ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ


#କଟକ(ଏନ୍‌.ଏମ୍‌.): ନିର୍ମାଣ କାର୍ଯ୍ୟ କରୁଥିବାବେଳେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ତେବେ ଏ ସଂକ୍ରାନ୍ତରେ ବିଧିବଦ୍ଧ ଅନୁଯାୟୀ ଥାନାରେ ରିପୋର୍ଟ ନହେବା ଶବ ବ୍ୟବଛେଦ କରାନଯାଇ ଅଞ୍ଚଳର କିଛି ଲୋକ ପରିବାର ଲୋକଙ୍କ ଉପରେ ଚାପ ପ୍ରୟୋଗ କରି ଶହ ଦାହ କରାଯାଇ ଦେଇଛନ୍ତି । ମାତ୍ର ପରବର୍ତ୍ତୀ ସମୟରେ ମୃତକଙ୍କ ଭାଇ ନ୍ୟାୟ ଦାବି କରିବା ନିମନ୍ତେ ଥାନାର ଦ୍ୱାରସ୍ଥ ହେବା ସହ କ୍ଷତିପୂରଣ ଦେବାକୁ ନିବେଦନ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କୁଷ୍ପଙ୍ଗି ଗ୍ରାମରେ ।
ସୂଚନା ଅନୁଯାୟୀ, ଗ୍ରାମର ଶନି ମନ୍ଦିର ଛାତ ଉପରେ କୁଷ୍ପଙ୍ଗି ଗ୍ରାମର ନରେନ୍ଦ୍ର ସାହୁଙ୍କ ପୁଅ ପ୍ରଶାନ୍ତ ସାହ (୨୫) ପାଇପ କାମ କରୁଥିବାବେଳେ ହଠାତ୍ ଛାତ ଉପରେ ଯାଇଥିବା ଉଚ୍ଚକ୍ଷମତା ସମ୍ପନ୍ନ ସକ୍ରିୟ ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଯାଇଥିଲେ । ବିଦୁତ ଆଘାତ ଯୋଗୁଁ ସେଠାରେ ଟଳି ପଡ଼ିଥିଲେ ।
ପ୍ରଶାନ୍ତ ଗ୍ରାମରେ ଥିବା ଶନି ମନ୍ଦିର ଛାତ ଉପରେ ପାଇପ କାର୍ଯ୍ୟ କରୁଥିବା ସମୟରେ ଛାତ ଉପର ଦେଇ ଯାଇଥିବା ୧୧କେଭି ବିଦ୍ୟୁତ ତାର ସଂଯୋଗରେ ଆସି ଯାଇଥିଲେ । ତେବେ ବିଦ୍ୟୁତ ଆଘାତ ଲାଗିବା ଦେଖି ପାଖରେ ଥିବା କିଛି ଲୋକ ମଧ୍ୟ ସେଠାକୁ ଧାଇଁ ଆସିଥିଲେ । ମାତ୍ର ବିଦ୍ୟୁତ ଆଘାତକୁ ଭୟ କରି କେହି ସେଠାକୁ ଯାଇ ନଥିଲେ । କିଛି ସମୟ ପରେ ଅଞ୍ଚଳବାସୀ ସ୍ଥାନୀୟ ଜିଲ୍ଲା ପରିଷଦ କେଶବ ଦଳେଇ ଏବଂ ସରପଞ୍ଚଙ୍କ ସ୍ୱାମୀ ସୁକଦେବ ବେହେରାଙ୍କୁ ଡକାଇ ପ୍ରଶାନ୍ତଙ୍କୁ ତୁରନ୍ତ ଏକ ନିର୍ଦ୍ଧିଷ୍ଟ ଘରୋଇ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ସରପଞ୍ଚଙ୍କ ସ୍ୱାମୀ ଶ୍ରୀ ବେହେରା, ପ୍ରଶାନ୍ତଙ୍କ ବଡ଼ଭାଇ ସୁବାସଙ୍କୁ ଜଣାଇଥିଲେ । ସୁବାସ ମେଡିକାଲରେ ପହଞ୍ôଚବା ପୂର୍ବରୁ ପ୍ରଶାନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନପଠାଇ ଗାଁକୁ ଫେରେଇ ନିଆଯାଇଥିବା ମୃତକଙ୍କ ଭାଇ ସୁବାସ ଅଭିଯୋଗ କରିଛନ୍ତି । ଏଥି ସହିତ ପୁଣି କହିଛନ୍ତି ଯେ, ସେ ଆସି ଗାଁରେ ପହଞ୍ôଚବା ମାତ୍ରେ ତାଙ୍କୁ ତରବରିଆ ଭାବରେ ଏକ ଧଳା ଧୋତି ପିନ୍ଧାଇ ଗ୍ରାମର କିଛି ମୁଷ୍ଟିମେୟ ଲୋକ, ଜିଲ୍ଲା ପରିଷଦ ସଦସ୍ୟ ଏବଂ ସରପଞ୍ଚଙ୍କ ସ୍ୱାମୀ ତାଙ୍କ ଭାଇଙ୍କ ଶବକୁ ଶୀଘ୍ର ଦାହ କରିବା ପାଇଁ ଚାପ ପକାଇଥିଲେ । ଏହା ପରେ ସୁବାସ ଆଉ କିଛି ବୁଝିନପାରି ପ୍ରଶାନ୍ତଙ୍କ ସବ ସତ୍କାର କରି ଦେଇଥିଲେ । ହେଲେ ଏ ସବୁ କେମିତି ଘଟିଘଲା ସୁବାସ କିଛି ବୁଝିପାରିନଥିଲେ । ତେଣୁ ଶବ ସତ୍କାର ପରେ ସୁବାସ ତାଙ୍କ ଭାଇଙ୍କ ମୃତ୍ୟୁ କିଭଳି ହେଲା, କାହିଁକି ବ୍ୟବଛେଦ କରାନଯାଇ ତରବରିଆ ଭାବେ ସତ୍କାର କରାଗଲା ଏବଂ ଏଥିରେ ସମ୍ପୃକ୍ତ ଥିବା ଲୋକମାନଙ୍କ ବିରୋଧରେ ତଦନ୍ତ କରାଯାଇ ସେମାନଙ୍କୁ ଦଣ୍ଡ ଦିଆଯିବା ସହ ତାଙ୍କ ପରିବାରକୁ କିଭଳି ସରକାରୀ ସହାୟତା ମିଳିବ ସେଥିପାଇଁ ଗୁରୁଡ଼ିଝାଟିଆ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ତେବେ ସୁବାସଙ୍କୁ ତୁରନ୍ତ ନ୍ୟାୟ କରିବା ପାଇଁ ଅଞ୍ଚଳର ବୁଦ୍ଧିଜୀବୀମାନେ କହିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ