ରୂପାନ୍ତରିତ ନିମନ୍ତେ ଚୌଦ୍ୱାର ମହାବିଦ୍ୟାଳୟକୁ ୧କୋଟି ୨୫ ଲକ୍ଷ ସରକାରୀ ଅନୁଦାନ

ରୂପାନ୍ତରିତ ନିମନ୍ତେ ଚୌଦ୍ୱାର ମହାବିଦ୍ୟାଳୟକୁ ୧କୋଟି ୨୫ ଲକ୍ଷ ସରକାରୀ ଅନୁଦାନ

ରୂପାନ୍ତରିତ ନିମନ୍ତେ ଚୌଦ୍ୱାର ମହାବିଦ୍ୟାଳୟକୁ ୧କୋଟି ୨୫ ଲକ୍ଷ ସରକାରୀ ଅନୁଦାନ

News by Smruti Ranjan Tripathy (Choudwar)

ଚୌଦ୍ୱାର(ଏନ୍‌.ଏମ୍‌.): ଉଚ୍ଚଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଗୁଡ଼ିକର ବିଭିନ୍ନ ବିକାଶ ପାଇଁ ଅନୁଦାନ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ୨୦୨୩ ଅଗଷ୍ଟ ୭ ତାରିଖ ଚିଠି ନମ୍ବର୍ ୧୪୫୭୪, ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ରାଜ୍ୟ ବିଭିନ୍ନ ମହାବିଦ୍ୟାଳୟ ଗୁଡ଼ିକୁ ମୋଟ ୨୪କୋଟି ୫୦ ଲକ୍ଷ ଅର୍ଥରାଶି ସହାୟତା ପ୍ରଦାନ କରିଛନ୍ତି । ଏହି ପରିପେକ୍ଷୀରେ ଚୌଦ୍ୱାର ମହାବିଦ୍ୟାଳୟକୁ ମଧ୍ୟ ୧କୋଟି ୨୫ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଏହି ଅର୍ଥରେ ମହାବିଦ୍ୟାଳୟର ଭିତ୍ତିଭୂମି ନିର୍ମାଣ କରିବା ଯଥା ସ୍ମାର୍ଟ୍ ଶ୍ରେଣୀଗୃହ, ଇ-ଲାଇବ୍ରେରୀ, ଉନ୍ନତ ଶୌଚାଳୟ, ଉନ୍ନତ ଧାରଣର କ୍ଲାସ୍ ରୁମ୍‌, ବିଜ୍ଞାନଗାର, ଉତ୍ତମ ପାନୀୟ ଜଳ, ଖେଳ ପଡିଆ ସହିତ ଅନେକଗୁଡ଼ିଏ ଉନ୍ନତି କରଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଅନୁଦାନ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ଥାନୀୟ ବିଧାୟକ, ପୂର୍ବତନ ବିଧାୟକ, ମହାବିଦ୍ୟାଳୟର ଅନେକ ସହଯୋଗୀଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ମାନଙ୍କୁ ମହାବିଦ୍ୟାଳୟ ତରଫରୁ କୃତଜ୍ଞତା ଦିଆଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି