ପୁଲିସ ଇନଫରର୍ମର ସନ୍ଦେହରେ ୩ ଜଣଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ଫୋପାଡ଼ି ଦେଲେ ନକ୍ସଲ

ପୁଲିସ ଇନଫରର୍ମର ସନ୍ଦେହରେ ୩ ଜଣଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ଫୋପାଡ଼ି ଦେଲେ ନକ୍ସଲ

ପୁଲିସ ଇନଫରର୍ମର ସନ୍ଦେହରେ ୩ ଜଣଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ଫୋପାଡ଼ି ଦେଲେ ନକ୍ସଲ


#ନବରଙ୍ଗପୁର(ଏନ୍‌.ଏମ୍‌.): ନବରଙ୍ଗପୁର ଜିଲ୍ଲାରେ ନକ୍ସଲ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏପରିକି ସାଧାରଣ ଲୋକଙ୍କୁ ମଧ୍ୟ ହତ୍ୟା କରିବା ଭଳି ଘଟଣା ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ ନକ୍ସଲମାନେ ଏକ ବର୍ବରକାଣ୍ଡ ଘଟାଇଛନ୍ତି । ନକ୍ସଲମାନେ ପୁଲିସ ଇନଫର୍ମର୍ ସନ୍ଦେହରେ ୩ଜଣଙ୍କୁ ହତ୍ୟା କରି ଗାଁମୁଣ୍ଡରେ ଫୋପାଡ଼ି ଦେଇଛନ୍ତି । ତେବେ ଏହି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ଅନ୍ତର୍ଗତ ଛୋଟେବେଠିଆ ଥାନା ଅଞ୍ଚଳରେ । ମୁର୍ଖେଣ୍ଡି ଗାଁର ୩ ଜଣ ବ୍ୟକ୍ତିଙ୍କୁ ଗତ ୪ ଦିନ ପୂର୍ବରୁ ନକ୍ସଲମାନେ ଉଠାଇ ନେଇଥିଲେ । ଗତକାଲି ସନ୍ଧ୍ୟାରେ ସେମାନଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ଫିଙ୍ଗି ଦେଇ ପଳାଇଥିଲେ । ଗ୍ରାମବାସୀ ଓ ପରିବାର ଲୋକେ ସେମାନଙ୍କ ମୃତଦେହକୁ ଏକ ଟ୍ରାକ୍ଟର ସାହାଯ୍ୟରେ ଛୋଟେବେଠିଆ ଥାନାକୁ ଆଣିଥିଲେ । ଏ ନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ନକ୍ସଲମାନେ ନିଜର ଦବ୍‌ଦବା ଜାହିର କରିବା ତଥା ନିଜର ସାମ୍ରାଜ୍ୟ ବିସ୍ତାର କରିବା ନିମନ୍ତେ ଏଭଳି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟାଇ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିବା କୁହାଯାଉଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ