ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ନିମନ୍ତେ ପ୍ରସ୍ତୁତି ବୈଠକ

ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ନିମନ୍ତେ ପ୍ରସ୍ତୁତି ବୈଠକ

ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ନିମନ୍ତେ ପ୍ରସ୍ତୁତି ବୈଠକ

News by Maheswar Behera (Athagarh)

ଆଠଗଡ(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ ବ୍ଲକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଚଳିତ ବର୍ଷ ବଡ଼ଓଷା ପାଳନ ନେଇ ପ୍ରଶାସନିକସ୍ତରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୨ବର୍ଷ ଧରି କରୋନା ଯୋଗୁଁ ସମସ୍ତ ପୂଜାପର୍ବ ଉପରେ ସରକାର ଓ ପ୍ରଶାସନ ଅଙ୍କୁଶ ଲଗାଇଥିଲେ । ଚଳିତ ବର୍ଷ କରୋନା ସଂକ୍ରମଣ ହ୍ରାସ ପାଇଥିବା ଯୋଗୁଁ ସ୍ୱଭାବିକ ଭାବେ ସମସ୍ତ ପର୍ବପର୍ବାଣୀ ପାଳନ ଉପରେ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଠଗଡ଼ ଅନ୍ତର୍ଗତ ମଞ୍ଚେଶ୍ୱର ଗ୍ରାମ ମହାନଦୀ ଟାପୁରେ ଅବସ୍ଥିତ ବାବା ଧବଳେଶ୍ୱର ୟଙ୍କ ପୀଠରେ ଆସନ୍ତା ବଡ଼ଓଷା ପାଇଁ ଆଲୋଚନା କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ ଧବଳେଶ୍ୱର ପୀଠରେ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ପଞ୍ଚକ ବ୍ରତ ଆସନ୍ତା ନଭେମ୍ବର ୪ ତାରିଖ ଠାରୁ ଆରମ୍ଭ ହୋଇ ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହେବ । ଏହି ଅବସରରେ ନଭେମ୍ବର ୬ତାରିଖ ରବିବାର ଦିନ ବାବାଙ୍କ ପୀଠରେ ବଡ଼ଓଷା ପାଳନ କରାଯାଇ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧିକ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଗଜଭୋଗ କରାଯାଇ ପରଦିନ ଅର୍ଥାତ ୭ତାରିଖ ସୋମବାର ଦିନ ଗଜଭୋଗ ବିତରଣ କରାଯିବ । ଏହି ସ୍ୱତନ୍ତ୍ର ବୈଠକରେ ସ୍ୱାସ୍ଥ୍ୟ,ପରିମଳ, ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଏ ବର୍ଷ ଝୁଲାପୋଲର ମାହାସୁଲ ପାଞ୍ଚ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ମଞ୍ଚେଶ୍ୱର ପଟୁ ପ୍ରଶାସନ ଡଙ୍ଗା ବ୍ୟବସ୍ଥା କରଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ପାଇଁ ବ୍ୟାପକ ଫୋର୍ସ ଏବଂ ପୁଲିସ ଅଧିକାରୀ ମୁତୟନ କରଯାଇଛି । ପ୍ରଥମ ପଞ୍ଚୁକରେ ବାବା ଧବଳେଶ୍ୱରଙ୍କ ଚନ୍ଦ୍ରଚୂଡ ବେଶ, ଦ୍ୱିତୀୟ ପଞ୍ଚକ ଦିନରେ ଗଙ୍ଗାଧର ବେଶ, ବଡ଼ଓଷା ତଥା ତୃତୀୟ ଓ ଚତୁର୍ଥ ଦିନରେ ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ସିଂହାର ବେଶ ସହିତ ରାଜରାଜେଶ୍ୱର ବେଶ ହେବାକୁ ଥିବାବେଳେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଯୋଗୀ ବେଶରେ ମହାପ୍ରଭୁ ଧବଳେଶ୍ୱର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ ବୋଲି ସୂଚନା ମିଳିଛି । ଏହି ଅବସରରେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ୱାଇଁ ଯୋଗଦେଇ ବାବା ଧବଳେଶ୍ୱରଙ୍କ ପୀଠରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନବନିର୍ମିତ ପ୍ରେକ୍ଷାଳୟକୁ ଉଦ୍‌ଘାଟନ କରିବା ସହ ପୀଠର ସେବକ, ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ