ବର୍ଣ୍ଣାଢ୍ୟ ପରିବେଶରେ ବାସୁଦେବପୁର ବିଜେଡିର ପ୍ରତିଷ୍ଠା ଦିବସ

ବର୍ଣ୍ଣାଢ୍ୟ ପରିବେଶରେ ବାସୁଦେବପୁର ବିଜେଡିର ପ୍ରତିଷ୍ଠା ଦିବସ

ବର୍ଣ୍ଣାଢ୍ୟ ପରିବେଶରେ ବାସୁଦେବପୁର ବିଜେଡିର ପ୍ରତିଷ୍ଠା ଦିବସ

News by Ananda Prasad Rout (Bhadrak)

#ଭଦ୍ରକ(ଏନ୍‌.ଏମ୍‌.): ବହୁ ଆଡମ୍ବରରେ ଧୁମ୍‌ଧାମରେ ବାସୁଦେବପୁର ବିଜେଡି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ବାସୁଦେବପୁର ବିଜେଡି ପକ୍ଷରୁ ପୂର୍ବାହ୍ନରେ ବିଭିନ୍ନ ସ୍ଥାନରେ ଗଣ ଦୌଡ ଆୟୋଜିତ ହୋଇଥିଲା । ସମସ୍ତ ଜୋନ ସହ ପୌର ପରିଷଦ ରେ ମଧ୍ୟ ଗଣଦୌଡ ଆୟୋଜିତ ହୋଇ ଯାଇଛି । ସେହିପରି ସ୍ଥାନୀୟ ଆର୍ତୁଙ୍ଗ ପଞ୍ଚାୟତ ବିଦ୍ୟାଳୟରେ ବୃକ୍ଷ ରୋପଣ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେରେ ଫଳ ବଣ୍ଟନ କାର୍ଯ୍ୟ କର୍ମ ହୋଇ ଯାଇଛି । ଏହାର ଗୋଟେ ଦିନ ପୂର୍ବରୁ ସ୍ଥାନୀୟ ନୀଳମଣି ଟାଉନ ହଲ ପରିସରରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏକ ରକ୍ତ ଦାନ ଶିବିର ଆୟୋଜନ ହୋଇଯାଇଛି । ପୌର ପରିଷଦର ବିଭିନ୍ନ ୱାର୍ଡସ୍ତରରୁ ଯୁବକମାନେ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ । ଏହି ରକ୍ତ ଦାନ ଶିବିରରେ ମୋଟ ୧୦୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ପ୍ରତିଷ୍ଠା ଦିବସ ପାଳନରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ନେତୃତ୍ୱରେ ବହୁ ଆଡମ୍ବରରେ ଧୁମଧାମରେ ପାଳନ ହୋଇ ଯାଇଛି । ବାସୁଦେବପୁର ବ୍ଲକ ବିଜେଡି ସଭାପତି ଦିନ ବନ୍ଧୁ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଉପାଧ୍ୟକ୍ଷ ଉତ୍ତମ ବାରିକ, ବିଧାୟକଙ୍କ ପ୍ରତିନିଧି ଅସିତ୍ କୁମାର ଦାସ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଦେବଦର୍ଶନ ଦାସ, ଜଗବନ୍ଧୁ ଖିଲାର, ନଗର ଯୁବ ବିଜେଡି ସଭାପତି ମାନସ ସାହୁ, ଛାତ୍ର ସଭାପତି କାଳନ୍ଦୀ ସାହୁ, ଚିନ୍ମୟ ବାରିକ, ପ୍ରଫୁଲ୍ଲ ବିଶ୍ୱାଳଙ୍କ ସହ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ, କାଉନସିଲର, ଛାତ୍ର, ମହିଳା, ଯୁବ ବିଜେଡି କର୍ମକର୍ତ୍ତା ଉପସ୍ଥିତ ରହି ସଫଳ କରାଇ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ