ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରେ ଇଡି ଚଢ଼ାଉ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରେ ଇଡି ଚଢ଼ାଉ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରେ ଇଡି ଚଢ଼ାଉ

News by Dillip Kumar Muduli (BBSR)

ଭୁବନେଶ୍ୱର(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ହନିଟ୍ରାପ୍ ତଥା ବ୍ଲାକମେଲିଂ କ୍ୱିନ ଅର୍ଚ୍ଚନା ନାଗଙ୍କ ଘରେ ଇଡିର ଚଢ଼ାଉ ଆରମ୍ଭ ହୋଇଛି । ସେ ବ୍ଲାକମେଲିଂ ଓ ହନିଟ୍ରାପ ଜରିଆରେ କୋଟି କୋଟି ଟଙ୍କା ଅର୍ଜନ କରିବା ସହ ବହୁ ସମ୍ପତ୍ତିର ଅଧିକାରିଣୀ ହୋଇ ପାରିଥିଲେ । ତେବେ ଆଜି ୬ଟି ସ୍ଥାନରେ ସକାଳୁ ସକାଳୁ ଇଡି ରେଡ କରିବା ସହ ଆୟବର୍ହିଭୁତ ସମ୍ପତ୍ତି ଠାବ କରିବାରେ ଲାଗିଛି । ବିଶେଷ କରି ଅର୍ଚ୍ଚନାଙ୍କ ମନି ଲଣ୍ଡ୍ରିଂ ଲିଙ୍କ୍ ନେଇ ଏହି ଖୋଳତାଡ଼ ଆରମ୍ଭ ହୋଇଛି । ୬ଟି ସ୍ଥାନରେ ଇଡି ରେଡ ହେଉଥିବା ବେଳେ ସବୁଠାରେ ସିଆରପିଏଫ କର୍ମୀ ମୁତୟନ ହୋଇଛନ୍ତି ।
ସୂଚନା ଅନୁଯାୟୀ, କଳାହାଣ୍ଡି କେସିଙ୍ଗାସ୍ଥିତ ଅର୍ଚ୍ଚନାଙ୍କ ପୈତୃକ ଘର, ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଥିବା ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଘର, ଅର୍ଚ୍ଚନାଙ୍କ ବିଜନେସ ପାର୍ଟନର ଖଗେଶ୍ୱରଙ୍କ ବାଲିପାଟଣାସ୍ଥିତ ଘର, ତାଙ୍କ ରସୁଲଗଡ଼ ସ୍ଥିତ ସୁପ୍ରିମ ଅଟୋମୋବାଇଲ କାର୍ ଶୋ’ରୁମରେ ଚଢ଼ାଉ କରାଯାଇଛି । ଏହାବାଦ ଅର୍ଚ୍ଚନାଙ୍କ ସତ୍ୟବିହାରସ୍ଥିତ ଘର ଓ ଅର୍ଚ୍ଚନାଙ୍କ ନାଁରେ ଅଭିଯୋଗ କରିଥିବା ଯୁବତୀଙ୍କ ବାଙ୍କିସ୍ଥିତ ଘରେ ଏକ କାଳୀନ ଆଜି ସକାଳୁ ଇଡି ରେଡ କରିଛି ।
ଜଳେଶ୍ୱରରେ ଜଗବନ୍ଧୁଙ୍କ ଘର ଉପରେ ଆଜି ସକାଳୁ ଇଡି ରେଡ କରିଛି । କିନ୍ତୁ ପୂର୍ବରୁ ଏନେଇ ସୂଚନା ପାଇ ଘରେ ତାଲା ପକାଇ ତାଙ୍କ ବାପାମା’ଓ ଭାଇ ଫେରାର ହୋଇଯାଇଥିବା ଜଣାପଡ଼ିଛି ତେବେ ଇଡି ଟିମ୍ ସେମାନଙ୍କ ସମ୍ପର୍କୀୟଙ୍କ ନିକଟରୁ ତଥ୍ୟ ସଂଗ୍ରହ କରୁଛି । ଖଗେଶ୍ୱର ପ୍ରଥମେ ରସୁଲଗଡ଼ ସ୍ଥିତ ସୁପ୍ରିମ ଅଟୋମୋବାଇଲ କାର୍ ଶୋ’ରୁମ୍ କରିଥିଲେ । ହେଲେ ଅର୍ଚ୍ଚନାଙ୍କ ସହ ସାକ୍ଷାତ ହେବା ପରେ ପ୍ରାୟ ୪ ବର୍ଷ ପୂର୍ବେ ସେ ନିଜ ବିଜନେସର ସଂପ୍ରସାରଣ କରିଥିଲେ । ଏହାପରେ ହଂସପାଳରେ ଏକ ବଡ଼ କାର୍ ଶୋ’ ରୁମ୍ ଖୋଲିଥିଲେ । ଅର୍ଚ୍ଚନାଙ୍କ ବ୍ଲାକମନିକୁ ଖଗେଶ୍ୱର ବିଜନେସ ମାଧ୍ୟମରେ ହ୍ୱାଇଟ କରୁଥିବା ଚର୍ଚ୍ଚା ହେଉଛି । ପ୍ରାୟତଃ ୪ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇ ପାରିଛନ୍ତି ଅର୍ଚ୍ଚନା । ରାଜଧାନୀରେ ଆଲିସାନ ବଙ୍ଗଳା, ଦାମୀ ଦାମୀ ଗାଡ଼ି, ଆସବାବପତ୍ର ସହ ମୂଲ୍ୟବାନ ଅଳଙ୍କାରରେ ଛାଇ ହୋଇ ବିଳାଶପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ ଅର୍ଚ୍ଚନା । ତେଣୁ ତାଙ୍କ ରୋଜଗାରର ମାଧ୍ୟମ କ’ଣ ଥିଲା, କେଉଁଠୁ ଏତେ ଟଙ୍କା ଆସୁଥିଲା, ଏହାର ଉଦ୍ଦେଶ୍ୟ କ’ଣ ତାହାର କାରଣ ଇଡି ଖୋଳତାଡ଼ କରୁଛି । ତାଙ୍କ ଅପରାଧର ନେଟୱର୍କ କେତେ ବ୍ୟାପକ, ତା କଳାଧନ୍ଦା କିଭଳି ଚାଲୁଥିଲା ସେସବୁ ରହସ୍ୟ ଉପରୁ ଇଡି ପରଦା ହଟାଇବ ବୋଲି ଆଶା କରାଯାଉଛି । ଅର୍ଚ୍ଚନା ଗିରଫ ହେବା ପରଠୁ, ସେ ଇଡିର ସ୍କାନରକୁ ଆସି ଯାଇଥିଲେ । ତେବେ ଆଜିର ଚଢ଼ାଉ ପରେ ଇଡି ହାତରେ କ’ଣ ତଥ୍ୟ ଲାଗୁଛି ସେ ବିଷୟରେ ଜାଣିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ