ବୟନିକାର ୬୬ତମ ପ୍ରତିଷ୍ଠା ଦିବସ ସମାରୋହ

ବୟନିକାର ୬୬ତମ ପ୍ରତିଷ୍ଠା ଦିବସ ସମାରୋହ

ବୟନିକାର ୬୬ତମ ପ୍ରତିଷ୍ଠା ଦିବସ ସମାରୋହ

Photo From I&PR Odisha

ଭୁବନେଶ୍ୱର (ଏନ୍‌.ଏମ୍‌.): ଉତ୍କର୍ଷ କଳାର ଦେଶ, ଉତ୍କଳ, ଯାହା ଆଜି ଓଡ଼ିଶା ରାଜ୍ୟ ଭାବେ ବିଶ୍ୱବିଦିତ, ନିଜର କଳା, ସଂସ୍କୃତି ଓ ସ୍ଥାପତ୍ୟ ପାଇଁ । ଉତ୍କଳୀୟ କଳା ସଂସ୍କୃତି ପାଇଁ ‘ହସ୍ତତନ୍ତ ବସ୍ତ୍ର’ର ଭୂମିକା ସ୍ୱତନ୍ତ୍ର । ଭାରତର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଯୁଗଯୁଗରୁ ଓଡ଼ିଶା ହସ୍ତତନ୍ତ ବସ୍ତ୍ର, ବିଶେଷ ଭାବେ ‘ବାନ୍ଧବସ୍ତ୍ର’ର ସ୍ୱତନ୍ତ୍ର ସ୍ଥାନ ରହିଆସିଛି । ଏହି ପ୍ରାଚୀନ କଳାକୁ ଉଜ୍ଜୀବିତ ରଖିଛନ୍ତି, ଏହାକୁ ବଂଶାନୁକ୍ରମେ ବୃତ୍ତି ଭାବେ ଆଦରି ନେଇଥିବା ଓଡ଼ିଶାର ଅଗଣିତ ବୁଣାକାର । ରାଜ୍ୟର କୋଣ ଅନୁକୋଣରେ ଏହି ହସ୍ତତନ୍ତ ବସ୍ତ୍ର ପ୍ରସ୍ତୁତ କରିଥିବା ଗ୍ରାମୀଣ କାରିଗର ଓ ସେମାନଙ୍କ ଦ୍ୱାରା ପଞ୍ଜିକୃତ ହୋଇ କାର୍ଯ୍ୟ କରୁଥିବା ପ୍ରାଥମିକ ବୁଣାକାର ସମିତିମାନଙ୍କ ପାଇଁ ବୟନିକା ବ୍ୟାପକ ବଜାର ସୃଷ୍ଟି କରିବାରେ ଦୀର୍ଘ ୬୬ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛି ।
୧୯୫୬ ମସିହାରେ ପ୍ରତିଷ୍ଠିତ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ଼, ଯାହାକି ଆଜି ‘ବୟନିକା’ ନାମରେ ସୁଖ୍ୟାତି ଅର୍ଜନ କରିଛି । ବୟନିକାର ୬୬ତମ ପ୍ରତିଷ୍ଠା ଦିବସ ସମାରୋହ ‘ବୟନ ଭବନ’ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । ଏହି ସମାରୋହକୁ ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସମେତ ନିର୍ଦ୍ଦେଶାଳୟର ପଦାଧିକାରୀମାନେ ଉଦ୍‌ଘାଟନ କରିଛନ୍ତି । ଉପରୋକ୍ତ ସମାରୋହ ବ୍ୟତୀତ ବୟନିକାର ସମସ୍ତ ବିକ୍ରୟ ଶାଖାରେ ଏହି ସମାରୋହକୁ ପାଳନ କରାଯାଇଛି । ଯାହାକୁ କି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ/ଅତିରିକ୍ତ ଜିଲ୍ଲାପାଳ/ଉପଜିଲ୍ଲାପାଳ/ତହସିଲଦାରମାନଙ୍କ ଦ୍ୱାରା ଉଦ୍‌ଘାଟନ କରିଥିଲେ ।
ବୟନିକା ୨୦୨୧-୨୨ ବର୍ଷରେ ନିଜର ପ୍ରତିଷ୍ଠିତ ବିକ୍ରୟ ଶାଖା ଏବଂ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରଦର୍ଶନୀରେ ଭାଗନେଇ ଓ ପ୍ରଦର୍ଶନୀର ଆୟୋଜନ କରି ୧୨୮.୮୫ କୋଟି ଟଙ୍କାର ବ୍ୟବସାୟ ହାସଲ କରିଛି । ୨୦୨୨-୨୩ ବର୍ଷରେ ମୋଟ ୧୬୩.୯୦ କୋଟିର ବ୍ୟବସାୟ ଲକ୍ଷ୍ୟ ରଖାଯାଇଛି । ଏକ ହସ୍ତତନ୍ତ ସଂସ୍ଥା ହିସାବରେ ୧୨୮.୮୫ କୋଟିର ବ୍ୟବସାୟ କରିବା, ଓଡ଼ିଶା ହସ୍ତତନ୍ତ ଶିଳ୍ପ କ୍ଷେତ୍ରରେ ନିଶ୍ଚିତ ଭାବେ ଏକ ମାଇଲ୍‌ଖୁଣ୍ଟ । ଆଗାମୀ ଦିନରେ ବୟନିକା ଏହାର ବ୍ୟବସାୟିକ ଅଭିବୃଦ୍ଧି ଘଟାଇବା ପାଇଁ ବଦ୍ଧପରିକର ହେବା ସଙ୍ଗେ ସଙ୍ଗେ ଏହି ସଂସ୍ଥା ସହ ଜଡ଼ିତ ଅଗଣିତ ବୁଣାକାରଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶକୁ ପରିବର୍ଦ୍ଧିତ କରିବା ପାଇଁ ଚେଷ୍ଟିତ । ବୟନିକା ଏହାର ୬୬ତମ ପ୍ରତିଷ୍ଠା ଦିବସରେ, ଓଡ଼ିଶାର ଅଗଣିତ ବୁଣାକାର ଭାଇଭଉଣୀ, ଏହାର ସଦିଚ୍ଛୁ ଗ୍ରାହକ ଏବଂ ପୃଷ୍ଠପୋଷକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଏହାର ବିକାଶ ପାଇଁ ସର୍ବଦା ଉଦ୍ୟମ କରାଯାଉଥିବା ଉପସ୍ଥିତ ଅଧିକାରୀମାନେ ପ୍ରକାଶ କରିଥିଲେ ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି