ବାସୁଦେବପୁର ଦେଉଳି ଗ୍ରାମରୁ ନକଲି ଦେଶୀ ମଦ କାରଖାନା ଉପରେ ଚଢ଼ାଉ, ୨ଗିରଫ

ବାସୁଦେବପୁର ଦେଉଳି ଗ୍ରାମରୁ ନକଲି ଦେଶୀ ମଦ କାରଖାନା ଉପରେ ଚଢ଼ାଉ, ୨ଗିରଫ

ବାସୁଦେବପୁର ଦେଉଳି ଗ୍ରାମରୁ ନକଲି ଦେଶୀ ମଦ କାରଖାନା ଉପରେ ଚଢ଼ାଉ, ୨ଗିରଫ

News by Ananda Prasad Rout (Bhadrak)

ଭଦ୍ରକ(ଏନ୍‌.ଏମ୍‌.): ନିଶାନିବାରଣ ପାଇଁ ସରକାରୀ ତଥା ବେସରକାରୀ ସଂସ୍ଥା ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି । ନିଶାମୁକ୍ତ ଓଡ଼ିଶା ପାଇଁ ଅନେକ ଅନୁଷ୍ଠାନ ଯୁଦ୍ଧଂଦେହୀ ଡାକରା ମଧ୍ୟ ଦେଉଛନ୍ତି । ହେଲେ ମଦ ମାଫିଆମାନଙ୍କୁ ରୋକିବା ସତେ ଯେମିତି ଏକପ୍ରକାର ଚାଲେଞ୍ଜ ସାବ୍ୟସ୍ତ ହୋଇଛି । ଗୋଟିଏ ପଟେ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶହ ଶହ ଲିଟର ନକଲ ମଦ ଜବତ କରୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ରୋକିବାରେ ବିଭାଗୀୟ ଅଧିକାରୀମାନେ ବିଫଳ ହୋଇଛନ୍ତି । ତେବେ ଭଦ୍ରକ ଅଞ୍ଚଳରେ ଚୋରାରେ ନକଲି ଦେଶୀ ଓ ବିଦେଶୀ ମଦ ପ୍ରସ୍ତୁତ ହେବା ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏପରିକି ନାମୀ ଦାମୀ ବିଦେଶୀ ମଦ କମ୍ପାନୀର ଅବିକଳ ନକଲ କରି ମଦ ତିଆରି କରାଯାଉଛି । ତେବେ ଏହି ମଦର ମାନ, କିମ୍ବା ଗୁଣବତ୍ତା ଯାଞ୍ଚ କରାଯାଉ ନଥିବା ଯୋଗୁଁ ଏହା ଜନସାଧାରଣଙ୍କ ପାଇଁ ପ୍ରାଣଘାତୀ ହୋଇଥିଲେ ମଧ୍ୟ ଲୋକେ ଅସଲି ନକଲି ନଦେଖି ପିଇ ଯାଉଛନ୍ତି । ତେଣୁ ଏହା ଦ୍ୱାରା ମଦମୃତ୍ୟୁ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ବିଭାଗ ପକ୍ଷରୁ କୁହାଯାଉଛି । ଏଥି ସହିତ ଏଭଳି ନକଲି ମଦ ତିଆରି ହେବା ସଂକ୍ରାନ୍ତରେ ଯେକୌଣସି ବ୍ୟକ୍ତି ଅବକାରୀ ବିଭାଗକୁ ସୂଚନା ଦେଲେ ଏହାକୁ ରୋକିବା କ୍ଷେତ୍ରରେ ସହଜ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଞ୍ଚଳରେ ଅବକାରୀ ବିଭାଗ ଏସପି ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବାସୁଦେବପୁର ଅବକାରୀ ବିଭାଗ ପକ୍ଷରୁ ଏକ ନକଲି ମଦ ତିଆରି କାରଖାନା ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ନକଲ ମଦ ସହ ନାମୀ ଦାମୀ କମ୍ପାନୀର ଅବିକଳ ବୋତଲ, ଲେବୁଲ, ଠିପି ଆଦି ଜବତ କରାଯାଇଛି । ସୂଚନା ଅନୁଯାୟୀ ଗ୍ରାମର ଗୋପବନ୍ଧୁ ନାୟକ ସମେତ ତାର ବାପା ନରସିଙ୍ଗ ନାୟକଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏହି ନକଲି ମଦ କାରଖାନାରୁ ୨୩୦ଟି ଖାଲି ବୋତଲ । ବୋତଲ ଠିପି, ୩୦ଟି ନକଲି ବିଦେଶୀ ମଦ, ୫୦ଟି ନମ୍ବର ୱାନ ଖାଲି ବୋତଲ, ବ୍ୟବହୃତ ସିରିଞ୍ଜ ଆଦି ଜବତ କରାଯାଇଥିଲା । ଏଥିସହିତ ସେମାନେ ଚୋରାରେ ଜିଞ୍ଜର ପ୍ରସ୍ତୁତ କରୁଥିବା ମଧ୍ୟ ଜଣାପଡ଼ିଥିବା ବାସୁଦେବପୁର ଅବକାରୀ ବିଭାଗ ଅଧବକାରୀ ବ୍ରଜମୋହନ ମଲ୍ଲିକ ପ୍ରକାଶ କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ