ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କଠାରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ୍

ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ଥାନା ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ଘଟଣାର ପର୍ଦ୍ଦାଫାସ୍ ହୋଇଛି । ନିଜେ ଟଙ୍କା ହଡ଼ପ କରି ଲୁଟର ରୂପଦେବାକୁ ଉଦ୍ୟମ କରିବା ଘଟଣାରେ ଆଜି ଚୌଦ୍ୱାର ପୁଲିସ ପୂର୍ଣ୍ଣଛେଦ ପକାଇଛି । ସୂଚନା ଅନୁଯାୟୀ ଗତ ୫ ତାରିଖରେ ପେଟ୍ରୋଲ ପମ୍ପ ମାଲିକ ବିଭୁତିଭୂଷଣ ସାହୁଙ୍କ କାର ଚଲାଉଥିବା ଡ୍ରାଇଭର ହିଁ ଲୁଟ ନାଟକର ମୁଖ୍ୟ ବୋଲି ପୁଲିସ ଜାଣିବାକୁ ପାଇଛି । ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମହାଲକ୍ଷ୍ମୀପୁର ଅଞ୍ଚଳର କୃଷ୍ଣଚନ୍ଦ୍ର ବେହେରା ଓରଫ କୁଶ ବିଭୁତିଙ୍କ ଗାଡ଼ି ଚଳାଉଥିବାବେଳେ ସେଦିନ ଚୌଦ୍ୱାରସ୍ଥିତ ଧବଳେଶ୍ୱର ପେଟ୍ରୋଲ ପମ୍ପରୁ ୧ଲକ୍ଷ ୩୩ହଜାର ୯୩୪ଟଙ୍କା ନେଇ ମାଲିକଙ୍କ ଘର ସିଏଡିଏ ସେକ୍ଟର ୧୦କୁ ଯାଉଥିଲା । ତେବେ ବାଟରେ ଟଙ୍କା ଲୁଚାଇ ଦେବା ସହ ମାଲିକଙ୍କ ଆଗରେ ଲୁଟର ଏକ କାହାଣୀ ସୃଷ୍ଟି କରିଥିଲା । ତେବେ ପେଟ୍ରୋଲ ପମ୍ପ ମାଲିକ ଶ୍ରୀ ସାହୁ ଏ ନେଇ ଚୌଦ୍ୱାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ହେଲେ ପୁଲିସ ଡ୍ରାଇଭରକୁ ବିଭିନ୍ନ ଦିଗରୁ ପଚରା ଉଚରା ପରେ କୁଶ ଅଧିକ ସମୟ ମିଛକୁ ଲୁଚାଇ ରଖିପାରିନଥିଲା । ଶେଷରେ ପୁଲିସ ଆଗରେ ନିଜ ଅପରାଧକୁ ସ୍ୱୀକାର କରିଥିବା ଥାନା ଆଇଆଇସି ବିରଞ୍ôଚନାରାୟଣ ପତି ସୂଚନା ଦେଇଛନ୍ତି । ଆଜି କୁଶକୁ ପୁଲିସ କୋର୍ଟ ଚାଲଣ କରିଛି ।