ପୁଲିସ୍ ଏସ୍‌.ଆଇ. ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ପୁଲିସ୍ ଏସ୍‌.ଆଇ. ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ପୁଲିସ୍ ଏସ୍‌.ଆଇ. ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ
ଅଗଷ୍ଟ ୬ରୁ ୧୬ ହେବ କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା


କଟକ (ଏନ୍‌.ଏମ୍‌.): ଆଜିଠାରୁ ଓଡ଼ିଶା ପୁଲିସ୍ ପକ୍ଷରୁ ୪୭୭ଟି ପୁଲିସ୍ ଏସ୍‌. ଆଇ. ପଦବୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଅନ୍ଲାଇନରେ ଆବେଦନପତ୍ର ଆହ୍ୱାନ କରାଯାଇଛି । ନିଯୁକ୍ତି ପଦ୍ଧତି ସମ୍ପର୍କରେ ସୂଚନା ଦେଇ ଏଡିଜି ଯଶୋବନ୍ତ ଜେଠୱା କହିଛନ୍ତି ଯେ, ଅନଲାଇନ ଆବେଦନ ପାଇଁ ଆଜିଠୁ ପୋର୍ଟାଲ ଖୋଲା ଯାଇଛି । ବର୍ତ୍ତମାନ ସୁଦ୍ଧା ୨୮୩୧ ପ୍ରାର୍ଥୀ ରେଜିଷ୍ଟ୍ରେସନ, ୭୭୨ଜଣ ପ୍ରାର୍ଥୀ ଆବେଦନ କରିସାରିଲେଣି । ଆସନ୍ତା ଅଗଷ୍ଟ ୬ରୁ ୧୬ ମଧ୍ୟରେ କମ୍ପ୍ୟୁଟର ବେସଡ୍ ଲିଖିତ ପରୀକ୍ଷା କରାଯିବ । ୨ଟି ପେପର ବିଶିଷ୍ଟ କେବଳ ସଂକ୍ଷିପ୍ତ ଉତ୍ତରମୂଳକ ପରୀକ୍ଷା ହେବ । ଏସଆଇ ନିଯୁକ୍ତି ପରୀକ୍ଷାରେ ଭିଭାଭୋସ୍ ହେବନାହିଁ । ତେବେ ପ୍ରଥମଥର ପାଇଁ ଏଥିରେ କିନ୍ନର ମାନଙ୍କୁ ମଧ୍ୟ ସାମିଲ କରାଯାଇଛି । କିନ୍ନରମାନେ ପୁଲିସ୍ ସବ୍‌ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କରିପାରିବେ । ଓଡ଼ିଶା ପୁଲିସ୍ ପକ୍ଷରୁ ସବ୍‌ଇନ୍ସପେକ୍ଟର ଓ କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ବାହାରିଥିବା ବିଜ୍ଞପ୍ତିରେ ଏହି କଥା ଉଲ୍ଲେଖ ରହିଛି । କିନ୍ନରମାନେ ଏସ୍‌.ଆଇ. ପଦବୀ ପାଇଁ ଆବେଦନ କରିବାରେ ତାମିଲନାଡୁ ପରେ ଓଡ଼ିଶା ହେଉଛି ଦ୍ୱିତୀୟ ରାଜ୍ୟ । ୪୭୭ଟି ସବ୍‌ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିଭଳି ୨୪୪ଟି କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀ ଏଥି ନିମନ୍ତେ ଅନଲାଇନରେ ଆବେଦନ କରିପାରିବେ । ସବ୍‌ଇନ୍ସପେକ୍ଟର ପଦବୀ ପାଇଁ ଯେଉଁମାନେ ଆବେଦନ କରିବେ ସେମାନଙ୍କ ବୟସ ୨୧ ବର୍ଷରୁ କମ୍ ହୋଇନଥିବ କିମ୍ବା ୨୦୨୧ ଜାନୁଆରୀ ୧ତାରିଖ ସୁଦ୍ଧା ସେମାନଙ୍କୁ୨୫ ବର୍ଷରୁ ଅଧିକ ହୋଇନଥିବ । ତେବେ ଏସ୍‌ଟି, ଏସସି, ଏସ୍‌ଇବିସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ବୟସ ୫ ବର୍ଷ କୋହଳ କରାଯାଇଛି ସେହିଭଳି କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ଯେଉଁମାନେ ଆବେଦନ କରିବେ ସେମାନଙ୍କ ବୟସ ୧୮ ବର୍ଷରୁ କମ୍ ହୋଇ ନଥିବ ତଥା ୨୦୨୧ ଜାନୁଆରୀ ୧ତାରିଖ ସୁଦ୍ଧା ୨୩ ବର୍ଷରୁ ଅଧିକ ହୋଇନଥିବ । ଏ ସମ୍ପର୍କରେ ଡିଜିପି ଅଭୟ କିଛି ଦିନ ପୂର୍ବେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସୂଚନା ଦେଇ କହିଥିଲେ ।
ସବ୍‌ଇନ୍ସପେକ୍ଟର ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ପାସ୍ ରଖାଯାଇଛି । ଏଥିସହ ପ୍ରାର୍ଥୀମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହେବାକୁ ପଡିବ । ସେହିଭଳି କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ଇଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ଶିକ୍ଷା ଯୋଗ୍ୟତା ଯୁକ୍ତ ୨ପାସ୍ ରଖାଯାଇଥିବା ବେଳେ ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ କୌଣସି ଅନୁଷ୍ଠାନରୁ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବା ଆବଶ୍ୟକ । ଏହାବାଦ୍ ଶାରୀରିକ ଦକ୍ଷତା ପରୀକ୍ଷାରେ ମଧ୍ୟ ସେମାନଙ୍କୁ କୃତକାର୍ଯ୍ୟ ହେବାକୁ ପଡ଼ିବ । ଆସନ୍ତା ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଏହି ପଦ ନିମନ୍ତେ ଆବେଦନ କରିହେବ । ପୂର୍ବରୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ଏହି ଦାୟିତ୍ୱ ତୁଲାଉଥିଲା । ତେବେ ଦୀର୍ଘ ୨୭ ବର୍ଷ ପରେ ଓଡ଼ିଶା ପୁଲିସ୍ ରିକ୍ୟୁଟମେଣ୍ଟ ବୋର୍ଡ ସବଇନ୍ସପେର ନିଯୁକ୍ତି ପ୍ରକ୍ରିୟାକୁ ପରିଚାଳନା କରୁଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି