ବଢ଼ିଲା କରୋନା ସଂକ୍ରମଣ: ଆସିପାରେ କଟକଣା ଗାଇଡ଼ଲାଇନ, ୩ହଜାର ଛୁଇଁଲାଣି ସକ୍ରିୟ ରୋଗୀଙ୍କ ସଂଖ୍ୟା

ବଢ଼ିଲା କରୋନା ସଂକ୍ରମଣ: ଆସିପାରେ କଟକଣା ଗାଇଡ଼ଲାଇନ, ୩ହଜାର ଛୁଇଁଲାଣି ସକ୍ରିୟ ରୋଗୀଙ୍କ ସଂଖ୍ୟା

ବଢ଼ିଲା କରୋନା ସଂକ୍ରମଣ: ଆସିପାରେ କଟକଣା ଗାଇଡ଼ଲାଇନ, ୩ହଜାର ଛୁଇଁଲାଣି ସକ୍ରିୟ ରୋଗୀଙ୍କ ସଂଖ୍ୟା


#ନୂଆଦିଲ୍ଲୀ(ଏଜେନ୍ସି): ସମ୍ପ୍ରତି ଭାରତରେ ମହାମାରୀ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦୀର୍ଘ ଦିନର ଅନ୍ତର ପରେ ପୁଣି କରୋନା ଆତଙ୍କ ସୃଷ୍ଟି କରିଛି । ସ୍ଥିତି ଏପରି ହୋଇଛି ଯେ ଆଜି ସୁଦ୍ଧା ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩ ହଜାର ପାଖରେ ପହଞ୍ଚି ଯାଇଛି । ସେହିପରି କେରଳରେ ଜଣେ କରୋନା ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଇଥିବା ଖବର ମିଳିଛି । ଦେଶରେ ଜେଏନ-୧ ଭାରିଏଣ୍ଟ ଚିହ୍ନଟ ହେବା ଖବର ମିଳିବା ପରଠାରୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ସଂକ୍ରମଣ ବୃଦ୍ଧି ପାଇବା ନେଇ ଦେଶରେ ଆତଙ୍କ ଆରମ୍ଭ ହୋଇଛି । ଏ ନେଇ ସରକାର ଓ ପ୍ରଶାସନର ମୁଣ୍ଡବିନ୍ଧା ପୁଣି ବଢ଼ିଗଲାଣି । ଖୁବ ଶିଘ୍ର ଦେଶରେ କରୋନା କଟକଣା ଲାଗୁ ହୋଇପାରେ ବୋଲି ବହୁ ସ୍ୱାସ୍ଥ୍ୟ ବିତମାନେ ମତଦେଲେଣି । ଅନ୍ୟପକ୍ଷରେ ବିହାରରେ ବେଶ କିଛି ମାସର ବ୍ୟବଧାନ ପରେ ୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହେବେ ୨୯୯୭ ରହିଛି । ଦିନକ ତଳେ ଏହା ୨୬୬୯ ରହିଥିଲା । ସେହିପରି ମହାମାରୀ କରୋନାଜନିତ ମୃତ୍ୟୁସଂଖ୍ୟା ୫,୩୩,୩୨୮ ଛୁଇଁଛି । କାରଣ ୨୪ ଘଣ୍ଟା ମଧ୍ୟରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଦେଶରେ କରୋନା ମୃତ୍ୟୁହାର ୧.୧୮ ରହିଛି । ଏହାବାଦ ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢ଼ିଛି । ଆନ୍ଧ୍ର ପ୍ରଦେଶ, ବିହାର, ଛତିଶଗଡ଼, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା ଓ ଉତ୍ତର ପ୍ରଦେଶ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ପୂର୍ବାପେକ୍ଷା ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ଏଯାଏ ୪,୪୪,୭୦,୮୮୭ ଜଣ କରୋନାକୁ ମାତ ଦେଇଥିବା ବେଳେ ଆରୋଗ୍ୟ ହାର ୯୮.୮୧% ରହିଛି । ଦେଶବାସୀ ୨୨୦.୬୭ କୋଟି କରୋନା ଟିକାର ଡୋଜ ନେଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି । କେରଳରେ ପ୍ରଥମଥର ପାଇଁ ଜେଏନ-୧ ଭାରିଏଣ୍ଟ ଚିହ୍ନଟ ହୋଇଥିଲା । ଏବେ ଏଠାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୬୦୬କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ରାଜ୍ୟର ୨୬୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ