ବାତ୍ୟା ‘ସିତ୍ରଙ୍ଗ୍‌’ରେ ପରିଣତ ହେଲା ଡିପ୍ ଡିପ୍ରେସନ

ବାତ୍ୟା ‘ସିତ୍ରଙ୍ଗ୍‌’ରେ ପରିଣତ ହେଲା ଡିପ୍ ଡିପ୍ରେସନ

ବାତ୍ୟା ‘ସିତ୍ରଙ୍ଗ୍‌’ରେ ପରିଣତ ହେଲା ଡିପ୍ ଡିପ୍ରେସନ

ଭୁବନେଶ୍ୱର(ଏନ୍‍.ଏମ୍‍.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ଼ ସିତ୍ରାଙ୍ଗ ଡିପ୍ ଡିପ୍ରେସନ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି । ରବିବାର ସଂଧ୍ୟାବେଳେ ଏହା ବାତ୍ୟା ରୂପ ନେଇଥିବା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ବାତ୍ୟା ସାଢେ ୫ଟା ସୁଦ୍ଧା ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପର ଦକ୍ଷିଣକୁ ୫୮୦କିଲୋମିଟର ଦୂରରେ ଓ ବାଙ୍ଗଲାଦେଶର ବାରିସାଲ ଠାରୁ ୭୪୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା । ଏହା ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ୨୫ ଅକ୍ଟୋବର ସକାଳେ ବାଙ୍ଗଲାଦେଶର ଟିନକୋନା ଓ ସାଣ୍ଡୱିପ୍ ମଧ୍ୟରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ତେବେ ଏହି ବାତ୍ୟାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କିନ୍ତୁ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଏହାର ପ୍ରଭାବରେ ୨୪ ତାରିଖ ସକାଳ ସୁଦ୍ଧା ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୫ ତାରିଖ ସକାଳ ସୁଦ୍ଧା କଟକ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ହେଲେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ସ୍ୱାଭାବିକ ରହିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ଏହି ବାତ୍ୟା ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ରହିଛି । ଏହା ସାଗର ଦ୍ୱୀପର ଦକ୍ଷିଣକୁ ୫୮୦ କିଲୋମିଟର ଦୂରରେ ଥିବା ବେଳେ ବାଙ୍ଗଲାଦେଶର ବରିସାର ଠାରୁ ଏହା ୭୪୦ କିଲୋମିଟର ଦୂରରେ ରହିଛି । ବାତ୍ୟା ‘ସିତ୍ରାଙ୍ଗ’ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାଙ୍ଗଲାଦେଶ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ୨୫ ତାରିଖ ଭୋର୍ ସମୟରେ ତିନ୍େକାନା ଓ ସାନଦ୍ୱୀପ ଅଞ୍ଚଳରେ ସ୍ଥଳଭାଗକୁ ଅତିକ୍ରମ କରିବ ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ