ ଏକକାଳୀନ ଭାବେ ଇଡି ଚଢ଼ାଉ କରିଛି । ପ୍ରଫୁଲ୍ଲ ସାମଲଙ୍କ ସମେତ ବରପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି । ମିଳିଥିବା ସୂଚନା ମୁତାବକ ଆଜି ସକାଳୁ ସକାଳୁ ଇଡିର ସ୍ୱତନ୍ତ୍ର ଟିମ ଆସି ଭଦ୍ରକରେ ପହଞ୍ଚିଥିଲା । ଇଡି ଟିମ ଭଦ୍ରକରେ ପହଞ୍ଚିବା ପରେ ସହରର ନୂଆ ବଜାରରେ ଥିବା ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ବାସଭବନ ଭିତରକୁ ପଶିଥିଲେ । କେନ୍ଦ୍ରୀୟ ସୁରକ୍ଷା ବଳର କଡା ସୁରକ୍ଷା ଭିତରେ ଇଡି ଟିମ୍ ଭଦ୍ରକରେ ପହଞ୍ଚିଥିଲା । ସୂଚନା ଅନୁଯାୟୀ, ଭଦ୍ରକର ବରପଦା ଇଞ୍ଜିନିୟରିଂ କଲେଜରେ ବହୁ ଦିନ ଧରି ୩୦ କୋଟି ଟଙ୍କାର ଅର୍ଥ ହଡପ ହୋଇଥିବାର ଅଭିଯୋଗ ହୋଇଥିଲା । ଏନେଇ ଏକାଧିକ ବାର ପ୍ରତିବାଦ କରିଥିଲେ ଇଞ୍ଜିନିୟରିଂ କଲେଜର କର୍ମଚାରୀମାନେ । ବର୍ଷ ବର୍ଷ ଧରି ଦରମା ନପାଇ କଲେଜ ଆଗରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ, ବିଧାନସଭା ଆଗରେ ନ୍ୟାୟ ପାଇଁ ପ୍ରତିବାଦ କରି ନିରାଶ ହୋଇଥିଲେ । ଏହି କର୍ମଚାରୀମାନେ ଅଭିଯୋଗ କରିଥିଲେ ଯେ, ବରପଦା ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷଙ୍କ ସମେତ କିଛି କର୍ମଚାରୀଙ୍କୁ ହାତବାରିସି କରି କଲେଜ୍ ଅର୍ଥ ହଡପ କରାଯାଇଥିଲା । ଏଥିସହ ଭୁବନେଶ୍ୱରରେ ଏକ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କରି ପରେ ଏହାକୁ ବିକ୍ରି କରି ଟଙ୍କା ହଡ଼ପ କରିବା ଘଟଣାରେ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ପ୍ରୟସକାନ୍ତି ସାମଲ ଛନ୍ଦି ହୋଇ ଯାଇଥିଲେ । ବରପଦା ଇଞ୍ଜିନିୟରିଂ କଲେଜ ମାମଲା ହାଇକୋର୍ଟରେ ଅଦ୍ୟାବଧି ବିଚାରାଧୀନ ରହିଛି । ଏହି ଦୁର୍ନୀତି ଘଟଣାକୁ ନେଇ ଅତୀତରେ ଭିଜିଲାନ୍ସ ଓ ଇଡି ରେଡ ପାଇଁ ଦାବି ହୋଇ ଆସୁଥିଲା ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ