ବାରବାଟୀ ଟି-୨୦କ୍ରିକେଟ: ଜୁନ ୧ପୁର୍ବାହ୍ଣ୧୧ରୁ ଅନଲାଇନ୍‌ରେ ହେବ ଟିକେଟ୍ ବିକ୍ରି

ବାରବାଟୀ ଟି-୨୦କ୍ରିକେଟ: ଜୁନ ୧ପୁର୍ବାହ୍ଣ୧୧ରୁ ଅନଲାଇନ୍‌ରେ ହେବ ଟିକେଟ୍ ବିକ୍ରି

ବାରବାଟୀ ଟି-୨୦କ୍ରିକେଟ: ଜୁନ ୧ପୁର୍ବାହ୍ଣ୧୧ରୁ ଅନଲାଇନ୍‌ରେ ହେବ ଟିକେଟ୍ ବିକ୍ରି ;

News by Allhad Kumar Mohanty

କଟକ(ଏନ୍‌.ଏମ୍‌.): ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ଟିକିଆ ଟ୍ୱେଣ୍ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଜୁନ ୧୨ରେ ଖେଳାଯିବ । ଏଥି ପାଇଁ ଜୁନ ୧ ପୂର୍ବାହ୍ନ ୧୧ଟାରୁ ଅନ୍‌ଲାଇନ୍‌ରେ ଟିକେଟ୍ ବିକ୍ରି ଆରମ୍ଭ ହେବ । ଦର୍ଶକମାନେ ପେଟିଏମ୍ ଇନ୍‌ସାଇଡର ଆପ୍‌, ପେଟିଏମ୍ ଆପ୍‌ରେ ଟିକେଟ ବୁକିଂ କରିପାରିବେ । ଙ୍ଗଙ୍ଗଙ୍ଗ.ସଦ୍ଭଗ୍ଦସୟରକ୍ସ.ସଦ୍ଭ ୱେବସାଇଟ୍‌ରେ ମଧ୍ୟ ଉପଲବ୍ଧ ହେବ ଟିକେଟ୍ । ପୂର୍ବାହ୍ଣ ୧୧ଟାରେ ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଟିକେଟ୍ ମିଳିବ । ଅନ୍‌ଲାଇନ୍‌ରେ ଟିକେଟ ବୁକିଂ ବେଳେ ଦର୍ଶକଙ୍କୁ ନିଜର ପରିଚୟ ପତ୍ର ଅପଲୋଡ୍ ରିବାକୁ ପଡିବ । ବାରବାଟୀ ଗ୍ୟାଲେରୀ ନଂ ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ଏସି ବକ୍ସ ପାଇଁ ଅନ୍‌ଲାଇନ୍‌ରେ ଟିକେଟ୍ ଉପଲବ୍ଧ ହେବ । ଜଣେ ବ୍ୟକ୍ତି ୨ଟି ଟିକେଟ୍ ବୁକିଂ କରି ପାରିବ । ଅନଲାଇନ୍ ଟିକେଟ କରିଥିବା ବ୍ୟକ୍ତି ୯ ତାରିଖରୁ ୧୧ ତାରିଖ ମଧ୍ୟରେ ଦିନ ୧୦ଟାରୁ ୬ ଟା ମଧ୍ୟରେ ସେମାନଙ୍କ ଟିକେଟ ହାର୍ଡକପି ସଂଗ୍ରହ କରିବେ । ତେବେ ଅଫଲାଇନରେ ଜୁନ ୯ରୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇ ୧୦ ତାରିଖ ଯାଏଁ ଚାଲିବ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ କଟକ ମ୍ୟାଚ ପାଇଁ ଅନ୍‌ଲାଇନରେ ମୋଟ ୫ ହଜାର ଟିକେଟ୍ ବିକ୍ରି କରାଯିବ ବୋଲି ଆଜି ଓସିଏ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳୀରେ ସୂଚନା ଦିଆଯାଇଛିି । ଏହି ସମ୍ମିଳନୀରେ ଓସିଏର ସିଇଓ ସୁବ୍ରତ ବେହରା, ପେଟିଏମ୍ ପକ୍ଷରୁ ହରିପ୍ରସାଦ ଗୁଣ୍ଡାଲାପଲ୍ଲୀ ଉପସ୍ଥିତ ଥିଲେ ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ