ପ୍ରଥମ ଇନିଂସ୍‌ରେ ମନିପାଲ୍ ଟାଇଗର୍ସ ବିରୋଧରେ ଭିଲ୍‌ୱାରା କିଙ୍ଗ୍‌ସର ଉନ୍ନତ ପ୍ରଦର୍ଶନ

ପ୍ରଥମ ଇନିଂସ୍‌ରେ ମନିପାଲ୍ ଟାଇଗର୍ସ ବିରୋଧରେ ଭିଲ୍‌ୱାରା କିଙ୍ଗ୍‌ସର ଉନ୍ନତ ପ୍ରଦର୍ଶନ

ପ୍ରଥମ ଇନିଂସ୍‌ରେ ମନିପାଲ୍ ଟାଇଗର୍ସ ବିରୋଧରେ ଭିଲ୍‌ୱାରା କିଙ୍ଗ୍‌ସର ଉନ୍ନତ ପ୍ରଦର୍ଶନ

News by Smruti Ranjan Tripathy (Cuttack)

କଟକ(ଏନ୍‍.ଏମ୍‍.): ଟାଟେଣ୍ଡା ଟାଇବୁ ଓ ଜେସି ରାଇଡର୍‌ଙ୍କ ମଧ୍ୟରେ ଏକ ଉନ୍ନତ ଭାଗିଦାରୀ ଆଜି ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ର ୮ମ ମ୍ୟାଚ୍‌ରେ ଭିଲ୍‌ୱାରା କିଙ୍ଗ୍‌ସ ବିରୋଧରେ ମନିପାଲ୍ ଟାଇଗର୍ସକୁ ୨୦ ଓଭର୍‌ରେ ୧୭୫ /୮ ରନ୍ କରିବାରେ ସାହାଯ୍ୟ କରିଥିଲା । ତେବେ କଟକର ବାରବାଟୀ ଷ୍ଟାଡିୟମରେ ପ୍ରଥମ ବ୍ୟାଟିଙ୍ଗ୍ କରିବା ନେଇ ମନିପାଲ୍ ଟାଇଗର୍ସର ନିଷ୍ପତି କିଙ୍ଗ୍‌ସ କ୍ୟାପ୍ଟେନ ଇର୍‌ଫାନ୍ ପଠାନଙ୍କ ଉପରେ ଭାରି ପଡିବ ବୋଲି ମନେ ହେଉଥିଲା କାରଣ ପ୍ରତିଦ୍ୱନ୍ଦି ଓପ୍‌ନର୍‌ମାନେ ବଡ ହିଟ୍ ସହ ଇନିଂସ୍ ଆରମ୍ଭ କରିଥିଲେ । ଟାଇବୁ ଓ ରାଇଡର୍‌ଙ୍କ ଉପରେ ଫିଡେଲ୍ ଏଡ୍‌ୱାର୍ଡସ୍‌, ଟିନୋ ବେଷ୍ଟ୍ ଓ କ୍ୟାପ୍ଟେନ ଇର୍‌ଫାନ୍ ପଠାନଙ୍କ ଭଳି ମହାନ ବୋଲର୍‌ଙ୍କ ବୋଲିଙ୍ଗ୍‌ର କୌଣସି ପ୍ରଭାବ ଦେଖା ଯାଉନଥିଲା । ଟାଇବୁ ଓ ରାଇଡର୍‌ଙ୍କ ଭାଗିଦାରିତା ୬ଟି ପାୱାରପ୍ଲେ ଓଭର୍‌ରେ ବିନା କୌଣସି ୱିକେଟ୍‌ରେ ୬୩ ରନ୍ ସଂଗ୍ରହ କରିଥିଲା । ପୂର୍ବତନ ଜିମ୍ବାୱେ କ୍ୟାପଟେନ୍ ଟାଇବୁ ୫ଟି ଚୌକା ଓ ୪ଟି ଛକା ସହିତ ୩୦ ବଲ୍‌ରେ ୫୪ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ରାଇଡର୍ ମଧ୍ୟ ୬ଟି ଚୌକା ଓ ୨ଟି ଛକା ସହିତ ୩୫ ବଲ୍‌ରେ ୪୭ ରନ୍ କରିଥିଲେ । ଓପ୍‌ନିଙ୍ଗ ଯୋଡି ମିଳିତ ଭାବେ ୧୦୯ ରନ୍ କରିଥିଲେ । ତେବେ ଇନିଂସ୍‌ର ୧୧ତମ ଓଭର୍‌ରେ ୟୁସୁପ୍ ପଠାନ୍ (୨/୨୫) ଉଭୟ ରାଇଡର୍ ଓ ଟାଇବୁଙ୍କୁ ଆଉଟ୍ କରିଥିଲେ । ଦୁଇ ଓପ୍‌ନରଙ୍କ ୱିକେଟ୍ ପରେ ମନିପାଲ୍ ଟାଇଗର୍ସର ରନ୍ ରେଟ୍ ମନ୍ଥର ହୋଇଥିଲା । ଏହାପରେ କୋରି ଆଣ୍ଡର୍‌ସନ୍ ୨୪ ରନ୍ କରିଥିବାବେଳେ ମହମ୍ମଦ କୈଫ୍ ୩୨ ରନ୍ କରି ଇନିଂସ୍‌ର ବେଗ ବଢାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ତେବେ ୧୯ତମ ଓଭର୍‌ରେ କାରିବିଆନ୍ ସ୍ପିଡ୍‌ଷ୍ଟର୍ ବେଷ୍ଟ୍ (୩/୨୦) ୩ଟି ୱିକେଟ୍ ନେବା ପରେ ବଡ ସ୍କୋର୍ କରିବା ନେଇ ଟାଇଗର୍ସର ଆଶା ମଉଳି ଯାଇଥିଲା ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ