ବାରହା ଆକ୍ରମଣରେ ୪ ଚାଷୀ ଆହତ
କଟକ(ଏନ୍.ଏମ୍.):ଆଠଗଡ଼ ତିଗିରିଆ ଶୁଣ୍ଠିପାଳ ଗାଁରେ ବାରହା ଆତଙ୍କ । ବାରହା ଆକ୍ରମଣରେ ୪ ଚାଷୀ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଆହତମାନେ ହେଲେ ପ୍ରସନ୍ନ କୁମାର ପଣ୍ଡା (୩୫),ବାଙ୍କନିଧି ସାହୁ (୪୮), ପ୍ରସନ୍ନ କୁମାର ନାୟକ ଏବଂ ଦୁଃଶାସନ ରାଉତ । ବିଲକୁ ଚାଷ କାମ କରିବାକୁ ଯାଉଥିବା ବେଳେ ବାରହା ଆକ୍ରମଣ ଶିକାର ହୋଇଥିଲେ ୪ ଚାଷୀ । ଏଥିରେ ପ୍ରସନ୍ନ ପଣ୍ଡା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୩ ଜଣ ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିି ହୋଇ ଚିକିତ୍ସିତ ହେଉଛନ୍ତି । ଗାଁ ଭିତରକୁ ବାରମ୍ବାର ଜଙ୍ଗଲି ଯନ୍ତୁ ପଶି ଆସୁଥିଲେ ବି ବନବିଭାଗ କୌଣସି ସୂଚନା ଦେଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବନବିଭାଗର ଅପାରଗତା ପାଇଁ ଆଠଗଡ଼ ଅଞ୍ଚଳରେ ପଶୁ ଓ ମଣିଷ ଲଢ଼େଇ ବାରମ୍ବାର ଦେଖିବାକୁ ମିଳୁଛି । ଏମିିତି ହାତୀ ଓ ବାରହା ଗାଁ ମୁହାଁ ହେଉଛନ୍ତି । ଏହିଘଟଣାରେ ଗ୍ରାମବାସୀ ବନବିଭାଗକୁ ଦାୟୀ କରିଛନ୍ତି ।