ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ସଚେତନତା କର୍ମଶାଳା
ଖଣ୍ଡପଡା(ଏନ୍.ଏମ୍.): ଖଣ୍ଡପଡା ବ୍ଳକ ଅଧିନ ଖଳିସାହି ପଂଚାୟତ କାର୍ଯ୍ୟାଳୟ ସଭାଗୃହରେ ବାଲ୍ୟ ବିବାହ ପ୍ରଥାର ବିଲୋପ ସହ ଶିଶୁମାନଙ୍କର ସୁରକ୍ଷା ନେଇ ଏକ ସଚେତନତା କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି । ନୟାଗଡ ଚାଇଲଡ ଲାଇନ ପକ୍ଷରୁ ଆୟୋଜିତ କର୍ମଶାଳରେ ଖଳିସାହି ସରପଂଚ ‘କୀର ମୋହନ ଦାସଙ୍କ ସମେତ ସମସ୍ତ ୱାର୍ଡର ସଭ୍ୟ/ସଭ୍ୟାମାନେ ଯୋଗ ଦେଇଥିଲେ । ଚାଇଲଡ ଲାଇନ ପକ୍ଷରୁ ସୁଜାତା ବେହେରା ଓ ବିକ୍ରମ ପ୍ରଧାନ କର୍ମଶାଳା ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ଚାଇଲଡ ଲାଇନ ପକ୍ଷରୁ ୨୪ ଘଣ୍ଟିଆ ମାଗଣା ଟେଲିେ‘ାନ ସେବା ଉପଲବ୍ଧ ଥିବା ବେଳେ ପ୍ରତି ମୁହୁର୍ତରେ ସୂଚନା ଦେବା ପାଇଁ ୧୦୯୮ ନମ୍ବରକୁ ଡ଼ାଏଲ କରିବାକୁ ପରାମର୍ଶ ଦିଆଯାଇଥିଲା । ରାଜ୍ୟରେ ବାଲ୍ୟ ବିବାହ କ୍ଷେତ୍ରରେ ନୟାଗଡ ଜିଲ୍ଲା ୨ୟ ସ୍ଥାନରେ ଥିବା ବେଳେ ଏହି ଘୃଣ୍ୟ ପ୍ରଥାର ସଂପୂର୍ଣ୍ଣ ବିଲୋପ ପାଇଁ ସମସ୍ତେ ସଚେତନ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା । ପରିଶେଷରେ ଖଳିସାହି ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ ପଂଚାୟତରେ ପରିଣତ କରିବା ପାଇଁ ସରପଂଚଙ୍କ ସମେତ ଲୋକପ୍ରତିନିଧିମାନେ ଶପଥ ନେଇଥିଲେ ।