ପୁଣି ବେଡ଼ରୋଲ/ଲିନେନ ସେବା ଆରମ୍ଭ ; ଘୋଷଣାର ମାସକ ମଧ୍ୟରେ ପୂର୍ବତଟ ରେଳପଥ ୩୦ ଯୋଡ଼ା ଟ୍ରେନରେ ସେବା ପ୍ରଦାନ କରିଛି

ପୁଣି ବେଡ଼ରୋଲ/ଲିନେନ ସେବା ଆରମ୍ଭ ; ଘୋଷଣାର ମାସକ ମଧ୍ୟରେ ପୂର୍ବତଟ ରେଳପଥ ୩୦ ଯୋଡ଼ା ଟ୍ରେନରେ ସେବା ପ୍ରଦାନ କରିଛି

ପୁଣି ବେଡ଼ରୋଲ/ଲିନେନ ସେବା ଆରମ୍ଭ
ଘୋଷଣାର ମାସକ ମଧ୍ୟରେ ପୂର୍ବତଟ ରେଳପଥ ୩୦ ଯୋଡ଼ା ଟ୍ରେନରେ ସେବା ପ୍ରଦାନ କରିଛି


ଭୁବନେଶ୍ୱର/ ଖୋର୍ଦ୍ଧା (ଏନ୍‌.ଏମ୍‌.): ବହୁ ଚାଲେଞ୍ଜକୁ ସମ୍ମୁଖୀନ ହୋଇ ସୁଦ୍ଧା ପୂର୍ବତନ ରେଳବାଇ ସେବା ପ୍ରଦାନ କ୍ଷେତ୍ରରେ ଯଥେଷ୍ଟ ଗୁରୁତ୍ୱ ଦେଇ ସଫଳତାର ସୋପାନରେ ରହିଛି । କରୋନା ସମୟରେ ସଂକ୍ରମଣ ଦୃଷ୍ଟିକୁ ରେଳବାଇ ଅନେକ ସେବାକୁ ବାତିଲ କରିଥିବାବେଳେ ଏବେ ଧିରେ ଧିରେ ସେବାଗୁଡ଼ିକୁ ଉପଲବ୍ଧ କରାଇ ଦେଶରେ ସ୍ୱତନ୍ତ୍ର ତଥା ଦକ୍ଷତାର ପରିଚୟ ସୃଷ୍ଟି କରି ପାରିଛି । ତେବେ ସମ୍ପ୍ରତି ବିଭିନ୍ନ ଟ୍ରେନରେ ପୁଣି ବେଡରୋଡ଼/ଲିନେନସେବା ଆରମ୍ଭ ହୋଇଛି । ପୂର୍ବତଟ ରେଳବାଇ ପକ୍ଷରୁ ୦୬ ଯୋଡି ସବୁଦିନ ଚଳାଚଳ କରୁଥିବା, ୧୫ ସାପ୍ତାହିକ, ୦୨ ଦ୍ୱି-ସାପ୍ତାହିକ, ୦୨ ତ୍ରି-ସାପ୍ତାହିକ ଏବଂ ୦୫ ଯୋଡି ସପ୍ତାହକୁ ୪ ଦିନ ଏବଂ ୫ ଦିନ ଚଳାଚଳ କରୁଥିବା ଟ୍ରେନରେ ଉପଲବ୍ଧ । କୋଭିଡ ମହାମାରୀ ଠାରୁ ଲଣ୍ଡ୍ରି ସେବା ବନ୍ଦ ରହିବା, ଟ୍ରେନ୍ ମାନଙ୍କରେ ଯାତ୍ରୀମାନଙ୍କୁ ବେଡ଼ରୋଲ ଏବଂ ଲିନେନ ଯୋଗାଇବା ପାଇଁ ନିୟୋଜିତ ଥିବା ଚୁକ୍ତିଭିତ୍ତିକ ମାନବ ଶକ୍ତି ସେବା ବାତିଲ ଏବଂ ଅନ୍ୟାନ୍ୟ ଆହ୍ୱାନ ସତ୍ତ୍ୱେ ମଧ୍ୟ ପୂର୍ବତଟ ରେଳପଥ ଏତେ ଶୀଘ୍ର ଅନେକ ଗୁଡିଏ ଟ୍ରେନରେ ବେଡ଼ରୋଲ ସେବା ଯୋଗାଇବାରେ ସକ୍ଷମ ହୋଇଛି । ଟ୍ରେନର ଏସି କମ୍ପାର୍ଟମେଣ୍ଟରେ ବେଡ଼ରୋଲ/ଲିନେନ ଯୋଗାଣ ପୂର୍ବତଟ ରେଳପଥ ପାଇଁ ଏକ ଆହ୍ୱାନ । କୋଭିଡ -୧୯ ମାମଲାର ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ମାର୍ଚ୍ଚ ୨୦୨୨ର ଦ୍ୱିତୀୟ ସପ୍ତାହରେ ଟ୍ରେନରେ ବେଡ଼ରୋଲ/ଲିନେନ ସେବା ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲା ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ଜୋନାଲ ରେଳବାଇକୁ ପୁନ ପ୍ରଚଳନ କରିବାକୁ ପରାମର୍ଶ ଦେଇଥିଲା । ମହାମାରୀ ସମୟରେ କୋଭିଡ-୧୯ ର ପ୍ରସାରକୁ ରୋକିବା ପାଇଁ, ଟ୍ରେନ୍ ଦ୍ୱାରା ଯାତ୍ରୀମାନଙ୍କ ଯାତାୟାତକୁ ବାତିଲ କରାଯାଇଥିଲା ଯାହାକି ଟ୍ରେନ୍ ଭିତରେ ବେଡ଼ରୋଲ/ ଲିନେନ (ଚାଦର, ତକିଆ, କମ୍ବଳ ଓ ଟାୱେଲ), ଏବଂ ପରଦା ଉପରେ ପ୍ରତିବନ୍ଧକ ଲଗାଇଥିଲା । ସମସ୍ତ ଟ୍ରେନର ଶୀତତାପ ନିୟନ୍ତ୍ରିତ କୋଚରେ ଯାତ୍ରୀମାନଙ୍କୁ ଦୀର୍ଘ ଯାତ୍ରା ସମୟରେ ନିଜର କମ୍ବଳ ଆଣିବାକୁ ପରାମର୍ଶ ଦିଆଯାଇଥିଲା । ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳବାଇ ଏହାର ପ୍ରାଧିକରଣରୁ ଉତ୍ପନ୍ନ ଟ୍ରେନ୍ଗୁଡ଼ିକ ପାଇଁ ପର୍ଯ୍ୟାୟକ୍ରମେ ଟ୍ରେନ୍ ଭିତରେ ଚାଦର, ତକିଆ, କମ୍ବଳ ଓ ଟାୱେଲ ସେବାକୁ ପୁନଃ ପ୍ରଚଳନ କରିଛି । ସମସ୍ତ ଟ୍ରେନରେ ବେଡ଼ରୋଲ/ ଲିନେନ ଯୋଗାଇବା ପାଇଁ ପୂର୍ବ ତଟ ରେଳପଥ ଏକ ପ୍ରମୁଖ ଆହ୍ୱାନର ସମ୍ମୁଖୀନ ହୋଇଛି । ମହାମାରୀ ଅବଧିରେ ଲଣ୍ଡ୍ରି ସେବା ବନ୍ଦ ରହିବା, ଟ୍ରେନ୍ ମାନଙ୍କରେ ଯାତ୍ରୀମାନଙ୍କୁ ବେଡ଼ରୋଲ ଏବଂ ଲିନେନ ଯୋଗାଇବା ପାଇଁ ନିୟୋଜିତ ଥିବା ଚୁକ୍ତିଭିତ୍ତିକ ମାନବ ଶକ୍ତି ସେବା ବାତିଲ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ବ୍ରାଣ୍ଡ ନାମ ଏବଂ ଲୋଗୋ ସହିତ କପା ଶିଳ୍ପରୁ ନୂତନ ବେଡ଼ରୋଲ/ ଲିନେନ ଖୁବ ଶୀଘ୍ର କିଣିବା ରେଳବାଇ ପାଇଁ ଏକ ବାଧା ଅଟେ । ଶିଳ୍ପ ଉଦ୍ୟୋଗ ଗୁଡିକ ଦ୍ୱାରା ତୁରନ୍ତ ଯୋଗାଣ ସମ୍ଭବ ନୁହେଁ । ଅନେକ ଆହ୍ୱାନର ସମ୍ମୁଖୀନ ହେବା ପରେ ମଧ୍ୟ ପୂର୍ବତଟ ରେଳପଥ ଦିନରାତି ପରିଶ୍ରମ କରି ଗୁଣବତ୍ତା ସମ୍ପନ୍ନ ଲିନେନର ସଠିକ୍ ଗୁଣ ନିଶ୍ଚିତ କରିବା ପାଇଁ ମଧ୍ୟ ଆହ୍ୱାନ ଗୁଡିକର ସମ୍ମୁଖୀନ ହେଉଛି । ତଥାପି ୧୮୪୨୫/୧୮୪୨୬ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସରେ ୨୧ ମାର୍ଚ୍ଚ ୨୦୨୨ ରୁ ଟ୍ରେନରେ ବେଡ଼ରୋଲ/ ଲିନେନ ସେବା ଯୋଗାଣକୁ ପୁନଃ ଆରମ୍ଭ କରି ପୂର୍ବ ତଟ ରେଳପଥ ଏପ୍ରିଲର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ୩୦ ଯୋଡି (୬୦ ଟି ଟ୍ରେନ୍‌) ରେ ଧୀରେ ଧୀରେ ବେଡ଼ରୋଲ ସେବା ଯୋଗାଉଛି । ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୬୭ ଯୋଡି ଟ୍ରେନ୍ ମଧ୍ୟରୁ ଖୁବ କମ ସମୟ ମଧ୍ୟରେ ୩୦ ଯୋଡି ଟ୍ରେନ ମାନଙ୍କରେ ଏହି ସେବା ଯୋଗାଇ ସାରିଛି । ଏହି ଟ୍ରେନଗୁଡିକ ମଧ୍ୟରୁ ଛଅ ଯୋଡି ଦୈନିକ ଚଳାଚଳ କରୁଥିବା ଟ୍ରେନ୍‌, ଦୁଇ ଯୋଡି ଦ୍ୱି-ସାପ୍ତାହିକ, ଦୁଇ ଯୋଡି ତ୍ରି-ସାପ୍ତାହିକ, ୧୫ ଯୋଡି ସାପ୍ତାହିକ ଏବଂ ୫ ଯୋଡି ଟ୍ରେନ ସପ୍ତାହରେ ୫ ଦିନ/୪ ଦିନ ଚଳାଚଳ କରୁଥିବା ଟ୍ରେନ । ଭୁବନେଶ୍ୱରରୁ ୭ ଯୋଡି ଟ୍ରେନ୍‌, ପୁରୀରୁ ୧୦ ଯୋଡି, ସମ୍ବଲପୁରରୁ ୪ ଯୋଡି ଏବଂ ବିଶାଖାପାଟନମରୁ ୦୯ ଯୋଡି ଟ୍ରେନ୍ ବର୍ତ୍ତମାନ ବେଡ଼ରୋଲ/ ଲିନେନ ସେବାରେ ଅନ୍ତର୍ଭୁକ୍ତ ହୋଇଛି । ଭୁବନେଶ୍ୱରରୁ ଉତ୍ପନ୍ନ ଏହି ଟ୍ରେନରେ ରାଜଧାନୀ ଏକ୍ସପ୍ରେସ, ହିରାଖଣ୍ଡ ଏକ୍ସପ୍ରେସ, ଭୁବନେଶ୍ୱର-ଜୁନାଗଡ଼ ରୋଡ ଏକ୍ସପ୍ରେସ, ଭୁବନେଶ୍ୱର-ତିରୁପତି ଏବଂ ଭୁବନେଶ୍ୱର-ପଣ୍ଡିଚେରୀ ଏକ୍ସପ୍ରେସ ଅନ୍ତର୍ଭୁକ୍ତ । ପୁରୀରୁ ପୁରୀ-ଦୁର୍ଗ ଏକ୍ସପ୍ରେସ, ନୀଳାଚଳ, ନନ୍ଦନକାନନ, ପୁରୁଷୋତ୍ତମ, କଳିଙ୍ଗ ଉତ୍କଳ, ପୁରୀ-ଯୋଧପୁର, ପୁରୀ-ଅହମ୍ମଦାବାଦ, ପୁରୀ-ଓଖା ଏବଂ ପୁରୀ-ଜୟନଗର ଏକ୍ସପ୍ରେସ ଟ୍ରେନ ଅନ୍ତର୍ଭୁକ୍ତ ଅଛି । ସମ୍ବଲପୁରରୁ ସମ୍ବଲପୁର-ବାରାଣାସୀ, ସମ୍ବଲପୁର-ଜମ୍ମୁ ତାୱି, ସମ୍ବଲପୁର-ନନ୍ଦେଡ ଏବଂ ସମ୍ବଲପୁର-ଶାଲିମାର ଏକ୍ସପ୍ରେସ ଅଛି । ସେହିଭଳି ବିଶାଖାପାଟନମରୁ ଛାଡୁଥିବା ଟ୍ରେନ୍ ଗୁଡିକ ହେଉଛି ବିଶାଖାପାଟନମ୍‌-ଏଲଟିଟି ଏକ୍ସପ୍ରେସ, ବିଶାଖାପାଟନମ୍‌-ସିକନ୍ଦରାବାଦ, ବିଶାଖାପାଟନମ୍‌-ଚେନ୍ନାଇ, ବିଶାଖାପାଟନମ୍‌-ଟାଟା, ସମତା, ବିଶାଖାପାଟନମ୍‌-କୋଲାମ, ଏପି ଏକ୍ସପ୍ରେସ ଟ୍ରେନ୍ ଅନ୍ତର୍ଭୁକ୍ତ ଯାହା ଦ୍ୱାରା ଏହି ସେବା ଉପଲବ୍ଧ ଅଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି