ପ୍ରଜାତନ୍ତ୍ରର ୭୫ତମ ବାର୍ଷିକ ଉତ୍ସବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରଜାତନ୍ତ୍ରର ୭୫ତମ ବାର୍ଷିକ ଉତ୍ସବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରଜାତନ୍ତ୍ରର ୭୫ତମ ବାର୍ଷିକ ଉତ୍ସବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
‘ଦେଶର ସାଂସ୍କୃତିକ, ଐତିହ୍ୟ ଓ ନୈତିକତା ବଜାୟ ରଖି ଜାତୀୟ ଏକତା ଓ ସଂହତିକୁ ପ୍ରୋତ୍ସାହନ ଦେବା ହେଉଛି ଗଣମାଧ୍ୟମର ଦାୟିତ୍ୱ’

News by Padmalochan Mishra & Smrutiranjan Tripathy

କଟକ(ଏନ୍‌.ଏମ୍‌.): କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟେ ଆଜି ଗୋଟିଏ ମଞ୍ଚରେ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ତେବେ ଉଭୟ ମୁଖ୍ୟଙ୍କ ଉପସ୍ଥିତି ରାଜ୍ୟ ପାଇଁ ଅନେକ ଉନ୍ନତି ଆଣିବାର ବାଟ ଫିଟାଇଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହୋଇଛି । ସ୍ଥାନୀୟ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଆଜି ଦୈନିକ ଖବର କାଗଜ ପ୍ରଜାତନ୍ତ୍ରରର ୭୫ତମ ବାର୍ଷିକ ଉତ୍ସବରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହ ଉଦ୍‌ଘାଟକ ଭାବେ ଯୋଗଦେଇଥିବାବେଳେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେଇ ଗଣମାଧ୍ୟମ ଏବଂ ରାଜ୍ୟବାସୀଙ୍କ ପାଇଁ ବହୁ ଗୁରୁତ୍ୱ ପୂର୍ଣ୍ଣ ଆହ୍ୱାନ ଦେଇଛନ୍ତି । ଯାହା ଆଗାମୀ ଦିନରେ ରାଜ୍ୟର ଉନ୍ନତିକୁ କେହି ଅଟକାଇ ପାରିବେନି ବୋଲି ଅତିଥିମାନେ ମତ ରଖିଛନ୍ତି ।


ଏହି ଅବସରରେ ଉଦ୍‌ଘାଟକ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ଜୟ ଜଗନ୍ନାଥ କହି ନିଜର ବକ୍ତବ୍ୟ ଆରମ୍ଭ କରି କହିଲେ ଯେ, ଯେବେ ବି ମୁଁ ଓଡ଼ିଶା ଆସେ ପ୍ରଥମେ ମହାପ୍ରଭୁଙ୍କୁ ପ୍ରଣାମ ଜଣାଏ । ଆଗାମୀ ଦିନରେ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ମୁଁ ଦେଖୁଛି । ଏବେ ଓଡ଼ିଶାରେ ଅଚ୍ଛେ ଦିନ୍ ଆସିଛି । ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ଅଚ୍ଛେ ଦିନ୍ ଆସିଛି ବୋଲି କହିବାର କାରଣ ହେଲା ସାଧାରଣ ଗରିବ ଆଦିବାସୀ ପରିବାରର ମହିଳା ଦ୍ରୌପଦୀ ମୁର୍ମୁ ଆଜି ଭାରତର ରାଷ୍ଟ୍ରପତି ହୋଇଛନ୍ତି । ଏହା ସାରା ଦେଶର ଆଦିବାସୀମାନଙ୍କ ଲାଗି ଗର୍ବ ଓ ଗୌରବର ବିଷୟ । ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ବନିଛନ୍ତି । ସିଏଜି ବି ଓଡ଼ିଶାର । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନକାଳରେ ଓଡ଼ିଶାକୁ ଯେଉଁଭଳି ପ୍ରତିନିଧିତ୍ୱ ମିଳିଛି, ତାହା ଆଗରୁ କେବେ ମିଳି ନାହିଁ । ଓଡ଼ିଶାରେ ବିକାଶର ଅପାର ସମ୍ଭାବନା ରହିଛି । ପୂରା ଓଡ଼ିଶା ଖଣିଜ ସମ୍ପଦରେ ଭରପୂର ରହିଛି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି ବିକାଶ କାମକୁ ଆଗେଇ ନେଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ, ଦେଶ ସ୍ୱାଧିନତାର ଅମୃତ ମହୋତ୍ସବ ପାଳୁଛି । ଗଣମାଧ୍ୟମ ଲୋକଙ୍କ ସ୍ୱର । ବିନା ଭୟରେ ଗଣମାଧ୍ୟମ ସାଧାରଣ ଲୋକଙ୍କ ସମସ୍ୟା ଉଠାଉ । ଗଣମାଧ୍ୟମ ସାଧାରଣ ଲୋକଙ୍କ ସମସ୍ୟା ଉତ୍ଥାପନ କରୁ । ଏଥିସହ ପ୍ରଜାତନ୍ତ୍ରକୁ ମଧ୍ୟ ଶୁଭେଚ୍ଛା ଜଣାଇବା ସହ ସତ୍ୟର ସବୁବେଳେ ବିଜୟ ହେଉ ବୋଲି ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ କହିଥିଲେ । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରଣାମ ଜଣାଇ ଛାପା ଗଣମାଧ୍ୟମ ହେଉ କିମ୍ବା ବୈଦୁତିକ ଗଣମାଧ୍ୟମ ଦେଶର ସାଂସ୍କୃତିକ, ଐତିହ୍ୟ ଓ ନୈତିକତା ବଜାୟ ରଖି ଜାତୀୟ ଏକତା ଓ ସଂହତିକୁ ପ୍ରୋତ୍ସାହନ ଦେବା ହେଉଛି ଗଣମାଧ୍ୟମର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଖବର କାଗଜ, ବୈଦ୍ୟୁତିକ ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆ ଧର୍ମ ନିରପେକ୍ଷତା ମାନସିକତା ରଖି କାମ କରିବା ଉଚିତ । ସ୍ୱାଧୀନତା ସଂଗ୍ରାମରେ ସତ୍ୟ ଓ ଅଂହିସା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ସ୍ୱାଧୀନତାର ୭୫ ବର୍ଷ ଅବସରରେ ସମାଜରେ ସବୁସ୍ତରରେ ଏଭଳି ମୂଲ୍ୟବୋଧ ସୁରକ୍ଷା ପାଇଁ ସମସ୍ତଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟବକ୍ତା ଭାବେ ଡକ୍ଟର ପ୍ରତିଭା ରାୟ ଯୋଗ ଦେଇ ଗଣମାଧ୍ୟମର ଉତ୍ତରଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ‘ପ୍ରଜାତନ୍ତ୍ର’ର ସଂପାଦକ ଭର୍ତ୍ତୃହରି ମହତାବ ସ୍ୱାଗତ ଭାଷଣ ଦେଇଥିଲେ । ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ର ଟ୍ରଷ୍ଟି ଲୋକରଂଜନ ମହତାବ ଧନ୍ୟବାଦ ଅର୍ପଣ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ