ବର୍ଷାଙ୍କୁ ବଡ଼ ଝଟକା, ସୁଜିତଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବର୍ଷାଙ୍କୁ ବଡ଼ ଝଟକା, ସୁଜିତଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବର୍ଷାଙ୍କୁ ବଡ଼ ଝଟକା, ସୁଜିତଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ


କଟକ(ଏନ୍‌.ଏମ୍‌.): ସେଲିବ୍ରିଟି ଦମ୍ପତ୍ତି ବର୍ଷା-ଅନୁଭବଙ୍କ ପାରିବାରିକ କନ୍ଦଳ ଦିନକୁ ଦିନ ନୂଆ ନୂଆ ମୋଡ଼ ନେବାରେ ଲାଗିଛି । କେତେବେଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ତଥା ତାଙ୍କ ସହଯୋଗୀଙ୍କ ଉପରେ ଆରୋପ ଲଗାଉଛନ୍ତି ତ ଆଉ କେତେବେଳେ ଅନୁଭବ ବର୍ଷା ତଥା ତାଙ୍କ ପରିବାର ଉପରେ ପ୍ରତି ଆରୋପ ଲଗାଉଛନ୍ତି । ଫଳରେ ଏହି ବିବାଦର ସମାଧାନ ପରିବର୍ତ୍ତେ ଅଡ଼ୁଆ ବଢ଼ିବାରେ ଲାଗିଛି । ଏ ନେଇ ହାଇକୋର୍ଟରେ ବର୍ଷା-ଅନୁଭବ ବିବାଦର ବିଚାର ଚାଲିଥିବାବେଳେ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହା ବର୍ଷାଙ୍କୁ ବଡ଼ ଝଟକା ଲାଗିଛି । ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ କର୍ମଚାରୀ ସୁଜିତ ଦଳାଇଙ୍କୁ ସୁରକ୍ଷା ଦେବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ପୁଲିସକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଏଥିସହିତ ଜାତିଆଣ ଆକ୍ଷେପ ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମିଳିଛି ଝଟକା । ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ କେବଳ ଅନ୍ତରୀଣ ସୁରକ୍ଷା ମିଳିଥିଲେ ବି ଟ୍ରାଞ୍ଜିଟ ଜାମିନ ମିଳିନଥିବା ଜଣା ପଡିଛି । ତେଣୁ ଦିଲ୍ଲୀ ଯାଇ ଏହି ମାମଲାରେ ବର୍ଷା ଜେରାର ସମ୍ମୁଖୀନ ହେବା ଏକରକମ ନିଶ୍ଚିତ ହୋଇଯାଇଛି । ଦିଲ୍ଲୀ ପୁଲିସକୁ ସହଯୋଗ କରିବା ପାଇଁ ବର୍ଷା ଏବେ ବାଧ୍ୟ ହେବେ ବୋଲି କୁହାଯାଇପାରେ । ମିଳିଥିବା ସୂଚନା ଅନୁଯାୟୀ, ସୁଜିତଙ୍କୁ ଦିଲ୍ଲୀ ସ୍ଥିତ ଅନୁଭବଙ୍କ ସାଂସଦ କ୍ୱାର୍ଟରରେ ବର୍ଷା, ତାଙ୍କ ମା ଦୀପା ସାହୁ ଓ ଝିଆରୀ ଆୟୁଷି ପ୍ରିୟଦର୍ଶିନୀ ଜାତିଆଣ ମନ୍ତବ୍ୟ ଦେଇ ଦୁର୍ବ୍ୟବହାର କରିଥିବା ସୁଜିତ ଦିଲ୍ଲୀ ପୁଲିସରେ ଅଭିଯୋଗ କରିବା ପରେ ତିନି ଅଭିଯୁକ୍ତଙ୍କୁ ଦିଲ୍ଲୀ ପୁଲିସ ସମନ କରିଥିଲା । ତେବେ ଗିରଫଦାରୀ ଏଡାଇବା ପାଇଁ ତିନିଜଣ ଯାକ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ଗତ ୪ ତାରିଖରେ ଉଚ୍ଚ ନ୍ୟାୟାଳୟ ଆଜି ଯାଏଁ ବର୍ଷା ଓ ଅନ୍ୟମାନଙ୍କୁ ଅନ୍ତରୀଣ ସୁରକ୍ଷା ଯୋଗାଇ ଦେଇଥିଲେ । ଆଜି ଏହି ମାମଲାର ଶୁଣାଣି ଥିବା ବେଳେ ଆସନ୍ତା ୧୭ତାରିଖ ଯାଏଁ ବର୍ଷା, ଦୀପା ଓ ଆୟୁଷିଙ୍କ ଅନ୍ତରୀଣ ସୁରକ୍ଷା ବଢା ଯାଇଛି । ଏଥିସହିତ ସୁଜିତଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସୁରକ୍ଷା ଦେବାକୁ ଦିଲ୍ଲୀ ପୁଲିସକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ