ବିଶିଷ୍ଟ ଶିକ୍ଷାବିତ୍ଙ୍କୁ ସମ୍ବର୍ଦ୍ଧନା
#ଖଣ୍ଡପଡା(ଏନ୍.ଏମ୍.): ଖଣ୍ଡପଡା ସହରର ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ଶତପଥୀଙ୍କୁ ଓଡିଶା ମାଥମେଟିକାଲ ସୋସାଇଟି ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଓଡ଼ିଶା ମାଥମେଟିକାଲ ସୋସାଇଟିର ୫୦ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ମନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଅବସରପ୍ରାପ୍ତ ଗଣିତ ପ୍ରଫେସର ଶ୍ରୀ ଶତପଥୀଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଫେସର ଶ୍ରୀ ଶତପଥୀ ଅବସରଗ୍ରହଣ କରିବା ପରେ ମଧ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ଗଣିତ ବିଷୟରେ ଶିକ୍ଷାଦାନ ଜାରି ରଖିଥିବା ଜଣାଯାଇଛି ।