ବାରବାଟୀରେ ହକି ବିଶ୍ୱକପ ଉଦଘାଟନୀ ସମାରୋହ ନେଇ ଉଚ୍ଚସ୍ତରୀୟ ବୈଠକ

ବାରବାଟୀରେ ହକି ବିଶ୍ୱକପ ଉଦଘାଟନୀ ସମାରୋହ ନେଇ ଉଚ୍ଚସ୍ତରୀୟ ବୈଠକ

ବାରବାଟୀରେ ହକି ବିଶ୍ୱକପ ଉଦଘାଟନୀ ସମାରୋହ ନେଇ ଉଚ୍ଚସ୍ତରୀୟ ବୈଠକ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ଆସନ୍ତା ଜାନୁଆରୀ ୧୧ ତାରିଖରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ । ଉଦଘାଟନୀ କାର୍ଯ୍ୟକ୍ରମକୁ ରଙ୍ଗାରଙ୍ଗ କରିବା ଲାଗି ବହୁ ନାମୀଦାମୀ କଳାକାର ସହ ଖ୍ୟାତି ସମ୍ପନ୍ନ କଣ୍ଠଶିଳ୍ପୀମାନେ ସାମିଲ ହେବେ । ଏହି ଉତ୍ସବ ଲାଗି ବାରବାଟୀକୁ କିଭଳି ଭାବେ ପ୍ରସ୍ତୁତ କରାଯାଉଛି ଏହାର ସମୀକ୍ଷା ଲାଗି ଏକ ଉଚ୍ଚସ୍ତରୀୟ ବୈଠକ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ରେ ଆୟୋଜିତ ହୋଇଯାଇଛି । ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଓ କ୍ରୀଡା ସଚିବ ଆର ଭିନୀଲ କ୍ରିଷ୍ଣାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ହକି ମ୍ୟାଚ ଭୁବନେଶ୍ୱର ସହ ରାଉରକେଲାରେ ଖେଳାଯିବ । ତେବେ ଉଦଘାଟନୀ ଉତ୍ସବକୁ କଟକ ସହରରେ କିଭଳି ସ୍ମରଣୀୟ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ତେବେ ଖୁବଶୀଘ୍ର ଅନଲାଇନ ମାଧ୍ୟମରେ ଟିକେଟ ବିକ୍ରି କରାଯିବ । ଏହି ମେଗା ଉତ୍ସବ କିପରି ସଫଳତାର ସହ ଆୟୋଜନ କରାଯିବ ସେନେଇ କ୍ରୀଡା ସଚିବ ଭିନୀଲ କ୍ରୀଷ୍ଣା ସମସ୍ତ ସଦସ୍ୟଙ୍କ ମତାମତ ଲଡିଥିଲେ । ସେହିପରି ଷ୍ଟାଡିୟମର ସୌନ୍ଦଯ୍ୟକରଣ, ଟ୍ରାଫିକ ବ୍ୟବସ୍ଥା, ପରିମଳ, ଜଳ ଯୋଗାଣ ଇତ୍ୟାଦି ଦିଗକୁ ନେଇ ଆଲୋଚନା କରାଯାଇଥିଲା । ହକି ବିଶ୍ୱକପ ଉଉଘାଟନୀ ଉତ୍ସବ ଲାଗି ଓସିଏ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଓସିଏ ସଭାପତି ଶ୍ରୀ ଦାସ କହିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଟକ ମେୟର ସୁବାସ ଚନ୍ଦ୍ର ସିଂହ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ସଦର ବିଧାୟକ ଚନ୍ଦ୍ରସରଥୀ ବେହେରା, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ , ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ, କଟକ ଡିସିପି ପିନାକ ମିଶ୍ର, ସିଏମସି କମିସନର ନିଖିଲ ପୱନ କଲ୍ୟାଣ,ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ