ବଡମ୍ବା ନାବାଳିକା ବଳତ୍କାର ମାମଲା: ଆସାମୀକୁ ୭ ବର୍ଷ ସଶ୍ରମ କରାଦଣ୍ଡ

ବଡମ୍ବା ନାବାଳିକା ବଳତ୍କାର ମାମଲା: ଆସାମୀକୁ ୭ ବର୍ଷ ସଶ୍ରମ କରାଦଣ୍ଡ

ବଡମ୍ବା ନାବାଳିକା ବଳତ୍କାର ମାମଲା: ଆସାମୀକୁ ୭ ବର୍ଷ ସଶ୍ରମ କରାଦଣ୍ଡ

News by Padmalochan Mishra (Cuttack )

#କଟକ(ଏନ୍‌.ଏମ୍‌.): ଏକ ନାବାଳିକା ବଳତ୍କାର ମାମଲାରେ କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋଷ୍କୋ କୋର୍ଟ ବଡମ୍ବା ଥାନା କୃଷ୍ଣଚନ୍ଦ୍ରପୁର ଅଞ୍ଚଳର ଆସାମୀ ଅକ୍ଷୟ କୁମାର ନାୟକକୁ ୭ ବର୍ଷ ସଶ୍ରମ କରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି । ଏଥିସହିତ କୋର୍ଟ ଆସାମୀକୁ ୧୦ହଜାର ଟଙ୍କାର ଜୋରିମାନା ପ୍ରଦାନ କରିବାକୁ ମଧ୍ୟ ଆଦେଶ ଦେଇଛନ୍ତି । ଜୋରିମାନା ନଦେଇ ପାରିଲେ ଆସାମୀକୁ ଆଉ ଅଧିକ ୬ ମାସ ସଶ୍ରମ ଜେଲ୍‌ଦଣ୍ଡ ଭୋଗିବାକୁ ପଡିବ ପଡିବ । ସୂଚନା ଅନୁଯାୟୀ, ଗତ ୨୦୧୭ ମସିହା ଫେବୃୟାରୀ ୯ତାରିଖରେ ନାବାଳିକା ଜଣକ ବଡମ୍ବା ଗୋପାଳପୁର ହାଇସ୍କୁଲ୍‌ରୁ ଏକୁଟିଆ ଫେରୁଥିବାବେଳେ ଆସାମୀ ଅକ୍ଷୟ ଉକ୍ତ ନାବାଳିକାକୁ ସେଠାରୁ ଅପହରଣ କରି କଟକରେ ଏକ ଭଡା ଘରେ ରଖି ବଳତ୍କାର କରିଥିଲା । ଆସାମୀ ଜଣକ ନାବାଳିକାକୁ ବାହା ହେବାକୁ ପ୍ରତିଶୃତି ଦେଇ ତାକୁ ବଳତ୍କାର କରିଥିବା ନେଇ ବଡମ୍ବା ଥାନାରେ ଏତଲା ରୁଜୁ କରାଯାଇଥିଲା । ଗତ ୨୦୧୭ ମସିହା ଫେବୃୟାରୀ ୯ତାରିଖରେ ଘଟଣା ଘଟିଥିବାବେଳେ ଫେବୃୟାରୀ ୨୦ତାରିଖରେ କିନ୍ତୁ ଏତଲା ରୁଜୁ କରାଯାଇଥିଲା । ସେହିପରି ଏହି ମାମଲାରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି ତା ବିରୋଧରେ ଗତ ୨୦୧୭ ଜୁନ୍ ୧୯ ତାରିଖରେ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା । କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋଷ୍କୋ କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା । କୋର୍ଟ ୨୧ଜଣ ସାକ୍ଷୀ, ୩ଟି ନଥିପତ୍ର ଓ ୧୬ଟି ପ୍ରମାଣିକ ତଥ୍ୟ ଆଧାରରେ ଆସାମୀକୁ ଉପରୋକ୍ତ ଦଣ୍ଡବିଧାନ କରିଛନ୍ତି । ରାଜ୍ୟ ସରକାରଙ୍କୁ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ରମଶେ ଚନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ