ପ୍ରାୟ ଦେଢ଼ ଘଣ୍ଟା ଧରି ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ ସୂର୍ଯ୍ୟପରାଗ

ପ୍ରାୟ ଦେଢ଼ ଘଣ୍ଟା ଧରି ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ ସୂର୍ଯ୍ୟପରାଗ

ପ୍ରାୟ ଦେଢ଼ ଘଣ୍ଟା ଧରି ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ ସୂର୍ଯ୍ୟପରାଗ

News by Padmalochan Mishra (Cuttack)

ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଖିବା ପାଇଁ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ବ୍ୟାକୁଳ ହୋଇ ପଡ଼ିଛନ୍ତି । ବିଶେଷ କରି କଟକ ଭୁବନେଶ୍ୱର ଭଳି ଦ୍ୱୈତ ନଗରୀରେ ବହୁ ଲୋକ ଛାତ ଉପରେ ଏହି ମହାଜାଗତିକ ଦୃଶ୍ୟକୁ ଉପଭୋଗ କରିଥିଲେ । ଏହି ଆଂଶିକ ସୂର୍ଯ୍ୟୋପରାଗ ଭାରତରେ ୪ଟା ୨୯ ମିନିଟରୁ ଦେଖାଯାଇଛି । ତେବେ ଓଡ଼ିଶାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ (ଆଂଶିକ) ସୂର୍ଯ୍ୟୋପରାଗ ଅପରାହ୍ନ ୪.୫୬ ମିନିଟ ୫୨ ସେକେଣ୍ଡରେ ସ୍ପର୍ଶ କରଥିଲା । ଏହା ସନ୍ଧ୍ୟା ୬ଟା ୨୬ ମିନିଟ ୫୨ ସେକେଣ୍ଡ ପର୍ଯ୍ୟନ୍ତ ରହିବା ପରେ ମୋକ୍ଷପ୍ରାପ୍ତି ହୋଇଥିଲା । ତେବେ ମୋକ୍ଷ ପ୍ରାପ୍ତି ବେଳକୁ ସୂର୍ଯ୍ୟ ଅସ୍ତ ହୋଇ ଯାଇଥିବାରୁ ସର୍ବମୋକ୍ଷ ଦେଖିବାକୁ ମିଳିନଥିଲା । ତେଣୁ ପରାଗ ମୋକ୍ଷ ପରେ ମଧ୍ୟ ଆସନ୍ତା କାଲି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଦେବକାର୍ଯ୍ୟକୁ ବାରଣ କରାଯାଇଛି ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ର ଗ୍ରହଣ ବା ସୂର୍ଯ୍ୟ ପରାଗକୁ ଅଶୁଭ ବୋଲି ବିବେଚନା କରାଯାଏ । ତେଣୁ ପରାଗ ବା ଗ୍ରହଣ ସମୟରେ ଶୁଭ କାର୍ଯ୍ୟ ଓ ପୂଜାପାଠ ବାରଣ କରାଯାଇଥାଏ । ତେବେ ପରାଗ ଓ ଗ୍ରହଣର ଯଥେଷ୍ଟ ପୂର୍ବରୁ ମଧ୍ୟ ପାକ ନିଷେଧ (ହାଣ୍ଡିଛାଡ଼)ବୋଲି ପାଳନ କରାଯାଏ । ସେହି ସମୟରୁ ମୋକ୍ଷପ୍ରାପ୍ତି ପର୍ଯ୍ୟନ୍ତ ଲୋକଙ୍କୁ ଖାଦ୍ୟଗ୍ରହଣ କରିବା ପାଇଁ ବାରଣ କରାଯାଇଛି । ତେବେ ଗ୍ରହଣ ବା ପରାଗ ସର୍ବମୋକ୍ଷ ପରେ ସ୍ନାନାଦି ପବିତ୍ରୀକରଣ ପରେ ପାକ ପ୍ରସ୍ତୁତ ଓ ଖାଦ୍ୟ ଗ୍ରହଣ ବିଧେୟ । ସେହିଭଳି ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଚନ୍ଦ୍ରଗ୍ରହଣ ଲାଗିବ ବୋଲି ଜୋତିଷ ଶାସ୍ତ୍ରରୁ ଜଣାପଡ଼ିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ