ଫେଷ୍ଟିଭାଲ ଅଫର୍‌ରେ ବଡ଼ ପୁରସ୍କାର; ରୁଚି ମସଲା କିଣନ୍ତୁ, ଦୁଇଟି କାର୍ ସହିତ ଅନେକ ପୁରସ୍କାର ଜିତନ୍ତୁ

ଫେଷ୍ଟିଭାଲ ଅଫର୍‌ରେ ବଡ଼ ପୁରସ୍କାର; ରୁଚି ମସଲା କିଣନ୍ତୁ, ଦୁଇଟି କାର୍ ସହିତ ଅନେକ ପୁରସ୍କାର ଜିତନ୍ତୁ

ଫେଷ୍ଟିଭାଲ ଅଫର୍‌ରେ ବଡ଼ ପୁରସ୍କାର
ରୁଚି ମସଲା କିଣନ୍ତୁ, ଦୁଇଟି କାର୍ ସହିତ ଅନେକ ପୁରସ୍କାର ଜିତନ୍ତୁ

News by Smruti Ranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ଓଡ଼ିଶାର ସର୍ବପୁରାତନ ରୁଚି ମସଲା କମ୍ପାନୀ ତା’ର ଦୀର୍ଘ ୪୭ ବର୍ଷ ସଫଳତାର ଯାତ୍ରା ଅତିକ୍ରମ କରିଥିଲା ବେଳେ ଗ୍ରାହକମାନଙ୍କ ପାଇଁ ଗତବର୍ଷ ଭଳି ପୁଣି ଏକ ଆକର୍ଷଣୀୟ ବଡ଼ ପୁରସ୍କାର ଘୋଷଣା କରିଛି । ରାଜ୍ୟର ୧ନମ୍ବର ମସଲା ବ୍ରାଣ୍ଡ ଭାବରେ ପରିଚିତ ରୁଚି ତା’ର ଗ୍ରାହକମାନଙ୍କ ଋଣ ସୁଝିବା ପାଇଁ ଚଳିତ ବର୍ଷର ରୁଚି ଫେଷ୍ଟିଭାଲ ଅଫର ଯୋଜନାରେ ଦୁଇଟି ମୂଲ୍ୟବାନ କାର୍‌, ଦୁଇଟି ସ୍କୁଟର ଓ ଅନ୍ୟାନ୍ୟ ଗୃହ ଉପକରଣ ସାମଗ୍ରୀ ସହିତ ସ୍ୱର୍ଣ୍ଣ, ରୌପ୍ୟମୁଦ୍ରା ଓ ସ୍ମାର୍ଟ ୱାଚ୍ ଉପହାର ଦେବ ବୋଲି ଘୋଷଣା କରିଛି । ଗତବର୍ଷ ରୁଚିର ଏହି ଉପହାର ଯୋଜନାରେ ପାରାଦ୍ୱୀପର ଜଣେ ଗ୍ରାହକ ରଞ୍ଜନ ପଟ୍ଟନାୟକ ୧୦ଲକ୍ଷ ଟଙ୍କା ମୂଲ୍ୟର ଟାଟା ନେକ୍ସନ କାର ଉପହାର ଜିତିଥିଲାବେଳେ ରାଜ୍ୟ ଏବଂ ରାଜ୍ୟ ବାହାରର ଏକହଜାରରୁ ଅଧିକ ଗ୍ରାହକ ଦୁଇଚକିଆ ଯାନ, ଅନେକ ମୂଲ୍ୟବାନ ଉପହାର ସହିତ ସ୍ୱର୍ଣ୍ଣ ଓ ରୌପ୍ୟମୁଦ୍ରା ଜିତିଥିଲେ । ଏଠାରେ ସୂଚାନଯୋଗ୍ୟ ଯେ, ୧୯୭୬ ମସିହାରେ ପ୍ରତିଷ୍ଠିତ ରୁଚି ମସଲା ଉଦ୍ୟୋଗ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକ୍ଷେତ୍ରରେ ପୂର୍ବ ଭାରତରେ ଏକ ଅଗ୍ରଣୀ ଓ ବେଶ୍ ଲୋକପ୍ରିୟ କମ୍ପାନୀ ହେବାର ପରିଚୟ ସୃଷ୍ଟି କରିଛି । ମସଲା, ପାସ୍ତା, ସିମାଇ ଓ ଫ୍ରୋଜନ ଫୁଡ୍ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ନିଜର ଗୁଣବତ୍ତା ଓ ଉତ୍କୃଷ୍ଟମାନ ପାଇଁ ରୁଚି ଜାତୀୟ ଏବଂ ରାଜ୍ୟସ୍ତରରେ ବିଶେଷ ପରିଚିତ । ଗ୍ରାହକମାନଙ୍କର ରୁଚି ସାମଗ୍ରୀ ପ୍ରତି ଆଦର ହିଁ ଏହି ସଫଳତା ପାଇଁ ଶ୍ରେଷ୍ଠ ଉପହାର ବୋଲି କହିଛନ୍ତି ଓଡ଼ିଶାର ବିଶିଷ୍ଟ ଉଦ୍ୟୋଗୀ ତଥା ‘ରୁଚି’ର ପ୍ରତିଷ୍ଠାତା ଡକ୍ଟର ଶରତ କୁମାର ସାହୁ । ସମାଜରେ ସବୁବର୍ଗର ଖାଉଟି ଏହାର ମୁଖ୍ୟ ଉପଭୋକ୍ତା ହୋଇଥିଲା ବେଳେ ‘ରୁଚି’ର ୪୭ବର୍ଷର ସଫଳତାର ଯାତ୍ରା ପାଇଁ ଏହି ଅନୁଷ୍ଠାନ ଗ୍ରାହକମାନଙ୍କର ଏହି ଋଣ ସୁଝିବା ପାଇଁ ବର୍ଷ ପରେ ବର୍ଷ ତା’ର ପ୍ରତିଶ୍ରୁତି ପାଳନ କରିଆସୁଛି । ଡକ୍ଟର ସାହୁ କହିଛନ୍ତି ଯେ, ‘ରୁଚି’ର ଦୀର୍ଘବର୍ଷର ସଫଳତା ଯାତ୍ରା ପଛରେ ଏବଂ ଆମ ବ୍ୟବସାୟିକ ଉନ୍ନତିରେ ବଡ଼ ଭାଗିଦାର ହେଉଛନ୍ତି ଆମର କୋଟି କୋଟି ଗ୍ରାହକ । ଓଡ଼ିଶାର ପ୍ରତ୍ୟେକ ଖାଉଟି ସାମଗ୍ରୀ ଦୋକାନରେ ମିଳୁଥିବା ରୁଚି ମସଲାର ଏହି ଉପହାର ପ୍ୟାକ୍‌ଗୁଡ଼ିକ ଗ୍ରାହକମାନେ କିଣିବା ସହିତ ସେଥିରେ ଥିବା ବିଜେତା କୋର୍ଡ଼ ନମ୍ବରକୁ ଆମ ପାଖକୁ ଏସଏମଏସ୍ କରି ଏହି ଶ୍ରେଷ୍ଠ ଉପହାର ପାଇଁ ଭାଗ୍ୟଶାଳୀ ବିଜେତା ହେବାର ସୁଯୋଗ ନେବାକୁ ସେ ଅନୁରୋଧ କରିଛନ୍ତି । ଏ ଅବସରରେ ସେ ଓଡ଼ିଶାର କୋଟିକୋଟି ଗ୍ରାହକମାନଙ୍କୁ ସେମାନଙ୍କର ରୁଚି ସାମଗ୍ରୀ ପ୍ରତି ବିଶ୍ୱାସନୀୟତା ଓ ଭଲପାଇବା ପାଇଁ ବିନମ୍ର କୃତଜ୍ଞତା ଜଣାଇଛନ୍ତି । ଚଳିତବର୍ଷର ଏହି ଯୋଜନାରେ ରୁଚି କରି ପାଉଡ଼ର, ଚିକେନ ମସଲା ଓ ମିଟ୍ ମସଲାର ୧୦୦ ଗ୍ରାମ ଓ ୫୦ ଗ୍ରାମ ପ୍ୟାକ୍ ଏବଂ ୨୫ ଗ୍ରାମର ଗରମ ମସଲା ପ୍ୟାକ୍ ସହିତ ୫୦ ଗ୍ରାମର ଫିସ୍ ମସଲା, ଡାଲମା ପାଉଡ଼ର, ଚାଟ୍ ମସଲା ଓ ଦମ୍ ଆଳୁ ମସଲା ପ୍ୟାକ୍ ଉପରେ ପୁରସ୍କାର ଜିତିବାର ସୁଯୋଗ ରହିଛି । ଗ୍ରାହକମାନେ କିଣୁଥିବା ପ୍ରତ୍ୟେକ ରୁଚି ମସଲା ପ୍ୟାକ୍ ଖୋଳ ଭିତରେ ଥିବା ୱିନିଂ କୋର୍ଡ଼ ନମ୍ବର ଦେଖି ତାକୁ ୭୨୩୧୦୦୬୦୦୬ ନମ୍ବରରେ ଏସଏମ୍‌ଏସ୍ କରିବା ପରେ ଲକି ଡ୍ର ଜରିଆରେ ଏହା ପୁରସ୍କାର ପାଇଁ ପାଇଁ ଯୋଗ୍ୟ ବିବେଚିତ ହେବେ । ବମ୍ପର ପ୍ରଥମ ପୁରସ୍କାର ବାବଦରେ ଦୁଇଟି କାର୍‌, ଦ୍ୱିତୀୟ ପୁରସ୍କାରରେ ଦୁଇଟି ସ୍କୁଟର, ତୃତୀୟ ପୁରସ୍କାର ଏଲଇଡ଼ି ଟିଭି, ଚତୁର୍ଥ ପୁରସ୍କାର ଏୟାର ଫ୍ରାୟର, ପଞ୍ଚମ ପୁରସ୍କାର ଭାବେ ମିକ୍ସର ଗ୍ରାଇଣ୍ଡର ରହିଛି । ଗ୍ରାହକମାନେ ପ୍ରତିଦିନ ମଧ୍ୟ ସୁନା ଓ ରୂପା କଏନ୍ ଏବଂ ସ୍ମାର୍ଟ ୱାଚ୍ ପୁରସ୍କାର ଜିତିପାରିବେ । ସବୁ ଗ୍ରାହକ ରୁଚିର ଏହି ମସଲା ପ୍ୟାକ୍ କିଣି ଉପହାର ଜିତିବାର ସୁଯୋଗ ନେବାକୁ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ