ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ସ୍ମୃତିସଭା

ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ସ୍ମୃତିସଭା

ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ସ୍ମୃତିସଭା

News by Maheswar Behera (Athagarh)

ଆଠଗଡ଼ (ଏନ୍‌.ଏମ୍‌.): ବରିଷ୍ଠ କଂଗ୍ରେସ ନେତ୍ରୀ, ପୂର୍ବତନ ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ଏକାଦଶାହ ଅବସରରେ ଆଠଗଡ କଂଗ୍ରେସ କାର୍ଯ୍ୟାଳୟରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ତଥା ଆଠଗଡ କଂଗ୍ରେସର ବିଶିଷ୍ଟ ନେତା ଉମାବଲ୍ଲଭ ରଥଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍ଥାନୀୟ ଭାଗିରଥି ସାଗରରେ ତିଳ ତର୍ପଣ କରାଯାଇଥିଲା । ଦଳୀୟ ନେତା ଶ୍ରୀ ରଥଙ୍କ ନେତୃତ୍ୱରେ ସ୍ଥାନୀୟ ନେତା ଓ ଦଳୀୟ କର୍ମୀମାନେ ତିଳତର୍ପଣ ସାରି ଦଳୀୟ କାର୍ଯ୍ୟାଳୟରେ ପହଞ୍ôଚଥିଲେ । ଏଠାରେ ଅବସ୍ଥାପିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ସ୍ୱର୍ଗତ ଜୟନ୍ତୀ ପଟ୍ଟନାୟକଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଦଳୀୟ କର୍ମକର୍ତ୍ତାମାନେ ସ୍ମୃତିଚାରଣ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜୟନ୍ତୀ ପଟ୍ଟନାୟକ କେବଳ କଂଗ୍ରେସର ନେତ୍ରୀ ନଥିଲେ, ସେ ଜଣେ ଜନନେତ୍ରୀ ଥିଲେ ବୋଲି ଶ୍ରୀ ରଥ କହିଥିଲେ । ସେ କେବଳ ଜଣେ ନେତ୍ରୀ ନଥିଲେ,ଏକାଧାରରେ ନେତ୍ରୀ,ସମାଜସେବୀ,ଲେଖିକା ଓ ସମ୍ପାଦିକା ଥିଲେ ବୋଲି ପ୍ରକାଶ କରି ଆଠଗଡ ପ୍ରତି ସ୍ୱର୍ଗତ ପଟ୍ଟନାୟକଙ୍କ ଅବଦାନ ସମ୍ପର୍କରେ ଉପସ୍ଥିତ ବକ୍ତାମାନେ ମତପୋଷଣ କରିଥିଲେ । ତାଙ୍କ ବିୟୋଗ ଆଠଗଡ କ’ଣ, ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ରଥ କୋହଭରା କଣ୍ଠରେ ବର୍ଣ୍ଣନା କରିବା ସହ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ବର୍ଷୀୟାନ ଶ୍ରମିକ ନେତା ଉତ୍କଳଭୂଷଣ ରାଉତରାୟ ଯୋଗଦେଇ ସ୍ୱର୍ଗୀୟା ପଟ୍ଟନାୟକଙ୍କ ବହୁବିଧ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କେବଳ ଓଡ଼ିଶାର ନେତ୍ରୀ ନଥିଲେ, ସର୍ବଭାରତୀୟସ୍ତରରେ ତାଙ୍କର ସୁନାମ ଥିଲା ବୋଲି କହିଥିଲେ । ଏହି ଅବସରରେ ସ୍ଥାନୀୟ ଡାକ୍ତରଖାନାରେ ଶ୍ରୀ ରଥ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଠଗଡ ନଗର କଂଗ୍ରେସ ସଭାପତି ସୋମନାଥ ଭକ୍ତା, ବ୍ଲକ୍ କଂଗ୍ରେସ କମିଟି ସଭାପତି ସୁଦର୍ଶନ ସାହୁ, ସଭାପତି, ବ୍ଲକ କଂଗ୍ରେସ କମିଟି, ଆଶୁତୋଷ ବରାଳ, ବ୍ଲକ କଂଗ୍ରେସ କମିଟି ଟାଙ୍ଗୀ, ଲକ୍ଷ୍ମୀପ୍ରିୟା ନାୟକ ସଭାନେତ୍ରୀ, ମହିଳା କଂଗ୍ରେସ, ଆଠଗଡ଼ ବ୍ଲକ, ମନୋରଞ୍ଜନ ପଟ୍ଟନାୟକ, ଆଠଗଡ କାଉନସିଲର ତଥା ଉପ ସଭାପତି, ଜିଲ୍ଲା ଯୁବ କଂଗ୍ରେସ, କଟକ, ବିକ୍ରମ ରାୟ ସାମନ୍ତ, ସଭାପତି, ଆଠଗଡ଼ ଯୁବ କଂଗ୍ରେସ ,ପୂର୍ବତନ ସରପଞ୍ଚ ସୁନିଲ ସୁତାର, ଅକ୍ଷୟ କୁମାର ତୁଙ୍ଗସାମନ୍ତ, ପ୍ରକାଶ ଚନ୍ଦ୍ର ପୁହାଣ, ଅଶୋକ ପ୍ରଧାନ, ସୁରେଶ କୁମାର ପରିଡ଼ା, ମିନିଷ୍ଟର ପ୍ରଧାନ, ଗଦାଧର ପ୍ରଧାନ, ଅମୂଲ୍ୟ ସାମନ୍ତରାୟ, ମନୋରଞ୍ଜନ ଦାଶ, ସୌମ୍ୟସ୍ ରଥ, ପ୍ରତାପ ପରିଡ଼ା, ତ୍ରିଲୋଚନ ବେହେରା, ରମେଶ ସାହୁ, ସଞ୍ଜୟ ମହାନ୍ତି, ଶ୍ରୀନିବାସ ବାରିକ, ସମ୍ବିତ ଦଳେଇ, ପ୍ରଶାନ୍ତ ବେହେରା, କୃଷ୍ଣ ବେହେରା, ପବନା ରାଉତ ପ୍ରମୁଖ ଶତାଧିକ କଂଗ୍ରେସ ପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱର୍ଗୀୟା ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ