ବାଇକ ଦୁର୍ଘଟଣା ଘଟି ଜଣେ ମୃତ, ଦୁଇ ଗୁରୁତର

ବାଇକ ଦୁର୍ଘଟଣା ଘଟି ଜଣେ ମୃତ, ଦୁଇ ଗୁରୁତର

ବାଇକ ଦୁର୍ଘଟଣା ଘଟି ଜଣେ ମୃତ, ଦୁଇ ଗୁରୁତର

News by Maheswar Behera (Athagarh)

ବାଙ୍କୀ(ଏନ୍‌.ଏମ୍‌.): କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଭଗିପୁର ବଡ ଶଙ୍ଖ ଠାରେ ଏକ ମର୍ମନ୍ତୁତ ବାଇକ ଦୁର୍ଘଟଣା ଘଟିଯାଇଯିଛି । ଏହି ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଦୁଇ ଗୁରତ୍ୱର ଆହତ ହୋଇଛନ୍ତି । ତେବେ ପ୍ରଥମେ ଆହତମାନଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଅଞ୍ଚଳବାସୀ ୧୦୮ ଆମ୍ବୁଲାନ୍ସ ଡକାଇ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ । ହେଲେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌରସି ସୁଧାର ଆସିବା ସଂଗେ ସଂଗ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା । ଫଳରେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ମୃତ ଯୁବକଜଣକ ସ୍ଥାନୀୟ ଢ ସର ପଞ୍ଚାୟତ ଅନ୍ତର୍ଗତ ତାରପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ସେହିଭଳିଳ ଗୁରୁତର ଅବସ୍ଥାରେ ଥିବା ଦୁଇଜଣଙ୍କ ମଧ୍ୟରେ ପିଣ୍ଟୁ ମାଝୀ ଓ ଦୟାନିଧି ଦେହୁରୀ ବୋଲି ଜଣାପଡ଼ିଛି । ତେବେ ସମସ୍ତେ ତାରପୁର ଶବର ସାହିର ବାସିନ୍ଦା ବୋଲି ସୂଚନା ମିଳିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ