ବାରବାଟୀ ଟକ୍କର :ଭଜି-ପଠାନ ଲଢ଼େଇ ହେବ

ବାରବାଟୀ ଟକ୍କର :ଭଜି-ପଠାନ ଲଢ଼େଇ ହେବ

ବାରବାଟୀ ଟକ୍କର :ଭଜି-ପଠାନ ଲଢ଼େଇ ହେବ

News by Allhad Kumar Mohanty (Cuttack)

କଟକ (ଏନ୍‌.ଏମ୍‌.): ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍ସି)ର କଟକ୍ ଲିଗ୍ରେ ଇର୍ଫାନ ପଠାନ୍‌ଙ୍କ ନେତୃତ୍ୱାଧୀନ ଭିଲ୍ୱାରା କିଙ୍ଗ୍ସ, ହର୍ଭଜନ ସିଂହଙ୍କ ମନିପାଲ୍ ଟାଇଗର୍ସଠାରୁ ପ୍ରତିଶୋଧ ନେବା ପାଇଁ ମଇଦାନକୁ ଓହ୍ଲାଇବ । ଏହି ମ୍ୟାଚରେ ଭିଲ୍ୱାରା କିଙ୍ଗ୍ସ ପକ୍ଷରୁ ଇର୍ଫାନ୍ ଫଠାନ୍‌, ୟୁସୁଫ୍ ପଠାନ୍ ଓ ଏସ୍ ଶ୍ରୀସାନ୍ତଙ୍କ ଭଳି କିମ୍ବନ୍ଦନ୍ତୀମାନେ ଏବଂ ମନିପାଲ ଟାଇଗର୍ସ ପକ୍ଷରୁ ହରଭଜନ ସିଂହ, ମହମ୍ମଦ କୈଫ୍ ଓ ମୁଟ୍ଟିୟା ମୁରଲ୍ଥରନ୍‌ଙ୍କ ଭଳି ସୁପର୍ଷ୍ଟାର୍ମାନେ ଖେଳିବେ । ନିଜର ପ୍ରଥମ ଲିଗରେ ପରାଜିତ ହେବା ପରେ ମନିପାଲ ଟାଇଗର୍ସ ପାଇଁ ନିଜ ପ୍ରତିପକ୍ଷଙ୍କ ଠାରୁ ପ୍ରତିଶୋଧ ନେବାର ଏହା ଏକ ଭଲ ସୁଯୋଗ ହେବ । ବର୍ତ୍ତମାନ ମନିପାଲ ଟାଇଗର୍ସ ଟେବୁଲର ସବୁଠାରୁ ନିମ୍ନରେ ରହିଛି । ସେହିପରି ନୂଆଦିଲ୍ଲୀରେ ନିଜ ନିଜ ମ୍ୟାଚରେ ପରାଜିତ ହେବା ପରେ ଉଭୟ ଟିମ୍ ପାଇଁ କଟକରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହେବ ।
ଏ ସମ୍ପର୍କରେ ମନିପାଲ୍ ଟାଇଗର୍ସର କୋଚ୍ ଜନ୍ ବୁଚାନନ୍ କହିଛନ୍ତି, ଦିଲ୍ଲୀରେ ଆମେ ଏକାଧିକ ମ୍ୟାଚରେ ପରାଜିତ ହେବା ଏକ ଦୁର୍ଭାଗ୍ୟଜନକ ବିଷୟ । ଆମେ ଏବେ କଟକରେ ଆମର ସର୍ବୋତ୍ତମ ପ୍ରଦର୍ଶନ ଦେବା ପାଇଁ ପ୍ରସ୍ତୁତ ରହିଛୁ ।’ ସେହିପରି ଭିଲ୍ୱାରା କିଙ୍ଗ୍ସର କୋଚ୍ ଲାଲଚନ୍ଦ ରାଜପୁତ କହିଛନ୍ତି, ‘କଟକରେ ବର୍ଷା ମ୍ୟାଚକୁ ପ୍ରଭାବିତ କରିବ ନାହିଁ ବୋଲି ଆମେ ଆଶା କରୁଛୁ । ଆମେ ଏକ ଭଲ ପ୍ରତିଯୋଗିତା ପାଇଁ ଅପେକ୍ଷା କରିଛୁ ।’ କଟକ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଆୟୋଜନ କରିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଟିମଗୁଡିକ ମଧ୍ୟ ଭେନ୍ୟୁର ଏକ ଅନୁଭୂତି ପାଇବା ପାଇଁ ଉତ୍ସାହିତ ରହିଛନ୍ତି । କଟକରେ ପ୍ରଶଂସକଙ୍କ ପାଇଁ ନିଜ ପସନ୍ଦର ସୁପରଷ୍ଟାରଙ୍କୁ ଦେଖିବା ଲାଗି ଏହା ଏକ ଭଲ ସୁଯୋଗ ରହିଛି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ