ବୃଦ୍ଧି ପାଉଛି କରୋନା ସଂକ୍ରମଣ: ୮ଟି ରାଜ୍ୟକୁ କେନ୍ଦ୍ରର ସତର୍କ

ବୃଦ୍ଧି ପାଉଛି କରୋନା ସଂକ୍ରମଣ: ୮ଟି ରାଜ୍ୟକୁ କେନ୍ଦ୍ରର ସତର୍କ

ବୃଦ୍ଧି ପାଉଛି କରୋନା ସଂକ୍ରମଣ: ୮ଟି ରାଜ୍ୟକୁ କେନ୍ଦ୍ରର ସତର୍କ


ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ ଦୈନିକ କୋଭିଡ ଆରୋଗ୍ୟ ସଂଖ୍ୟା ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କେନ୍ଦ୍ର ସରକାର ଓଡ଼ିଶା ସମେତ ୮ ରାଜ୍ୟକୁ ସତର୍କ ସୂଚନା ଦେଇଛନ୍ତି । ଦେଶର ଓଡ଼ିଶା, ଆସାମ, ମେଘାଳୟ, ତ୍ରୁପୁରା, ସିକିମ, ଅରୁଣାଚଳ ପ୍ରଦେଶ, ମଣିପୁର, କେରଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସତର୍କ କରାଇଛି । ଏହି ସବୁ ରାଜ୍ୟରେ କୋଭିଡ ସଂକ୍ରମିତ ହାର ସର୍ବାଧିକ ରହିଛି । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖି ରାଜ୍ୟ ସରକାରକୁ କହିଛନ୍ତି କିଭଳି କରୋନା ସଂକ୍ରମଣ ରୋକି ହେବ ସେ ସମ୍ପର୍କରେ ପଦକ୍ଷେପ ନେବା ପାଇଁ । ଶ୍ରୀ ଭୂଷଣ ଜୁନ୍ ୨୮ରୁ ଜୁଲାଇ ୪ର କରୋନା ସଂକ୍ରମଣ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଚିଠିରେ କହିଛନ୍ତି, ଓଡ଼ିଶାର ତିନୋଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି । ରାଜ୍ୟରେ କିନ୍ତୁ ପଜିଟିଭିଟି ହାର କ୍ରମଶଃ ହ୍ରାସ ପାଇ ୫.୩୬ ପ୍ରତିଶତରେ ରହିଛି । ମାତ୍ର ସପ୍ତାହ ମଧ୍ୟରେ ନୂଆପଡା ଜିଲ୍ଲାରେ ପଜିଟିଭିଟି ହାର ବଢ଼ିଥିବାରୁ ସ୍ୱାସ୍ଥ୍ୟ ସଚିବ ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ତେବେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଏବେ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି । ଯେଉଁଠି କଣ୍ଟେନମେଣ୍ଟ ଜୋନ୍ ରହିଛି ସେଠାରେ ଟିକା କେନ୍ଦ୍ର ଖୋଲି ଟିକା ଦେବାକୁ ସେ କହିଛନ୍ତି । ୧୮ ବର୍ଷରୁ ଅଧିକ ବର୍ଗର ଲୋକଙ୍କୁ ଟିକା ଦେବାକୁ ତ୍ୱରିତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୫୫ ଦିନ ପରେ ପ୍ରଥମ ଥର ପାଇଁ ସଂକ୍ରମିତ ସଂଖ୍ୟା ବଢ଼ିଛି । ଯାହାକି ଆରୋଗ୍ୟ ସଂଖ୍ୟା ଅପେକ୍ଷା ଅଧିକ । ଯାହା ଦ୍ୱାରା କରୋନା ଦିନକୁ ଦିନ ଉଦ୍‌ବେଗ ଜନକ ସ୍ଥିତିରେ ରହୁଥିବା ଜଣାପଡ଼ିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ