ବଡମ୍ବା ଗମେଇରୁ ବଜ୍ରକାପ୍ତା ଉଦ୍ଧାର

ବଡମ୍ବା ଗମେଇରୁ ବଜ୍ରକାପ୍ତା ଉଦ୍ଧାର

ବଡମ୍ବା ଗମେଇରୁ ବଜ୍ରକାପ୍ତା ଉଦ୍ଧାର

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): ବନ୍ୟଜନ୍ତୁ ଶିକାର କରିବା ଏକ ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚନା କରାଯାଉଥିଲେ ମଧ୍ୟ ଶିକାରୀମାନଙ୍କୁ ନିୟନ୍ତ୍ରଣ କରିବା ବନ ବିଭାଗ ପ୍ରତି ଚାଲେଞ୍ଜ ହୋଇଛି । ବିଭିନ୍ନ ସମୟରେ ବିଭିନ୍ନ ଉପାୟରେ ଶିକାରୀମାନେ ଜଙ୍ଗଲ ଜନ୍ତୁଙ୍କୁ ହତ୍ୟା କରିବା, ସେମାନଙ୍କ ସିଙ୍ଗ, ଚମଡ଼ା, ମାଂସ ଆଦି ବିକ୍ରି କରିବା, ବିଭିନ୍ନ ଜୀବଜନ୍ତୁଙ୍କୁ ଚୋରା ଚାଲଣ କରିବା ଭଳି ଅପରାଧ ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି । ଶିକାରୀମାନେ ବେଆଇନ ଭାବେ ବନ୍ୟଜନ୍ତୁ ଶିକାର କରୁଥିବାବେଳେ ବନବିଭାଗ କର୍ମଚାରୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ବଡମ୍ବାରୁ ଗୋଟିଏ ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଡମ୍ବା ବ୍ଲକ ଭଟ୍ଟାରିକା ପଞ୍ଚାୟତର ଗମେଇ ନୂଆସହି ଗାଁରୁ ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଛି । ସକାଳ ସମୟରେ ଗାଁରେ ଚଳପ୍ରଚଳ କରୁଥିବା ବେଳେ ଗ୍ରାମବାସୀ ଦେଖିଥିଲେ । ପରେ ବଜ୍ରକାପ୍ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ବଡମ୍ବା ବନ ବିଭାଗକୁ ଖବର ଦେଇଥିଲେ । ବଡମ୍ବା ବନାଞ୍ଚଳ ଅଧୀକାରୀ ସିତରାମ ଶବର ଏକ ଟିମ ସହ ପହଞ୍ଚି ବଜ୍ରକାପ୍ତାକୁ ଆଣି ନିକଟରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଛାଡି ଦେଇଥିବା ଜଣା ପଡ଼ିଛି । ବଜ୍ରକାପ୍ତା ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ