ବର୍ଷା ଯୋଗୁ ସିଏମସି ୪୮ନମ୍ବର ୱାର୍ଡ ଜଳମଗ୍ନ: ସରକାରୀ ଖୁଚୁରା କେନ୍ଦ୍ର ଆଗରେ ୫ ଫୁଟ ଉଚ୍ଚର ପାଣି

ବର୍ଷା ଯୋଗୁ ସିଏମସି ୪୮ନମ୍ବର ୱାର୍ଡ ଜଳମଗ୍ନ: ସରକାରୀ ଖୁଚୁରା କେନ୍ଦ୍ର ଆଗରେ ୫ ଫୁଟ ଉଚ୍ଚର ପାଣି

ବର୍ଷା ଯୋଗୁ ସିଏମସି ୪୮ନମ୍ବର ୱାର୍ଡ ଜଳମଗ୍ନ: ସରକାରୀ ଖୁଚୁରା କେନ୍ଦ୍ର ଆଗରେ ୫ ଫୁଟ ଉଚ୍ଚର ପାଣି

News by Kanhu charan Panda (Cuttack)

କଟକ(ଏନ୍‌.ଏମ୍‌.): ଲଗାଣ ବର୍ଷା ସମୟରେ କଟକ ସହର ଯେଭଳି ଜଳମଗ୍ନ ନହେବ ସେଥିପାଇଁ ସିଏମସି ପକ୍ଷରୁ ବେଶ ବହୁ ଆଡମ୍ବର ଲଘୁକ୍ରିୟାରେ ପରିଣତ ହୋଇଛି । ସିଏମସିର ଜଳନିଷ୍କାସନ ବ୍ୟବସ୍ଥା ବିଫଳ ହୋଇଥିବା ଦେଖିବାକୁ ମିଳିଛି । ଆଜି ଅପରାହ୍ନରେ ଲଘୁଚାପ ଜନିତ ବର୍ଷା ଯୋଗୁଁ କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡର କିଛି ଅଂଶ ଜଳମଗ୍ନ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଆଇ.ବି ରୋଡ ଫକିରପୁର ଗ୍ରାମରେ ଥିବା ସରକାରୀ ଖୁଚୁରା କେନ୍ଦ୍ର ଆଗରେ ୫ ଫୁଟ ଉଚ୍ଚର ପାଣି ଲହଢି ଖେଳୁଛି । ଏହି ଲଘୁଚାପ ଜନିତ ବର୍ଷାରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ସେଠାରେ ନଥିବାରୁ ଏହି ଲଗାଣ ବର୍ଷାରେ ଘରେ ଘରେ ପାଣି ପ୍ରବେଶ କରିବା ସହ ଜନସାଧାରଣ ନାହିଁ ନଥିବା ହଇରାଣ ହୋଇଛନ୍ତି । ତେବେ କଟକ ସହରର ୫୯ଟି ଯାକ ୱାର୍ଡ଼ରେ ଜଳନିଷ୍କାସନ ପାଇଁ ସିଏମସି ମେୟର ସୁବାସ ସିଂହ ବିଭିନ୍ନ ପର୍ଯ୍ୟାୟରେ ବୈଠକ ଡକାଇ ଅଧିକାରୀ ଓ କର୍ମଚାରୀମାନଙ୍କୁ ତାଗିଦ କରିଥିଲେ । ଏ ନେଇ ହୋଇଥିବା ବୈଠକରେ ୭୦ରୁ ୭୫ ପ୍ରତିଶତ ନାଳନର୍ଦ୍ଦମା ଠିକ୍ ହୋଇଥିବା ଅଧିକାରୀମାନେ କହିଥିଲେ । ଆଉ କିଛି ରହିଯାଇଥିବାବେଳେ ବର୍ଷା ପୂର୍ବରୁ ସବୁ ଠିକ ହୋଇଯିବ ବୋଲି ବୈଠକରେ ଅଧିକାରୀମାନେ ସଫେଇ ଦେଇଥିଲେ । ଅନ୍ୟପକ୍ଷରେ ସିଏମସିର ଯେଉଁ ଅଞ୍ଚଳରୁ ଜଳ ନିଷ୍କାସନ ସମସ୍ୟାର ସମାଧାନ ହୋଇ ପାରିନାହିଁ ସେଠାରେ ମୋଟର ଲଗାଇ ଜଳ ନିଷ୍କାସନ କରିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଥିଲା । ତେବେ ସିଏମସିର ୪୮ ନମ୍ବର ୱାର୍ଡ଼ରୁ ଜଳ ନିଷ୍କାସନ ପ୍ରତି ସିଏମସିର ବୈମାତୃକ ମନୋଭାବ ଅଞ୍ଚଳବାସୀଙ୍କୁ ଅଧିକ ଅସନ୍ତୋଷ କରାଇଥିବା କୁହାଯାଉଛି । ତେବେ ସିଏମସି ପକ୍ଷରୁ ଏନେଇ ତ୍ୱରିତ ପଦକ୍ଷେପ ନନେଲେ ଅଞ୍ଚଳବାସୀ ବିଜୁ ଭବନ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ