ବିିଶ୍ୱ ପରିବେଶ ଦିବସ ନେଇ ସଚେତନତା ଶୋଭାଯାତ୍ରା

ଖଣ୍ଡପଡା (ଏନ.ଏମ): ବିଶ୍ୱ ପରିବେଶ ଦିବସ ପାଳନ ପରିପ୍ରେକ୍ଷୀରେ ଖଣ୍ଡପଡା ବନବିଭାଗ ପକ୍ଷରୁ ଏକ ସଚେତନତା ଶୋଭଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡା ବନାଚଂଳ ଅଧିକାରୀ ଶରତ ଚନ୍ଦ୍ର ଶତପଥୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ ପ୍ଳାକାର୍ଡ ଧରି ପରିବେଶ ସୁରକ୍ଷା ଜୀବନ ରକ୍ଷା ସଂପର୍କୀତ ବାର୍ତା ଦେଇ ଖଣ୍ଡପଡା ସହର ପରିକ୍ରମା କରିଥିଲେ । ପ୍ରତ୍ୟେକ ବ୍ୟକ୍ତି ଘରବାରିରେ ବୃକ୍ଷ ରୋପଣ କରିବା, ପଲିଥିନ ବ୍ୟବହାର ବନ୍ଦ କରିବା, ଜଙ୍ଗଲ ସଂପଦର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ଦିଗର ଧ୍ୟାନ ଦେବା ଉପରେ ବିଭାଗୀୟ କର୍ମଚାରୀମାନେ ଗୁରୁତ୍ୱାରୋପ କରିଥିଲେ । ଖଣ୍ଡପଡା ବନପାଳ ଶ୍ରୀନିବାସ ଦାଶ, ପ୍ରଫୁଲ୍ଲ କୁମାର ନାୟକଙ୍କ ସମେତ ବରିଷ୍ଠ ନାଗରିକ, ପରିବେଶବିତମାନେ ଶୋଭଯାତ୍ରାରେ ସାମିଲ ହୋଇଥିଲେ । ଏ ଅବସରରେ ଖଣ୍ଡପଡା ଅଦାଲତ କାର୍ଯ୍ୟାଳୟ ପରିସରରେ ବନ ବିଭାଗ କର୍ମଚାରୀ ଓ ଖଣ୍ଡପଡା ଓକିଲ ସଂଘର ସଦସ୍ୟଙ୍କ ମିଳିତ ସହଯୋଗରେ କିଛି ଚାରା ରୋପଣ କରାଯାଇଥିଲା