ବଳିଦାନ ଦିବସ ଉପଲକ୍ଷେ ଲଜପତ୍ ରାୟଙ୍କୁ ଶ୍ରଦ୍ଧାଞ୍ଜଳି

ବଳିଦାନ ଦିବସ ଉପଲକ୍ଷେ ଲଜପତ୍ ରାୟଙ୍କୁ ଶ୍ରଦ୍ଧାଞ୍ଜଳି

ବଳିଦାନ ଦିବସ ଉପଲକ୍ଷେ ଲଜପତ୍ ରାୟଙ୍କୁ ଶ୍ରଦ୍ଧାଞ୍ଜଳି


ଜଗତପୁର(ଏନ୍‌.ଏମ୍‌.): ଲୋକସେବକ ଯୁବ ମଣ୍ଡଳ, କଟକ ପକ୍ଷରୁ ତ୍ରିନାଥ ସାହି ଆଦିବାସୀବସ୍ତିସ୍ଥିତ ଲୋକସେବକ ମଣ୍ଡଳ, କଟକ ଦ୍ୱାରା ପରିଚାଳିତ ଗୋପବନ୍ଧୁ ଶିକ୍ଷା କେନ୍ଦ୍ର ପରିସରରେ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଶ୍ରଦ୍ଧାଞ୍ଜଳି ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିକାଶ ସ୍ୱାଇଁଙ୍କ ସହଯୋଗରେ ଏକ ସାଇକେଲ ଶୋଭାଯାତ୍ରା ନିମପୁର ସ୍ପୋର୍ଟସ କ୍ଳବ୍ ନିକଟରୁ ବାହାରି ଗୋଲେଇ ଛକ ଦେଇ ତ୍ରିନାଥ ସାହି ଗୋପବନ୍ଧୁ ଶିକ୍ଷା କେନ୍ଦ୍ରରେ ପହଞ୍ଚିଥିଲା । ସେଠାରେ ଲଜପତ ରାୟଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ଅଧ୍ୟକ୍ଷତା କରି ଲାଲାଜୀ ବହୁ ପ୍ରତିଭାର ଅନନ୍ୟ ବ୍ୟକ୍ତି ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ତେବେ ତାଙ୍କ ବଳିଦାନକୁ ଯୁବସମାଜ ବୃଥା ହେବାକୁ ନଦେଇ ଏକ ସୁସ୍ଥ ଓ ଶାନ୍ତ ଭାରତ ସହ ବିକଶିତ ରାଷ୍ଟ୍ର ଗଠନ ପାଇଁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ବକ୍ତା ଭାବେ ସାମ୍ବାଦିକ ଦେବୀପ୍ରସାଦ ମହାନ୍ତି ଯୋଗଦେଇ ଓଡିଶାରେ ଲାଲାଜୀଙ୍କ ବିଶେଷ ଅବଦାନ ବିଷୟରେ ଯୁବସମାଜକୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ । ଅନୁଷ୍ଠିତ ସଭାରେ ଲୋକସେବକ ଯୁବ ମଣ୍ଡଳର ସହ-ସମ୍ପାଦିକା ମମତା ବିଶୋଇ, ଶରତ ଶତପଥୀ, ପୂର୍ବତନ କର୍ପୋରେଟର ନବକିଶୋର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ସସ୍ମିତା ସେଠୀ ଓ ମାମୁନି ଦାଶ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଲୋକସେବକ ଯୁବ ମଣ୍ଡଳ ସଦସ୍ୟ ମହେଶ ମଲ୍ଲ ଧନ୍ୟବାଦ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି