ବ୍ୟାରେଜ କାମ ତଦାରଖ କଲେ ୪୮ନମ୍ବର ୱାର୍ଡ଼ କର୍ପୋରେଟର

ବ୍ୟାରେଜ କାମ ତଦାରଖ କଲେ ୪୮ନମ୍ବର ୱାର୍ଡ଼ କର୍ପୋରେଟର

ବ୍ୟାରେଜ କାମ ତଦାରଖ କଲେ ୪୮ନମ୍ବର ୱାର୍ଡ଼ କର୍ପୋରେଟର

ଫଟୋ- କାହ୍ନୁଚରଣ ପଣ୍ଡା

ଜଗତପୁର(ଏନ୍‌.ଏମ୍‌.): ମହାନଦୀ ବ୍ୟାରେଜ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ସିଏମସି ୪୮ନମ୍ବର ୱାର୍ଡ଼ କର୍ପୋରେଟର ନଳିନୀ ବେହେରା କାର୍ଯ୍ୟ ତଦାରଖ କରିଛନ୍ତି । ବ୍ୟାରେଜ ରାସ୍ତାଟି ଦୀର୍ଘ ଦିନ ଧରି ଖାତଖମାରେ ପରିଣତ ହୋଇଥିବାରୁ ଅଞ୍ଚଳରେ ଅସନ୍ତୋଷ ତେଜିଥିଲା । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ବିଭାଗପକ୍ଷରୁ ଭାଙ୍ଗିଯାଇଥିବା ସ୍ଥାନରେ ମରାମତି ଆରମ୍ଭ ହୋଇଛି । ତେବେ ଉନ୍ନତ ମାନର କାମ ହେବା ନେଇ ସିଏମସି ୪୮ନମ୍ବର ୱାର୍ଡ଼ କର୍ପୋରେଟର ଏହାକୁ ତଦାରଖ କରିଥିଲେ । ଏହି ରାସ୍ତା କାମଟି ବିଳମ୍ବିତ ରାତିରେ ଚାଲିଥିବାବେଳେ ନିଜେ କର୍ପୋରେଟର ଉପସ୍ଥିତ ରହି ଭଲଭାବରେ କାର୍ଯ୍ୟ କରିବା ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଯୋବ୍ରା ଠାରୁ ଜଗତପୁରକୁ ସଂଯୋଗ କରୁଥିବା ମହାନଦୀ ବ୍ୟାରେଜ ଦୀର୍ଘ ବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ମରଣଯନ୍ତା ପାଲଟି ଯାଇଥିଲା । ରାସ୍ତାରେ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ଘଟିଥାଏ । ତେବେ ଏ ନେଇ ଅଞ୍ଚଳବାସୀଙ୍କ ବିକ୍ଷୋଭ, ଗଣମାଧ୍ୟମରେ ଖବର ପ୍ରକାଶନ ଓ ଜଗତପୁର ୪୮ନମ୍ବର ୱାର୍ଡ଼ କର୍ପୋରେଟର ବାରମ୍ବାର ତାଗିଦ କରିବା ପରେ ଏବେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ତେବେ କର୍ମଚାରୀମାନେ ବିଳମ୍ବିତ ରାତିରେ କାମ କରୁଥିବାବେଳେ ଉକ୍ତ କାର୍ଯ୍ୟକୁ ତଦାରଖ କରିବା ନିମନ୍ତେ କର୍ପୋରେଟର ଶ୍ରୀମତୀ ବେହେରା ଘଟଣାସ୍ଥଳରେ ପହଞ୍ôଚ କାର୍ଯ୍ୟକୁ ତଦାରଖ କରିବା ସହ ଭଲଭାବେ କାମ କରିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ କହିଥିଲେ । ଏହି ବ୍ୟାରେଜ ଦେଇ ଜିଲ୍ଲା ତଥା ଜିଲ୍ଲା ବାହାରୁ ଦୈନିକ ହଜାର ହଜାର ଜନସାଧାରଣ ଗମନାଗମନ କରିଥାନ୍ତି । ମାତ୍ର ପ୍ରାୟ ଏକ ବର୍ଷ ହେବ ଏହି ବ୍ରିଜ ଉପରେ ବହୁ ସ୍ଥାନରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ପଡିରହିଥିଲା । ବାରମ୍ବାର ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ପରେ ବ୍ୟାରେଜ ଡିଭିଜନ ବ୍ରିଜ ମରାମତି ପାଇଁ ଅନୁମତି ଦେବାରୁ ପାଇଲଟ ପ୍ରୋଜେକ୍ଟ ମାଧ୍ୟମରେ ବ୍ୟାରେଜ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ତେଣୁ ଏହି ମରାମତି କାମ କିପରି ଠିକ୍ ଠାକ୍ ହେବ ଏବଂ ଜନସାଧାରଣ ଆଉ ଯେପରି ହଇରାଣ ହରକତ ନହେବେ ସେଥିପାଇଁ ୪୮ନମ୍ବର ୱାର୍ଡ କର୍ପୋରେଟର ଶ୍ରୀମତୀ ବେହେରା ଗୁରତ୍ୱ ଦେଇଛନ୍ତି । ଏହି ତଦାରଖ ସମୟରେ ୱାର୍ଡ ବିଜୁ ଜନତା ଦଳର ଯୁବନେତା ନାଗେଶ୍ୱର ବେହେରା, ଲଳିତେନ୍ଦୁ ଶତପଥି, ବିଜୟ ଭୂୟାଁ, କାଳୀକିଙ୍କର ମୁଖାର୍ଜି, ବିଭୁତି ବେହେରା ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ । ତେବେ କର୍ପୋରେଟରଙ୍କ ଏଭଳି କାର୍ଯ୍ୟକୁ ଜଗତପୁର ଅଞ୍ଚଳରେ ପ୍ରଶଂସା କରାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ