ବ୍ୟାଟରଙ୍କ ଧମାକା: ୫୬ରନରେ ହାରିଲା ପଞ୍ଜାବ: ଆଇପିଏଲରେ ଏଲଏସଜିର ଦ୍ୱିତୀୟ ସର୍ବାଧିକ ସ୍କୋର

ବ୍ୟାଟରଙ୍କ ଧମାକା: ୫୬ରନରେ ହାରିଲା ପଞ୍ଜାବ: ଆଇପିଏଲରେ ଏଲଏସଜିର ଦ୍ୱିତୀୟ ସର୍ବାଧିକ ସ୍କୋର

ବ୍ୟାଟରଙ୍କ ଧମାକା: ୫୬ରନରେ ହାରିଲା ପଞ୍ଜାବ: ଆଇପିଏଲରେ ଏଲଏସଜିର ଦ୍ୱିତୀୟ ସର୍ବାଧିକ ସ୍କୋର

News by Allhad Kumar Mohanty (Bureau News)

#ମୋହାଲି(ଏନ୍‍.ଏମ୍‍.): ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ଜରିଆରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଆଇପିଏଲ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର ୨୫୭ରନ ସଂଗ୍ରହ କରିପାରିଛି । ଏଥିସହିତ ଏଲଏସଜି ଏହି ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୫୬ରନରରେ ପରାସ୍ତ କରିଛି । ୨୫୮ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶିଖର ଧୱନଙ୍କ ପଞ୍ଜାବ ଦଳ ପ୍ରଥମ ଦୁଇଟି ୱିକେଟ ସହଳ ହରାଇଥିଲେ ମଧ୍ୟ ଅଥର୍ବ ତାଡ଼େ ଓ ସିଙ୍କନ୍ଦର ରାଜାଙ୍କ ପ୍ରଦର୍ଶନ ଜରିଆରେ ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ୨୦୧ରନ ସଂଗ୍ରହ କରିପାରିଥିଲା । ଅଥର୍ବ ୩୬ ବଲରୁ ୮ଚୌକା ଓ ୨ଟି ଛକା ଜରିଆରେ ୬୬ରନ କରିଥିବାବେଳେ ରାଜା ୨୨ବଲରୁ ୩୬, ଲିଆମ ଲିଭିଙ୍ଗଷ୍ଟୋନ ୧୪ ବଲରୁ ୨୩, ସାମ କରନ ୧୧ବଲରୁ ୨୧ ଓ ଜିତେଶ ଶର୍ମା ୧୦ ବଲରୁ ୨୪ରନ କରିଥିଲେ । ଅନ୍ୟପକ୍ଷରେ ୟସ ଠାକୁ ୩.୫ ଓଭର ବୋଲିଂ କରି ୩୭ରନରେ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ସେହିଭଳି ନବୀନ ଉଲ ହକ ୩ଟି ଓ ରବି ବିଷ୍ଣୋଇ ୨ଟି ୱିକେଟ ହାସଲ କରିଥିଲେ ।
ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲେ । ଏଲଏସଜି ୪୧ରନରେ ଅଧିନାୟକ କେଏଲ୍ ରାହୁଲ(୧୨)ଙ୍କ ୱିକେଟ ହରାଇଥିଲା । ପରେ କାଏଲ ମେୟର୍ସ ଓ ଆୟୂଷ ବଦୋନୀ ବଡ଼ ସର୍ଟ ଖେଳିବା ସହ ଦଳୀୟ ସ୍କୋରକୁ ୫.୫ ଓଭରରେ ୭୪ରନରେ ପହଞ୍ଚାଇ ଥିଲେ । ଏହି ସ୍କୋରରେ ମେୟର ୨୪ ବଲରୁ ୭ ଚୌକା ଓ ୪ ଛକା ସହାୟତାରେ ୫୪ରନ କରି ଆଉଟ ହୋଇଥିଲେ । ତେବେ ଆୟୂଷ ଓ ମାର୍କସ ଷ୍ଟୋଇନିସ ଚମକ୍ରାର ବ୍ୟାଟିଂ କରିବା ସହ ପଞ୍ଜାବ ବୋଲରଙ୍କୁ ନିର୍ଘାତ ପ୍ରହାର କରିଥିଲେ । ବଦୋନୀ ୨୪ ବଲରୁ ୪୩ରନ କରି ଆଉଟ ହୋଇଥିବାବେଳେ ଷ୍ଟୋଇନିସ ୪୦ ବଲରୁ ୬ ଚୌକା ଓ ୫ ଚୌକା ସହ ୭୨ରନ ସଂଗ୍ରହ କରିଥିଲେ । ସେହିପରି ବଦୋନୀଙ୍କ ୱିକେଟ ପରେ ବ୍ୟାଟିଂ କରିବାକୁ ଆସିଥିବା ନିକୋଲାସ ପୋରାନ ୧୯ ବଲରୁ ୭ ଚୌକା ଓ ଗୋଟିଏ ଛକା ସହାୟତା ୪୫ରନ ସଂଗ୍ରହ କରିବାକୁ ଏଲଏସଜି ୨୦ ଓଭରରେ ୫ ୱିକେଟ ହରାଇ ୨୫୭ରନ ସଂଗ୍ରହ କରିଥିଲା । ବ୍ୟାଟିଂରେ ୭୨ରନ ଓ ବୋଲିଂରେ ଗୋଟିଏ ୱିକେଟ ଅକ୍ତିଆର କରିଥିବା ଷ୍ଟୋଇନିସ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏହି ମ୍ୟାଚରୁ ଏଲଏସଜି ୨ ପଏଣ୍ଟ ହାସଲ କରି ଟୁର୍ଣ୍ଣାମେଣ୍ଟରେ ୮ଟି ମ୍ୟାଚରେ ୫ମ ବିଜୟ ସହ ୧୦ ପଏଣ୍ଟ ସହ ପଏଣ୍ଟ ଟେବଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ