ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିବସ

ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିବସ

ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିବସ
ଓଡ଼ିଶା ପୁଲିସ୍‌କୁ ଅଧିକ କ୍ରିୟାଶୀଳ ଓ ରୁଦ୍ଧିମନ୍ତ କରାଯିବ


କଟକ(ଏନ୍‌.ଏମ୍‌.): ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୬୩ତମ ବରିଷ୍ଠ ପୁଲିସ ଅଧିକାରୀଙ୍କ ବାର୍ଷିକ ସମ୍ମିଳନୀର ଦ୍ୱିତୀୟ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥବରେ ଡିଜିପି ଅଭୟଙ୍କ ସମେତ ବହୁ ବରିଷ୍ଠ ପୋଲିସ୍ ଅଧିକାରୀ ଉପସ୍ଥିତରହି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଓଡ଼ିଶା ପୁଲିସ୍ ବିଭାଗକୁ କିଭଳି ଅଧିକ କ୍ରିୟାଶୀଳ ଓ ରୁଦ୍ଧିମନ୍ତ କରାଯିବ ସେ ସଂକ୍ରାନ୍ତରେ ମତବ୍ୟକ୍ତ କରିଥିଲେ । ବିଶେକ କରି ଫରେନ୍ସିକ ବ୍ୟବହାର ସଡ଼କ ସୁରକ୍ଷା ନିରାପତା ବାବଦରେ ଆଲୋଚନା କରାଯାଇଥିଲା । ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ସହିତ ଅଜଣା ଯାନବାହନ ଦ୍ୱାରା ଦୁର୍ଘଟଣାରେ ମୃତ୍ୟୁ ଏବଂ ଆହତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ରାଜ୍ୟସରକାରଙ୍କ ତରଫରୁ ସହାୟତା ରାଶି ପ୍ରଦାନ କରାଯାଉଥିବା ବୈଠକରେ ମତପ୍ରକାଶ ପାଇଥିଲା । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗ, ମହିଳା ଏବଂ ଶିଶୁଙ୍କ ଉପରେ ଘଟୁଥିବା ଅପରାଧ ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟରେ ନିଖୋଜ ଶିଶୁଙ୍କୁ ଉଦ୍ଧାର ନିମନ୍ତେ ସ୍ୱତନ୍ତ୍ର ଡ୍ରାଇଭ୍ କାର୍ଯ୍ୟକରୁଥିବା ବୈଠକରେ ପ୍ରକାଶ ପାଇଥିଲା । ଏଥିସହିତ ଜେଲ୍‌ବିଭାଗ, ଓଏସ୍‌ଏପି ଏବଂ କାର୍ମିକ ବିଭାଗ ସମ୍ପର୍କିିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଥିଲା । ଆଜିର ଏହି ସମ୍ମିଳନୀରେ ଆଡ୍‌ଭୋକେଟ୍ ଜେନେରାଲ ଅଶୋକ ପରିଜା ଭର୍ଚୁଆଲ୍ ମାଧ୍ୟମରେ ଉପସ୍ଥିତ ରହି ବିଭିନ୍ନ ଆଇନ୍‌ଗତ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ ଭାବେ ମନୋନୀତ ହୋଇଥିବା ଡିଜିପି ସୁନୀଲ କୁମାର ବଂଶଲ ମଧ୍ୟ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ଉପସ୍ଥିତ ଥିଲେ । ରାଜ୍ୟ ପୁଲିସ ମୁଖ୍ୟକାର୍ଯ୍ୟାଳୟରୁ ଅତିରିକ୍ତ ଡିଜିପ ଡଃ ସୁଧାଂଶୁ ଷଡ଼ଙ୍ଗୀ, ସଞ୍ଜୀବ ପଣ୍ଡା, ଆର୍‌.କେ. ଶର୍ମା, ଆଇଜି ଅମିତାଭ ଠାକୁର, ଏସ୍‌.ପ୍ରବୀଣକୁମାର , ନରସିଂହ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି