ବୋର୍ଡ଼ର ଘୋଷଣା: ମାର୍ଚ୍ଚ ୧୦ରୁ ୧୭ ତାରିଖ ଯାଏ ମାଟ୍ରିକ୍ ପରୀକ୍ଷା

ବୋର୍ଡ଼ର ଘୋଷଣା: ମାର୍ଚ୍ଚ ୧୦ରୁ ୧୭ ତାରିଖ ଯାଏ ମାଟ୍ରିକ୍ ପରୀକ୍ଷା

ବୋର୍ଡ଼ର ଘୋଷଣା: ମାର୍ଚ୍ଚ ୧୦ରୁ ୧୭ ତାରିଖ ଯାଏ ମାଟ୍ରିକ୍ ପରୀକ୍ଷା

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ମାଟ୍ରିକ୍ ପରୀକ୍ଷା ନେଇ ବୋର୍ଡ଼ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ଏହା ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୧୭ ତାରିଖ ଚାଲିବ । ଏନେଇ, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଏହି ଘୋଷଣା ସମୟରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଂଜନ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ । ଏଥର ପରୀକ୍ଷାକୁ ନିର୍ଭୁଲ ଭାବେ କରାଯିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି । ଏଥର ନେଡାଲ ସେଣ୍ଟରର ପରିବର୍ତ୍ତନ କରାଯିବ ନାହିଁ । ମାତ୍ର ଏଯାଏ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଫର୍ମଫିଲଅପ୍ ତାରିଖ ଘୋଷିତ ହୋଇନାହିଁ । ଖୁବ୍ ଶୀଘ୍ର ଫର୍ମଫିଲଅପ୍ ତାରିଖ ଘୋଷଣା କରାଯିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି କହିଛନ୍ତି । ଚଳିତ ବର୍ଷ ପିଲାମାନେ ଅନଲାଇନରେ ଫର୍ମଫିଲଅପ୍ କରିବେ । ସେହିପରି ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ । ରାଜ୍ୟର ୫ଲକ୍ଷ ୪୩ ହଜାର ଛାତ୍ରାଛାତ୍ରୀ ଏଥର ମାଟ୍ରିକ୍ ପରୀକ୍ଷା ଦେବେ । ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ପ୍ରଶ୍ନପତ୍ରର ପାଟର୍ନ ସମ୍ମେଟିଭ ୧ ଭଳି ରହିବ । ଏନେଇ ବୋର୍ଡ ୱେବ୍ ସାଇଟରେ ବିସ୍ତୃତ ତଥ୍ୟ ଉପଲବ୍ଧ ଅଛି । ସମ୍ମେଟିଭ ୧ରେ ହୋଇଥିବା ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର୍ ସମ୍ମେଟିଭ ୨ ରେ ମଧ୍ୟ ରହିବ । ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ । ସମ୍ମେଟିଭ ୧ ଯେତେ ସଂଖ୍ୟକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ସେତିକି ସଂଖ୍ୟକ ପରୀକ୍ଷାର୍ଥୀ ସମ୍ମେଟିଭ ୨ ପରୀକ୍ଷା ଦେବେ । ଏନେଇ ବି ସୂଚନା ଦିଆଯାଇଛି । ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଫେବ୍ରୁଆରି ୨୦ରୁ ୨୫ ତାରିଖ ଯାଏ ନବମ ଶ୍ରେଣୀର ପରୀକ୍ଷା କରାଯିବା ଲାଗି ସ୍ଥିର ହୋଇଛି । ସେହି ମାସ ୨୨ରୁ ୨୮ ତାରିଖ ଯାଏ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ମୂଲ୍ୟାୟନ ଚାଲିବ । ସୂଚନାଯୋଗ୍ୟ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଅଧୀନ ଦଶମ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଫେବ୍ରୁଆରି ୧୫ରୁ ହେବ । କାଉନସିଲ୍ ଅଫ୍ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ସିଆଇଏସ୍ସିଇ) ଅଧୀନ ଦଶମ ପରୀକ୍ଷା ଫେବ୍ରୁଆରି ୨୭ରୁ । ମାତ୍ର ଓଡ଼ିଶାର ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ଅଧୀନରେ ପଢ଼ୁଥିବା ସାଢ଼େ ୫ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେବେ ହେବ ସେନେଇ ଚର୍ଚ୍ଚା ଚାଲିଥିଲା । ଶିକ୍ଷାବିତମାନେ ଆକଳନ କରୁଥିଲେ ଯେ ଫେବ୍ରୁଆରି ଶେଷ ସପ୍ତାହରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇପାରେ । ମାତ୍ର ସେନେଇ ଆଉ ଦ୍ୱନ୍ଦ୍ୱ ନାହିଁ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି