ପୁଣି ଛେଚିବ ବର୍ଷା: ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ରେଡ୍ ଓ ୧୦ଟିକୁ ଅରେଞ୍ଜ ୱାର୍ଣ୍ଣିଂ

ପୁଣି ଛେଚିବ ବର୍ଷା: ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ରେଡ୍ ଓ ୧୦ଟିକୁ ଅରେଞ୍ଜ ୱାର୍ଣ୍ଣିଂ

ପୁଣି ଛେଚିବ ବର୍ଷା: ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ରେଡ୍ ଓ ୧୦ଟିକୁ ଅରେଞ୍ଜ ୱାର୍ଣ୍ଣିଂ


ଭୁବନେଶ୍ୱର(ଏନ୍‌.ଏମ୍‌.): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇସାରିଥିବା ବେଳେ ଏବେ ଚାନ୍ଦବାଲିର ପଶ୍ଚିମ-ଉତ୍ତରପଶ୍ଚିମରେ ୨୦ କିଲୋମିଟର ଦୂରରେ ଓ କେନ୍ଦୁଝରଗଡ଼ର ପୂର୍ବ-ଦକ୍ଷିଣପୂର୍ବରେ ୧୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତମପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା, ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଦେଇ ଗତି କରିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଆସନ୍ତା ୨୪ ଘଣ୍ଟା ପାଇଁ ବିଭିନ୍ନ ଜିଲ୍ଲା ପାଇଁ ରେଡ୍‌, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ଼, ଅନୁଗୋଳ, ସୋନପୁର ଓ ବରଗଡ଼ ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ (୧୨ରୁ୨୦ ସେମି) ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଏହି ସବୁ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଅତି ଭୀଷଣ (୨୦ ସେମି ପାଖାପାଖି) ବର୍ଷା ହୋଇପାରେ । ସେଥିପାଇଁ ଏହି ୫ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପୁନଶ୍ଚ ଆସନ୍ତା ୨୪ ଘଣ୍ଟାରେ ୧୦ଟି ଜିଲ୍ଲା- ବଲାଙ୍ଗିର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଓ କଟକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୯ଟି ଜିଲ୍ଲାରେ କିଛି କିଛି ସ୍ଥାନରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ହୋଇପାରେ । ସେଥିପାଇଁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଉଛି- ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼ଳ କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ଲଘୁଚାପ ପ୍ରଭାବରେ ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି । ଜିଲ୍ଲାର ୫ଟି ସ୍ଥାନରେ ୩୦୦ ମିମିରୁ ଅଧିକ ବର୍ଷା ହୋଇଛି । ଅସ୍ତରଙ୍ଗରେ ୫୩୦ ମିମି ଓ କାକଟପୁରରେ ୫୨୫ମିମି ବର୍ଷା ହୋଇଥିବା ବେଳେ ପୁରୀରେ ୩୪୨.୫ ମିମି ବର୍ଷା ହୋଇଛି । ସେହିଭଳି ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୪୪୦ ମିମି ବର୍ଷା ହୋଇଥିବା ବେଳେ କଟକ ଜିଲ୍ଲା କଣ୍ଟାପଡ଼ାରେ ୩୮୧ ମିମି ଓ ନିଆଳିରେ ୩୭୦ ମିମି ବର୍ଷା ହୋଇଛି । ୨୦ଟି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ୫୭ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ