ପେସାରେ ସାମ୍ୱାଦିକ, କିନ୍ତୁ ଚଳାଇଥିଲେ ଚୋରା ବାଇକ୍ ରାକେଟ

ପେସାରେ ସାମ୍ୱାଦିକ, କିନ୍ତୁ ଚଳାଇଥିଲେ ଚୋରା ବାଇକ୍ ରାକେଟ

ପେସାରେ ସାମ୍ୱାଦିକ, କିନ୍ତୁ ଚଳାଇଥିଲେ ଚୋରା ବାଇକ୍ ରାକେଟ


#ବାଲେଶ୍ୱର(ଏନ୍‌.ଏମ୍‌.): ଏବେ ସାମ୍ବାଦିକତା ଭଳି ପବିତ୍ର ବୃତ୍ତି କଳୁଷିତ ହୋଇଯାଇଛି । ବହୁ ସାମ୍ବାଦିକ ନିଜର ବୃତ୍ତିର ପରିସୀମା ଭିତରେ ନରହି ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବା ଯୋଗୁଁ ସମାଜରେ ସମଗ୍ର ସାମ୍ବାଦିକ ବର୍ଗ ଆଜି ନିନ୍ଦିତ ହେଉଛନ୍ତି । ଏଭଳି ଏକ ସଂଗୀନ ଅପରାଧ ମୂଳକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଅଞ୍ଚଳରେ । ପେସାରେ ସାମ୍ୱାଦିକ । କିନ୍ତୁ ଚଳାଇଥିଲେ ଚୋରା ବାଇକ୍ ରାକେଟ । ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ । ପୁଲିସ୍ ୨୨ଟି ବାଇକ୍ ଓ ସ୍କୁଟି ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି । ଚୋରି ହୋଇଥିବା ବାଇକ୍ ସିନେମା ହଲ୍‌, ସପିଂ ମଲ୍ ଓ ମାର୍କେଟରୁ ଚୋରି ହୋଇଥିବା ବାଲେଶ୍ୱର ଏସ୍ପି ସାଗରିକା ନାଥ କହିଛନ୍ତି । କୌଣସି ସୂତ୍ରରୁ ଖବର ପାଇ ଔପଦା ଥାନା ପୁଲିସ୍ ବଡ଼ପୋଖରୀ ଗାଁରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ସେଠାରେ ଗୋଟିଏ ଘରୁ ୧୩ଟି ମୋଟର ସାଇକେଲ ମିଳିଥିଲା । ହେଲେ ବାଇକ୍ ସମ୍ପର୍କରେ କୌଣସି ତଥ୍ୟ ଦେଇପାରିନଥିଲେ ଘର ମାଲିକ । ଆଉ ସେ ନିଜକୁ ୱେବ୍ ଚ୍ୟାନେଲ୍ ମାଲିକ ବୋଲି କହିଥିଲେ । ଯାଞ୍ଚ ବେଳେ ଗାଡ଼ି ଗୁଡ଼ିକର ନମ୍ୱର ପ୍ଲେଟ୍ ନକଲି ବୋଲି ଜଣାପଡ଼ିଥିଲା । ଏହାପରେ ପୁଲିସ୍ ସବୁ ବାଇକ୍ ଜବତ କରିଥିଲା । ଘର ମାଲିକଙ୍କୁ ପୁଲିସ୍ ହେବାଜତକୁ ନେଇ ପଚରା ଉଚରା କରିଥିଲା । ତାଙ୍କ ବୟାନ୍ ଆଧାରରେ ପୁଲିସ୍ ବାଲେଶ୍ୱର ଟାଉନ୍ ସହଦେବଖୁଣ୍ଟା ଅଞ୍ଚଳରେ ଚଢ଼ଉ କରି ଆଉ ଏକ ଘରୁ ୯ଟି ବାଇକ୍ ଜବତ କରିଥିଲା । ମୋଟ୍ ୨୨ଟି ଚୋରା ଗାଡ଼ି ଜବତ କରିଛି ପୁଲିସ୍ । ଯେଉଁଥିରେ ୧୬ଟି ସ୍କୁଟି ଓ ୬ଟି ବାଇକ୍ ରହିଛି । ଏଥିସହ ୫୬ ହଜାର ନଗଦ ଟଙ୍କା ଜବତ କରିଛି ପୁଲିସ୍ । ଏହି ମାମଲାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି । ଏସ୍ପିଙ୍କ କହିବା ଅନୁସାରେ ନିଜକୁ ୱେବ୍ ଚ୍ୟାନେଲ ମାଲିକ ବୋଲି କହୁଥିବା ବ୍ୟକ୍ତିଙ୍କ ନାଁରେ ୧୧ଟି ଜମି ଜାଲିଆତି ମାମଲା ରହିଛି । ଏହାଛଡ଼ା ୩ଟି ଅନ୍ୟ ମାମଲା ରହିଛି । ତାଙ୍କ ନାଁରେ ମୋଟ୍ ୧୪ଟି ମାମଲା ରହିଛି । ତାଙ୍କ ସହଯୋଗୀଙ୍କ ନାଁରେ ମଧ୍ୟ ବହୁ ମାମଲା ରହିଛି । ଚୋରି ହୋଇଥିବା ବାଇକ୍ କଟକ ଲାଲବାଗ୍ ଥାନା କୋର୍ଟ ପରିସର, ବାରିପଦା, କେନ୍ଦୁଝର ଓ ବାଲେଶ୍ୱରରୁ ଚୋରି କରାଯାଇଛି । ବାଇକ୍ ଗୁଡ଼ିକୁ ହସ୍ପିଟାଲ୍‌, ମାର୍କେଟ, ସିନେମା ହଲ୍ ଅଞ୍ଚଳରୁ ଚୋରି କରାଯାଇଛି ବୋଲି ଏସ୍ପି କହିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ