ପୁଲିସ ହାତରୁ ଅପରାଧୀକୁ ଛଡ଼ାଇ ନେବାକୁ ଉଦ୍ୟମ: ପ୍ରତିକୂଳ ପରିସ୍ଥିତିରେ ଗିରଫ ହେଲା ଦୟା

ପୁଲିସ ହାତରୁ ଅପରାଧୀକୁ ଛଡ଼ାଇ ନେବାକୁ ଉଦ୍ୟମ: ପ୍ରତିକୂଳ ପରିସ୍ଥିତିରେ ଗିରଫ ହେଲା ଦୟା

ପୁଲିସ ହାତରୁ ଅପରାଧୀକୁ ଛଡ଼ାଇ ନେବାକୁ ଉଦ୍ୟମ: ପ୍ରତିକୂଳ ପରିସ୍ଥିତିରେ ଗିରଫ ହେଲା ଦୟା

News by Biswajit Dalai (Salepur)

ମାହାଙ୍ଗା(ଏନ୍‌.ଏମ୍‌.): ଜଣେ ଆନ୍ତଜିଲ୍ଲା ଅପରାଧୀକୁ ଧରିବାକୁ ଯାଇ ପୁଲିସ ହଟ୍ଟହଟ୍ଟାର ସମ୍ମୁଖୀନ ହୋଇଛି । ତେବେ ବହୁ ବାଧାବିଘ୍ନକୁ ମୁକାବିଲା କରି ପୁଲିସ ପ୍ରତିକୂଳ ପରିସ୍ଥିତିରେ ଅପରାଧୀକୁ ଧରିବାକୁ ସଫଳ ହୋଇଥିବା ଦେଖିବାକୁ ମିଳିଛି । କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଭଦ୍ରେଶ୍ୱର ଫାଣ୍ଡି ପୁଲିସକୁ ଏ ନେଇ ବଡ଼ ସଫଳତା ମିଳିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଦୈତାରୀ ଦାସ ଓରଫ୍ ଦୟା କଟକ ସମେତ ଜିଲ୍ଲା ବାହାରେ ମଧ୍ୟ ବହୁ ଅପରାଧୀକ କାର୍ଯ୍ୟରେ ସଂଶ୍ଳିଷ୍ଟ ରହି ପୁଲିସର ମୁଣ୍ଡ ବିନ୍ଧାର କାରଣ ହୋଇଥିଲା । ସେ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ ଅପରାଧିକ ଘଟଣା ଘଟାଇବା ସହ ପଡୋଶୀ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଅପରାଧିକ କାର୍ଯ୍ୟକଳାପରେ ସକ୍ରିୟ ଥିଲା । ଏପରିକି ଦୟା ନାମରେ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି । ତେବେ ଦୟା ଫେରାର ରହୁଥିବାବେଳେ ତା’ ଉପରେ ମାହାଙ୍ଗା ପୁଲିସ କଡା ନଜର ରଖିଥିଲା । ତେବେ ଦୟା ପୁଲିସ ଆଖିରେ ଧୂଳି ଦେଇ ବୁଲୁଥିବାବେଳେ ସେ ଘରକୁ ଆସିଥିବା ଭଦ୍ରେଶ୍ୱର୍ ଫାଣ୍ଡି ଅଧିକାରୀ ପ୍ରିତିରଞ୍ଜନ ରାୟ ବିଶ୍ୱସ୍ଥ ସୂତ୍ରରୁ ଜାଣିବାକୁ ପାଇଥିଲେ । ଯାହାକୁ ନେଇ ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ଏକ ଟିମ ଗଠନ କରିବା ସହ ଯୋଜନା ବଦ୍ଦ ଭାବେ ଦୟା ଘରୁ ବାହାରି ଆସୁଥିବା ବାଟରେ ଦୟାକୁ ଧରିବାକୁ ସକ୍ଷମ ହୋଇଥିଲେ । ତେବେ ଦୟା ପୁଲିସ ପଞ୍ଝାରେ ପଡ଼ିବା ଖବର ପାଇ ଘଟଣା ସ୍ଥଳରେ ଗାଆଁର କିଛି ମହିଳା ଓ ପୁରୁଷ ରୁଣ୍ଡ ହୋଇ ପୁଲିସ ହାତରୁ ଦୟାକୁ ଛଡ଼ାଇ ନେବା ପାଇଁ ଉଦ୍ୟମ କରିଥିଲେ । ଏପରିକି ପୁଲିସ ଠାରୁ ଦୟାକୁ ଛଡ଼ାଇ ଫେରାର କରାଇଦେବା ପାଇଁ ଉଦ୍ୟମ କରିଥିବାବେଳେ ମହିଳାମାନେ ପୁଲିସ ଉପରକୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ । ଫଳରେ କିଛି ସମୟ ପାଇଁ ପୁଲିସ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଯାଇଥିଲା । ଜଣେ ମହିଳା ରାସ୍ତାକଡ଼ରୁ ପଥର ଉଠାଇ ପୁଲିସ ଉପରକୁ ଆକ୍ରମଣ କରିବା ଆରମ୍ଭ କରିଥିଲେ ମଧ୍ୟ ପୁଲିସ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଘଟଣାସ୍ଥଳରେ ମାହାଙ୍ଗା ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ ଓ ତାଙ୍କର ଏକ ସ୍ୱତନ୍ତ୍ର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ କରିବା ସହ ଦୟାକୁ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ