ବିଦ୍ୟାଧରପୁର କାଳୀମେଳଣ ପାଇଁ ବୁଲିଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ
କଟକ(ଏନ୍.ଏମ୍.): କଟକ ପୂର୍ବାଞ୍ଚଳ ଅର୍ଥାତ ବିଦ୍ୟାଧରପୁର ପ୍ରସିଦ୍ଧ କାଳୀ ମେଳଣର ଅବ୍ୟବହିତ ପୂର୍ବରୁ ଆଜି ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ସମସ୍ତ ମଣ୍ଡପକୁ ଯାଇ ଠାକୁରଙ୍କୁ ଦର୍ଶନ କରିଛନ୍ତି । ଏହି ଅଞ୍ଚଳରେ ବର୍ଷ ବର୍ଷ ଧରି କାଳୀମେଳଣ ହେଉଥିବାବେଳେ ବିଦ୍ୟାଧର ପୁର ଅଞ୍ଚଳରୁ ୩୧ଟି ମଣ୍ଡପରୁ ମା’ କାଳୀଙ୍କ ସମେତ ହରପାର୍ବତୀ, ମହାଦେବ ଆଦି ଦେବଦେବୀଙ୍କ ମୃଣ୍ମୟୀମୂର୍ତ୍ତି ପୂଜା ପାଇଥାଏ । ତେବେ ଆସନ୍ତାକାଲି ମେଢ଼ମାନଙ୍କୁ ଶୋଭାଯାତ୍ରାରେ ରୋଷଣୀ କରାଯାଇ ସ୍ଥାନୀୟ ମେଳଣ ପଡ଼ିଆକୁ ଯିବା ସହ ସେଠାରୁ ଭସାଣି ଅଭିମୁଖେ ବାହାରିବ । ଏହି ପରିପ୍ରେକ୍ଷୀରେ ବିଦ୍ୟାଧର ପୁର ମେଳଣ ପଡ଼ିଆରେ ମିନାବଜାର, ବିଭିନ୍ନ ଖାଦ୍ୟ ଷ୍ଟଲର ପସରା ମଧ୍ୟ ଖୋଲିଯାଇଛି । ତେବେ ଶୃଙ୍ଖଳିତ ଭାବେ ମେଳଣ ତଥା ଭସାଣି ଶୋଭାଯାତ୍ରା କରିବା ପାଇଁ ପୂର୍ବତନ ବିଧାୟକ ଡକ୍ଟର ବିଶ୍ୱାଳ ସମସ୍ତ କର୍ମକର୍ତ୍ତା, ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ ଡକ୍ଟର ବିଶ୍ୱାଳଙ୍କ ସହ ବହୁ ଶୁଭେଚ୍ଛୁ, ବିଜେଡି କର୍ମକର୍ତ୍ତା, ସ୍ଥାନୀୟ ମୁରବୀ, ଯୁବକ ସଂଘ କର୍ମକର୍ତ୍ତା, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।