ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା

ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା

ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ୨୦୨୪ ଅର୍ଥାତ ଆସନ୍ତା ବର୍ଷ ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦିଆଯାଇଛି । ତେବେ ଏ ନେଇ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଫେବ୍ରୁଆରୀ ୧୬ରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବ । ଏହା ପର ଦିନ ଅର୍ଥାତ ୧୭ ତାରିଖରୁ ବାଣିଜ୍ୟ ଓ କଳା ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୨୦ ତାରିଖରେ ଯୁକ୍ତ ୨ ପରୀକ୍ଷା ସରିବ । ପ୍ରଥମେ ୧୬ତାରିଖ ଦିନ ବିଜ୍ଞାନ ପରୀକ୍ଷା ରହିଛି । ପରଦିନ ଅର୍ଥାତ୍ ୧୭ ତାରିଖ ଦିନ କଳା ଓ ବାଣିଜ୍ୟ ପରୀକ୍ଷା ହେବ । ଏହାବାଦ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଜାନୁୟାରୀ ୨ରୁ ୨୦ ତାରିଖ ଯାଏ ଚାଲିବ । ମିଳିଥିବା ସୂଚନା ଆଧାରରେ ଚଳିତ ବର୍ଷ ବିଜ୍ଞାନରେ ପ୍ରାୟ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏହା ସହ କଳାରେ ପ୍ରାୟ ୪ ଲକ୍ଷ ଓ ବାଣିଜ୍ୟରେ ପ୍ରାୟ ୭୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ କାଉନସିଲ ତରଫରୁ ସୂଚନା ଦିଆଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି