‘ବ୍ଲାକ୍ ଫଙ୍ଗସ୍’ ଗୋଟାଏ ନୂଆ ଚାଲେଞ୍ଜ୍ : ଆଗୁଆ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

‘ବ୍ଲାକ୍ ଫଙ୍ଗସ୍’ ଗୋଟାଏ ନୂଆ ଚାଲେଞ୍ଜ୍ : ଆଗୁଆ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ(ଏଜେନ୍ସି): ସମ୍ପ୍ରତି କରୋନା ଦେଶର ମେରୁଦଣ୍ଡକୁ ଦୋହଲାଇ ଦେଇଥିବାବେଳେ ‘ବ୍ଲାକ୍ ଫଙ୍ଗସ୍’ ଗୋଟାଏ ନୂଆ ଚାଲେଞ୍ଜ୍ ଭାବେ ଉଭା ହୋଇଛି । ତେଣୁ ଏଥିପାଇଁ ଆଗୁଆ ପ୍ରସ୍ତୁତି ଆବଶ୍ୟକ ବୋଲି ଆଜି ଉତ୍ତର ପ୍ରଦେଶ ଅନ୍ତର୍ଗତ ବାରାଣସୀର ସ୍ୱାସ୍ଥ୍ୟକର୍ମୀଙ୍କୁ ଭର୍ଚ୍ୟୁଆଲ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସେ ପୁଣି କହିଛନ୍ତି ଯେ, କୋଭିଡ୍ ସଂକ୍ରମଣରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନେ କ୍ରମଶଃ ଏହି ମାରାତ୍ମକ ରୋଗଦ୍ୱାରା ଅଧିକ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି । କରୋନାଭାଇସ୍ ଗୋଟାଏ ଅଦୃଶ୍ୟ ତଥା ବହୂରୂପୀ ଭୂତାଣୁ ସଦୃଶ । ତେଣୁ, କୋଭିଡ୍ ବିରୋଧୀ ଦୀର୍ଘ ଯୁଦ୍ଧରେ ଟିକାକରଣ ଗଣଆନେ୍ଦାଳନ ହେବା ଉଚିତ । ଏହି ଭୂତାଣୁ ଆମ ଠାରୁ ଅନେକ ବ୍ୟକ୍ତିଙ୍କୁ ଛଡ଼ାଇ ନେଇଛି । କରୋନା କାରଣରୁ ଯେଉଁମାନେ ପ୍ରିୟପରିଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୁଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକବ୍ୟକ୍ତ କରୁଛି । କରୋନାଭାଇରସ୍ ସଙ୍କଟ ସମୟରେ ‘ଯୋଗ’ ଓ ‘ଆୟୁଷ’ ଜନତାଙ୍କ ସାମର୍ଥ୍ୟ ବୃଦ୍ଧି କରିଛି । କିନ୍ତୁ, ମନମାନୀ କିମ୍ବା ଅମାନିଆ ହେବାର ସମୟ ଏ ନୁହେଁ । ଆଗକୁ ଆହୁରି ଦୀର୍ଘ ଦିନ ଲଢ଼ିବା ପାଇଁ ପଡ଼ିବ । ପୁନଶ୍ଚ ମଫସଲ ଅଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇ ‘ରୋଗ ଯେଉଁଠି, ଉପଚାର ସେଇଠି’ ହେଉଛି ଆମର ମନ୍ତ୍ର । ଲୋକମାନଙ୍କୁ ଯେତେ ସୁସ୍ଥ କରିବା ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରୁ ସେତିକି ବୋଝ ହାଲୁକା ହେବ । ପିଲାମାନଙ୍କ ପ୍ରତି ଥିବା ବିପଦ ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ସହ କହିଛନ୍ତି ଯେ, କୋଭିଡ୍-୧୯ କବଳରୁ ସେମାନଙ୍କୁ ନିରାପଦ ରଖିବା ଆବଶ୍ୟକ । ତେଣୁ ଏବେ ଦେଶ ବିଭିନ୍ନ ରୋଗ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବାବେଳେ ସମସ୍ତ ଜନସାଧାରଣ ଏଥିରେ ସହଯୋଗ କରିବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ଏହି ମହାମାରୀକୁ ପରାସ୍ତ କରିବା ସହଜ ହେବ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ସ୍ୱାସ୍ଥ୍ୟ