ବାଲିଯାତ୍ରା ସଚେତନତା ଅଭିଯାନର ଦ୍ୱାଦଶ ଦିବସ

ବାଲିଯାତ୍ରା ସଚେତନତା ଅଭିଯାନର ଦ୍ୱାଦଶ ଦିବସ

ବାଲିଯାତ୍ରା ସଚେତନତା ଅଭିଯାନର ଦ୍ୱାଦଶ ଦିବସ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ବାଲିଯାତ୍ରାର ଐତିହ୍ୟ ଆମ ପାଇଁ ପ୍ରେରଣାର ଉତ୍ସ ଓ ବାଲିଯାତ୍ରାର ସ୍ମୃତି ଅବିସ୍ମରଣୀୟ । ତତ୍କାଳୀନ କଳିଙ୍ଗର ବୈଭବପୂର୍ଣ ଇତିହାସରୁ ଏହା ସୁସ୍ପଷ୍ଟ । ଆଜି ଯାହାକୁ ବାଣିଜ୍ୟ କ୍ଷେତ୍ରରେ ପାରସ୍ପରିକ ବୁଝାମଣା ଓ ଚୁକ୍ତିପତ୍ର ସମ୍ପାଦନ କୁହାଯାଉଛି ତାହା ଅଲିଖିତ ଓ ବିନା ଚୁକ୍ତିରେ ପାରସ୍ପରିକ ବିଶ୍ୱାସ ଓ ସହଯୋଗକୁ ଆଧାର କରି ନୌବାଣିଜ୍ୟ ମାଧ୍ୟମରେ ବିପୁଳ ଭାବରେ ବ୍ୟବସାୟ ସଂଗଠିତ ହେଉଥିଲା । ହାତୀଦାନ୍ତ, ମୋତି ମାଣିକ୍ୟ ଭଳି ଦୁର୍ଲଭ ଅଳଙ୍କାର ପ୍ରଚଳିତ ମୁଦ୍ରା-କଉଡି ବିନିମୟରେ ବାଣିଜ୍ୟ ସଂଗଠିତ ହେଉଥିଲା । ଆଜିର ସମାଜରେ ବିଶ୍ୱାସ ଓ ପାରସ୍ପରିକ ସହଯୋଗ ମାନସିକତାର ଗୁରୁତ୍ୱକୁ ଆମେ ଯଥାର୍ଥ ଭାବେ ଉପଯୋଗ କରିପାରୁ ନାହୁଁ । ଏହି ପରିପ୍ରେକ୍ଷୀରେ ବାଲିଯାତ୍ରା ମାଧ୍ୟମରେ ହୃତ ଗୌରବକୁ ସ୍ମରଣ କରି ଆମ ମାନସିକାତକୁ ସୁଦୃଢ କରିହେବ ବୋଲି ବାଲିଯାତ୍ରା ସଚେତନତା ଅଭିଯାନର ଦ୍ୱାଦଶ ଦିବସରେ ମହାନଦୀ ଆଳତୀ କାର୍ଯ୍ୟକ୍ରମରେ ଯୋଗଦେଇ କଟକ ଉନ୍ନୟନ କର୍ତୃପକ୍ଷ ଅଧ୍ୟକ୍ଷ ଅନିଲ କୁମାର ସାମଲ ମତବ୍ୟକ୍ତ କରିଛନ୍ତି ।
ସାମାଜିକ ଓ ସାଂସ୍କୃତିକ ବିପ୍ଲବ ମାଧ୍ୟମରେ ସମଗ୍ର ବିଶ୍ୱରେ ସଚେତନତା ସୃଷ୍ଟି କରାଯାଉଛି । ଭୌଗଳିକ ବୈଷମ୍ୟକୁ ଦୂର କରିବାରେ ବାଲିଯାତ୍ରା ପଥ ପ୍ରଦର୍ଶକ ଥିଲା । ସେଭଳି ଏକ ଅଲିଭା ସ୍ମୃତିକୁ ପାଥେୟ କରି ଆମ ବୈଭବର ଅଭିବୃଦ୍ଧି କରାଯାଇ ପାରିବ ବୋଲି କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ପ୍ରକାଶ କରିଛନ୍ତି । ଜନମାନସରେ ନୌବାଣିଜ୍ୟର ଦୃଷ୍ଟାନ୍ତମୂଳକ ପରମ୍ପରା ଭାବେ ବାଲିଯାତ୍ରାକୁ ଗ୍ରହଣ କରାଯାଇଥାଏ । ଏହି ଯାତ୍ରାକୁ ନେଇ ଅନେକ ବିଶ୍ୱସନୀୟ କାହାଣୀ ରଚନା ଓ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ସାମାଜିକ ଜୀବନରେ ନୌବାଣିଜ୍ୟର ଇତିହାସକୁ ସମ୍ମାନର ସହିତ ଆମେ ଗ୍ରହଣ କରୁ ବୋଲି ଜିଲ୍ଲାପାଳ ଡକ୍ଟର ଚୟନୀ ନିଜ ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଟ୍ରାଫିକ ପରିଚାଳନା କମିଟି ସଦସ୍ୟ ତଥା ସମାଜସେବୀ ପ୍ରଶାନ୍ତ କୁମାର ନାୟକ, କଟକ ସୁରକ୍ଷା ମଞ୍ଚ ଆବାହକ ପନ୍ନଙ୍ଗ ଭୂଷଣ ଦାସ, ରେଳବାଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ ଚନ୍ଦ୍ର ଷଡ଼ଙ୍ଗୀ, ଖାନନଗର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ତଥା ମିଶନ ଜିରୋ-ଏଫର କର୍ମକର୍ତ୍ତା ଉପସ୍ଥିତଥିଲେ । ଏହି ଅବସରରେ ପାରମ୍ପରିକ ଧୁଡୁକି ନୃତ୍ୟଦଳ, ସଂକୀର୍ତ୍ତନ ଦଳ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ