ପେଟ୍ଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ମର୍କତ ନଗର ବିକାଶ ପରିଷଦ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ପେଟ୍ଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ମର୍କତ ନଗର ବିକାଶ ପରିଷଦ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ପେଟ୍ଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ମର୍କତ ନଗର ବିକାଶ ପରିଷଦ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ମର୍କତ ନଗର ବିକାଶ ପରିଷଦ ପକ୍ଷରୁ ନିତ୍ୟାନନ୍ଦ ରାଉତରାୟଙ୍କ ପୋରହିତ୍ୟରେ ସିଡିଏ ସ୍ଥିତ ସନ୍ତୁକା ପାଲେସ ଠାରେ ପେଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ପ୍ରଚେଷ୍ଟା ଓ ଅବଦାନ ପାଇଁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଦୀର୍ଘ ଦିନରୁ ଘୋର ଅବହେଳିତ ଅବସ୍ଥାରେ ପଡି ରହିଥିବା ପେଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ବିଧାୟକ ମୋକିମ ଯେଉଁ ଭଳି ଭାବେ ନିର୍ବାଚନ ପୂର୍ବରୁ ତାଙ୍କ ନିର୍ବାଚନ ଇସ୍ତାହାରରେ ସ୍ଥାନ ଦେଇଥିଲେ; ନିର୍ବାଚନ ଜିତିବା ପରେ ଏହି ପେଟାନାଳ ପାଇଁ କ୍ରମାଗତ ଭାବେ ଦାବି ଜଣାଇବା ଏବଂ ଡ୍ରେନେଜ କମିଟି ସହ ବାରମ୍ବାର ଆଲୋଚନା କରିବା ସହ ପେଟାନାଳ ଭିତରେ ପଶି ନିଆରା ପ୍ରତିବାଦ କରିବା ପରେ ସରକାର ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇ କାର୍ଯ୍ୟ ଆରମ୍ଭ କରାଯାଇଛି । ବିଧାୟକ ଇଂ. ମୋକିମଙ୍କ ପ୍ରଚେଷ୍ଟା ଏବଂ ଅନବରତ ପ୍ରୟାସର ଫଳ ସ୍ୱରୂପ ସରକାର ୩୬ କୋଟି ତାଙ୍କ ମଞ୍ଜୁରୀ ମିଳିଛି । ଏଥି ସହିତ ଏହି ପ୍ରକଳ୍ପ ପ୍ରତି ସରକାରଙ୍କର ଆନ୍ତରିକତା ପାଇଁ ସରକାରଙ୍କୁ ମର୍କତ ନଗର ବିକାଶ ପରିଷଦ ପକ୍ଷରୁ ଧନ୍ୟବାଦ ଅର୍ପଣ କରଯାଇଥିଲା । ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ବିଧାୟକ ଇଂ. ମୋକିମଙ୍କୁ ପେଟ୍ଟାନାଳର ସଫଳତା ପାଇଁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ସିଡିଏ ସେକ୍ଟର-୬ ପୂଜା କମିଟିର ମାନସ କୁମାର ପଟ୍ଟନାୟକ ଓ ଡି. ଏନ. ଲେଙ୍କା, ସିଡିଏ ସେକ୍ଟର-୭ ପୂଜା କମିଟିର କିଶୋର ପ୍ରଧାନ ଓ ବାସୁଦେବ ମିଶ୍ର, ସିଡିଏ ସେକ୍ଟର-୮ ପୂଜା କମିଟିର ଲକ୍ଷ୍ମୀଧର ମହାନ୍ତି ଓ ଚକ୍ରଧର ମିଶ୍ର, ସିଡିଏ ସେକ୍ଟର-୯ ପୂଜା କମିଟିର ଡାକ୍ତର ଯଶମନ୍ତ ବେହେରା, ସଂଜୀବ କୁମାର ଶତପଥି, ବିଚିତ୍ରାନନ୍ଦ ପ୍ରଧାନ, ଧରଣୀଧର ପଟ୍ଟନାୟକ, ଉତ୍କଳ ଭୂଷଣ ରାଉତରାୟ, ନିତ୍ୟାନନ୍ଦ ମିଶ୍ର, ସିଡିଏ ସେକ୍ଟର-୧୦ ପୂଜା କମିଟିର ଗୌତମ ପଣ୍ଡା ଓ ଜଗନ୍ନାଥ ବେହେରା, ସିଡିଏ ସେକ୍ଟର-୧୧ ପୂଜା କମିଟିର ପ୍ରଶାନ୍ତ କୁମାର ତପଚାରୀ, ଦ୍ୱାରିକନାଥ ମହାନ୍ତି, ପ୍ରଦୋଷ ଦାସ, ସିଡିଏ ସେକ୍ଟର-୧୩ ପୂଜା କମିଟିର ସୋମ ରଞ୍ଜନ ପଟ୍ଟନାୟକ, ବିଡାନାସୀ ଗ୍ରାମ୍ୟ କମିଟିର ଶିଶିର କୁମାର ସାମଲ, ସନ୍ତୋଷ ଲେଙ୍କା, ଦେବେନ୍ଦ୍ର ମୁଦୁଲି, ସମସ୍ତ ଆବାସିକ ସଂଘ, ଯୁବକ ସଂଘ ସହ ଓମ ଶାନ୍ତି ପରିବାର ତରଫରୁ ବିଧାୟକ ମୋକିମଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ସାହୁ, ସନ୍ତୋଷ କୁମାର ପଲାଇ, ସତ୍ୟନାରାୟଣ ଦାସ, ସୁଭାଶିଷ ମିଶ୍ର,ଯତୀନ୍ଦ୍ର ମୋହନ ଦାସ, କେଶବ ଚନ୍ଦ୍ର ପଣ୍ଡା, ଅରୁଣ କୁମାର ତରାଇ ଗଙ୍ଗାଧର ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ