ବିବାଦୀୟ ସ୍ଥାନରେ କୋର୍ଟ ନିର୍ମାଣ କାର୍ଯ୍ୟକୁ ଗ୍ରାମ ବାସୀଙ୍କ ବିରୋଧ

#କୋଣାର୍କ(ଏନ୍.ଏମ୍.): ମାଧିପୁର ମୌଜାରେ ଏକ ବିବାଦୀୟ ସ୍ଥାନରେ କୋର୍ଟ ନିର୍ମାଣ କାର୍ଯ୍ୟକୁ ପାଢ଼ୀସାହି ଗ୍ରାମବାସୀ ମାନେ ବିରୋଧ କରିଛନ୍ତି । ଗତ କିଛିଦିନ ତଳେ ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ଏହି କୋର୍ଟ । ଗ୍ରାମବାସୀ ମାନେ ବିଭିନ୍ନ ସମୟରେ କୋର୍ଟର ଆଶ୍ରୟ ନେଇଥିବାବେଳେ ଚଞ୍ଚକତା ପୂର୍ବକ କୋର୍ଟ ନାମରେ ଜମି ପଟ୍ଟା ଯୋଗାଇ ଦିଆଯାଇଛି । ଯାହାକି ପୂର୍ବରୁ ଏହି ଜମିଟି ଗ୍ରାମର ଗୋଚର ଓ ଗ୍ରାମ୍ୟ ଜଙ୍ଗଲ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀମାନେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବାପରେ ପୁନର୍ବାର ବିଚାର କରି ମେ ମାସ ୧ ତାରିଖ ସୁଧା ସମସ୍ୟାର ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଅବମାନନା କରି ନ୍ୟାୟାଳୟ ବିଚାରପତିଙ୍କ ଦ୍ୱାରା ଉଦଘାଟିତ ହେବାପରେ ଠିକାଦାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଗ୍ରାମବାସୀଙ୍କ ବିରୋଧ ପରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ଘଟଣା ସ୍ଥଳରେ କୋଣାର୍କ ପୁଲିସ ପହଞ୍ଚି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଆଲୋଚନା ଜାରି ରହିଛି । ପ୍ରଶାସନିକ ଆଲୋଚନାପରେ ମେ ୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ସ୍ଥଗିତ ରଖାଯାଇଛି ।